କବୟତ୍ରି ରଶ୍ମିତା ଦାସଙ୍କର ପ୍ରଥମ ପୁସ୍ତକ “ଅନାବିଳ ଆକାଂକ୍ଷା”

ପ୍ରକୃତରେ ସାହିତ୍ୟ ଜୀବନ ଓ ଶୈଳୀ କୁ ସରଳ, ସରସ ଓ ସମୃଦ୍ଧ କରିବାରେ ସାହାଯ୍ୟ କରିଥାଏ ।

ଗତ ଅକ୍ଟୋବର ଏକ ତାରିଖ ଦିନ ଫକୀର ମୋହନ ସାହିତ୍ୟ ପରିଷଦ ଶାନ୍ତି କାନନର ଆନୁକୁଲ୍ୟରେ କବୟତ୍ରି ରଶ୍ମିତା ଦାସଙ୍କର ପ୍ରଥମ ପୁସ୍ତକ “ଅନାବିଳ ଆକାଂକ୍ଷା” ଯଥା ବିଧି ପୂର୍ବକ ଅନୁଷ୍ଠିତ ହେଇ ସାରିଛି । ସେଥିରେ ସମ୍ପାଦକ ଦୀପକ ବୋଷ ପ୍ରାରମ୍ଭିକ ଭାଷଣ ଉପସ୍ଥାପନ କରିଥିଲେ,ପରିଷଦ ର ଉପସଭାପତି ପ୍ରଦୀପ ଚାଟାର୍ଜୀ,ଯୁଗ୍ମ ସମ୍ପାଦକ ଡଃ ସାରଙ୍ଗଧର ତ୍ରିପାଠୀ ଓ ଶ୍ରୀମତୀ କଲ୍ୟାଣୀ ନନ୍ଦଙ୍କ ଅଧ୍ୟକ୍ଷତା ରେ ସଭା ପରିଚାଳିତ ହୋଇ ଥିଲା ।

ସମୀକ୍ଷକ ଡ଼ଃ ଭଗବତ୍ ପ୍ରସାଦ ଦାସ, ଡଃ ଅନୁରୋଧ କୁରକୁରିଆ,
ଶ୍ରୀଯୁକ୍ତ ଦ୍ବାରିକା ନାଥ ଦାସ ପ୍ରମୁଖ ପୁସ୍ତକ ସମୀକ୍ଷା ଓ ଆଲୋଚନା କରିଥିଲେ । ତତ୍ ସଙ୍ଗେ ସଙ୍ଗେ କବି ଶ୍ରୀ ଜୁମର ନାଥ ପାତ୍ର,ଶ୍ରୀ ପ୍ରବୀର୍ କାମିଳା,ଶ୍ରୀ ପଦ୍ମ ଲୋଚନ ପ୍ରଧାନ,ପ୍ରିୟ ଅପା ସ୍ନିଗ୍ଧା ସାମନ୍ତ ରାୟ,କଲ୍ୟାଣୀ ଅପା ,ଭାଉଜ ଲତା ପାରୀ ତଥା ଅନ୍ୟ କବି କବୟତ୍ରୀ ମାନେ ତଥା ବାପା ବୋଉ,ଯାଆ ଦେଢ଼ଶୁର ଙ୍କ ସମେତ ପରିବାର ର ଅନ୍ୟ ସଦସ୍ୟ ମାନେ ଯୋଗ ଦେଇ ଉକ୍ତ ଉତ୍ସବକୁ ସଫାଲ୍ୟ ମଣ୍ଡିତ କରିଥିଲେ । ବାପା ଶ୍ରୀ ମଧୁସୂଦନ ଦାସ ପୁସ୍ତକ ଉନ୍ମୋଚନ କରିଥିଲେ । ଶେଷରେ ଶ୍ରୀମତୀ କଲ୍ୟାଣୀ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସଭା ସମାପନ କରିଥିଲେ ।

Leave a Reply

Your email address will not be published. Required fields are marked *