କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାପଥର , ପ୍ରବାହ ନ୍ୟୁଜ୍‌ : ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ସୋମନାଥ ଖଟୁଆଙ୍କ ସଂଯୋଜନା ରେ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ପରେ ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିରୂପେ ବାଙ୍କୀ ବିଧାୟକ ଦେବିରଞ୍ଜନ ତ୍ରିପାଠୀ ମୁଖ୍ୟ ବକ୍ତାଭାବେ ପଣ୍ଡିତ ନଗେନ ମହାପାତ୍ର , ବିଶେଷ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ କେନ୍ଦୁପଲ୍ଲୀ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ପରିଚାଳନା କମିଟି ସଭାପତି ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଉଦବୋଧନ ଦେବା ସହ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୃତି ପ୍ତାତିଯୋଗୀଙ୍କୁ ପୁରସ୍କୁତ କରିଥିଲେ l କ୍ରୀଡା ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ରଣା, ଅବସର ପ୍ରାପ୍ତ ପଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ସାଧବସମାଜ ନିକେଦନ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁ,ବରିଷ୍ଠ ହିନ୍ଦୀ ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ l ସଂଗୀତଜ୍ଞ ବିଭୁତି ଭୂଷଣ ମହାପାତ୍ରଙ୍କ ନିର୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଭିଭାବକମାନେ ପରିଚାଳନାରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *