ଭୋକ

ଭୋକ ସିନା ଦୁଇଟି ଶବ୍ଦ ହେଲେ ତା’ର ଭେଦ ଏବଂ ଭାବ ଭିନ୍ନ …
ବାବୁ ଜାଣିଛନ୍ତି ଏ ଭୋକ ବି ବଡ ଅଜବ ଅଟେ, କାହା ପାଇଁ ପୁଷମାସ ତ କାହା ପାଇଁ ସର୍ବନାଶ,
ଆମଭଳି ଗରୀବ ଖଟିଖିଆ ମଜୁରିଆ ମାନଙ୍କ ସୁଖଦୁଃଖ ବୁଝିବ କିଏ ଯେ ..??
ଆମକୁ ଏଠି ଦିଓଳି ଦିମୁଠା ପେଟପୂରା ଖାଇବାକୁ ଠିକ୍ ସେ ମିଳେ ନାହିଁ ,ଆଉ ତମମାନେ ବାବୁ ବଡ଼ ବଡ଼ ହୋଟେଲ ରୁ ସୁଆଦିଆ ଖାଇବା ଅର୍ଡର କରି ଭଲମନ୍ଦ ଖାଉଛ, ଯଦି ଖାଇବା ମନମୁତାବକ ସୁଆଦିଆ ପସନ୍ଦ ର ନହେଲା ତେବେ ତାକୁ ଫୋପାଡି ଦେଉଛ। କିନ୍ତୁ କେବେ ଥରୁଟିଏ ଭାବି ଦେଖିଛ ..??
ସେଇ ମୁଠାଏ ଦାନା ଆମ ପାଇଁ ସାତ ସ୍ଵପ୍ନ ପରି । ଯଦି ଆମେ କାମକୁ ଗଲୁ ମୂଲିଆ ମଜୁରି କଲୁ ତେବେ ଆମକୁ ମୁଠାଏ ଖାଇବା କୁ ମିଳେ, ନହେଲେ ଓପାସ ରହିବା ସାର ।
ବାକି ରହିଲା ସରକାର ଯେଉଁ ଯୋଜନା ମାଧ୍ୟମରେ ଆମକୁ ଯେଉଁ ଚାଉଳ,ଗହମ, ଗ୍ୟାସ ଚୁଲା ଓ ସରକାରୀ ଡାକ୍ତରଖାନା ରେ ଆମ ପାଇଁ ମାଗଣାରେ ଔଷଧ ବ୍ୟବସ୍ଥା କରିଛନ୍ତି, ସେଥିରେ ବି ତମର ବାଛବିଚାର ଦେଖେଇ ହେଇ କହିବା ଏସବୁ ବଡ଼ ହିନକର।
ବାବୁ ଆମେ ତ ଜାଣି ଗରୀବ ଖଟିଖିଆ ମଜୁରିଆ ଲୋକ ଆମ କାମ ଆମେ ନିତିଦିନ ଖଟିବୁ ଖାଇବୁ … କାହା ଆଗରେ ଗୋଡ଼ ଭାଂଗି ଠିଆ ହେବୁ ନାହିଁ କି ମାଗିଜାଚି ଦିଆଯାଇଥିବା ଜିନିଷ ପ୍ରତି ଆମର ଲୋଭ ନାହିଁ।
ତଥାପି ବି ସବୁ ଥିରେ ଆମକୁ ତୁଳନା କରୁଛ ..!!
ଆମେ ଆମର ହକ୍ ର ଖାଇବା ଖାଉଛୁ ନାଁ କି ଅନ୍ୟ ର ଖାଇବା ଥାଳିରେ ଆମର ନଜର , କିନ୍ତୁ ତୁମର ବାବୁ , ଆମର ଜୀବନ ଜୀବିକା ଠାରୁ ଆରମ୍ଭ କରି ସବୁ ଥିରେ ନଜର । ଆମେ ଯଦି କିଛି ସୁବିଧା ସୁଯୋଗ ପାଉଛୁ ତେବେ ସେଥିରେ ବି ତମ ବଡ଼ ବଡ଼ିଆ ଙ୍କ କୋପଦୃଷ୍ଟି ପଡୁଛି। ତମେ କ’ଣ ବୁଝିବ ବାବୁ .. ଆମ ଗରୀବର ସେ ରାମାୟଣ କୁ ଯାହା ଲେଖା ତ ସରିଛି କେଉଁ କେତେ କାଳରୁ ତମେ କେବଳ ବୁଝ ତ ଧନୀ ହେବାର ସେ ଅହଂକାର କୁ ଭେଦଭାବ ର ସେ ପାଚେରୀ କୁ ଆମ ଗରୀବ ପଣିଆର ସେ ଦୁଃଖକୁ ମଜା ଉଡେଇବା ଏତେ ତମର ଆମ ପ୍ରତି ନିତିଦିନିଆ, ଜାଣିଛ, ତମ ଭୋକ ସୁଆଦ ଆଉ ସୁନ୍ଦର ସୈ।ଖିନ ରେ ଥାଏ କିନ୍ତୁ ଆମ ଭୋକ ପୋଟର ଜ୍ୱଳନ ଆଉ ମୁଠାଏ ଦାନା ରେ ଥାଏ।
Rj Anjali