ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ
![](https://odia.prabahatv.com/wp-content/uploads/2025/02/IMG-20250206-WA0080-1024x561.jpg)
କରଞ୍ଜିଆ, ପ୍ରବାହ ନ୍ୟୁଜ୍ : ପାଞ୍ଚପୀର ଉପଖଣ୍ଡ ର ସିଙ୍ଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି | ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ର ଅଧକ୍ଷ ଅତୁଲ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବ କୁ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ରାଜନୀତି ବିଭାଗର ମୁଖ୍ୟ ସୁଭାଷ ଚନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ, ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ମାୟାଧର ଦେହେରା, ମୁଖ୍ୟ ବକ୍ତା ଭାବେ ସଂସ୍କ୍କୃତ ବିଭାଗର ଅଧ୍ୟାପକ ଅଶୋକ ପଣ୍ଡା ଉଦ୍ଭିତ ବିଜ୍ଞାନ ର ଅଧ୍ୟାପିକା ଡା. କେ. ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେଦାର ଚନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ | ଇଂରାଜୀ ଅଧ୍ୟାପକ ରଞ୍ଜନ ବାରିକ ସ୍ୱାଗତ ଅଭିଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ |ପାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା | ପାଠ ପଢିବା ସହିତ ଭଲ ମଣିଷ ଟିଏ ହେବା ପାଇଁ ମୁଖ୍ୟ ଅତିଥି ଛାତ୍ର ମାନଂକୁ ପରାମର୍ଶ ଦେଇଥିଲେ |ଅନ୍ୟ ଅତିଥି ମାନେ ମଧ୍ୟ ନିଜ ଲକ୍ଷ୍ୟ ସ୍ଥଳୀ ରେ ପହଂଚିବା ପାଇଁ ହେଲେ ଭଲ ପାଠ ପଢିବା ଦରକାର ଏଥିରେ ନିଜ ପରିବାର ଓ ଦେଶ ଉପକୃତ ହେବା ସହିତ ମହାବିଦ୍ୟାଳୟ ର ଗୌରବ ରଖାଯାଇପାରିବ |ଶେଷରେ କୀର୍ତନ ବିହାରୀ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଡା. ଅଭିମନ୍ୟୁ ମହାନ୍ତ ଙ୍କ ସଂଯୋଜନାରେ ସାଂସ୍କୃତିକ କାଯ୍ୟକ୍ରମ ର ଆୟୋଜନ ହୋଇଥିଲା, ଏଥିରେ ଛାତ୍ର ଛାତ୍ରୀ ମାନେ ରଙ୍ଗା ରଙ୍ଗ କାଯ୍ୟକ୍ରମ ପରିବେଷଣ କରିଥିଲେ ଏଥରେ ଓଡିଶୀ, ସମ୍ବଲପୁରୀ ଆଧୁନିକ, ରେକର୍ଡ ଡ୍ୟାନ୍ସ ପ୍ରଭୁତି ନୃତ୍ୟ ପରିବେଶନ କରାଯାଇଥିଲା |