ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟର ଯାଞ୍ଚ ପାଇଁ ଏକ ଜରୁରୀ ବୈଠକ

ଅନୁଗୁଳ,ପ୍ରବାହ ନ୍ୟୁଜ୍ – ଜିଲ୍ଲା ରେ ଶିକ୍ଷା ର ପ୍ରାଣକେନ୍ଦ୍ର ଭାବେ ପରିଗଣିତ ବାଜି ରାଉତ ଛାତ୍ରାବାସ ରେ ଛାତ୍ରଛାତ୍ରୀ ମାନ ଙ୍କ ସ୍ବାସ୍ଥ୍ୟ ର ଯାଞ୍ଚ ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ଅନୁଷ୍ଠାନ ଟି ରେ ଶତାଧିକ ବିଦ୍ୟାର୍ଥୀ ଆବାସିକ ଭାବେ ରହି ଅଧ୍ୟୟନ କରୁଛନ୍ତି । ଋତୁ ଚକ୍ର ରେ ପରିବର୍ତ୍ତନ ହେତୁ ସେମାନଙ୍କ ର ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହୁଛି । ଶ୍ରେଣୀଗୃହ ରେ ଅନୁପସ୍ଥିତ ରହି ଚିକିତ୍ସା କେନ୍ଦ୍ର କୁ ଯାଇ ଡାକ୍ତରୀ ପରାମର୍ଶ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ । ସାଧାରଣତଃ ବର୍ଷା ଋତୁ ରେ ଥଣ୍ଡା ଜ୍ଵର କାଶ ସହ ବିଭିନ୍ନ ସଂକ୍ରାମକ ଚର୍ମରୋଗ ବ୍ୟାପି ଥାଏ । ଏ ସବୁ କୁ ଦୃଷ୍ଟି ରେ ରଖି ବରିଷ୍ଠ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ରେ ସିଟିଜେନ ସେଣ୍ଟ୍ରିକ ସର୍ଭିସେସ ର ଅଧକ୍ଷ ପ୍ରଦୀପ ତ୍ରିପାଠୀ ଏବଂ ରାଜ୍ୟ ସଂଯୋଜକ ପଦ୍ମଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ଙ୍କ ଉତ୍ତମ ସ୍ବାସ୍ଥ୍ୟ କୁ ଦୃଷ୍ଟି ରେ ରଖି ଆଗାମୀ ମାସ ରେ ଛାତ୍ରାବାସ ପରିସର ରେ ଏକ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା ।ଅଭିଜ୍ଞ ଚିକିତ୍ସକ ମାନ ଙ୍କ ଦ୍ଵାରା ଛାତ୍ରାବାସ ଅନ୍ତେବାସୀ ମାନଙ୍କର ମାଗଣା ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ସହ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଦିନ ନିର୍ଦ୍ଧାରିତ ହୋଇଛି । ବୈଠକ ର ଅନ୍ତିମ ପର୍ଯ୍ୟାୟ ରେ ଶ୍ରୀମତୀ ମହାନ୍ତି ଏକ ଛୁଟି ଦିନ ଧାର୍ଯ୍ୟ କରି ଶିବିର ଆୟୋଜନ କରାଗଲେ ଅନ୍ତେବାସୀ ଉପକୃତ ହୋଇ ପାରିବେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ । ଏହି ମତ ଉପରେ ସର୍ବସମ୍ମତି ପ୍ରକାଶ ପାଇବା ସହ ଦିନ ଧାର୍ଯ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *