ନରେନ୍ଦ୍ର ମୋଦୀ ବିକାଶ ମିଶନ ରାଜ୍ୟ ସମ୍ପାଦକର ଦାୟିତ୍ୱ ନେଲେ ଖୋର୍ଦ୍ଧାର ଅଂଶୁମାନ ମହାନ୍ତି

ଖୋର୍ଦ୍ଧା : ୧୧/୯ (ପ୍ରବାହ ନିଉଜ) ଭାରତୀୟ ଜନତା ପାର୍ଟିର  ତୃଣମୂଳ ସ୍ତରର ଜଣେ ସକ୍ରିୟ କର୍ମୀ ତଥା ଏକାଧାରରେ ଯୁବ ସମାଜସେବୀ ସହିତ ମହାମାରୀ କୋଭିଡ ସମୟରେ ନିରିବିଛନ୍ନ ଭାବେ ପିଡୀତ ଲୋକମାନଙ୍କୁ ସହଯୋଗ କରି ଆସିଥିବା ଖୋର୍ଦ୍ଧାର ଅଂଶୁମାନ ମହାନ୍ତିଙ୍କୁ ନରେନ୍ଦ୍ର ମୋଦୀ ବିକାଶ ମିଶନ ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଅଣ ରାଜନୈତିକ ସଙ୍ଗଠନ ନରେନ୍ଦ୍ର ମୋଦୀ ବିକାଶ ମିଶନର ରାଜ୍ୟ ସମାବେଶରେ ଅଂଶୁମାନଙ୍କ ନାମ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଘୋଷଣା ହୋଇଥିବା ଜଣାପଡ଼ିଛି।

ତେବେ ସାଧାରଣ ସମ୍ପାଦକ ଦାୟିତ୍ଵ ଗ୍ରହଣ କରିବା ପରେ ଅଂଶୁମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟ ବିଜେପି ନେତୃତ୍ୱକୁ
କୃତଜ୍ଞତା ଜଣାଇବା ସହ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ
ଯୋଜନା ଠାରୁ ୫୬ ଗୋଟି ଯୋଜନାର ସଫଳ ରୂପାୟନ ସହିତ ତୃଣମୂଳ ସ୍ତରର ଜନସାଧାରଣ କିପରି ସୁବିଧାରେ ପାଇ ପାରିବେ, ସେ କ୍ଷେତ୍ରରେ ବିଶେଷ ଧ୍ୟାନ ଦେବାକୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *