ଅନ୍ତୋବାସିମାନଙ୍କ ସ୍ୱାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ

ପ୍ରବାହ ନ୍ୟୁଜ୍‌ : ଭାରତର ସ୍ୱାଧୀନତାର ୭୮ବର୍ଷ ପୂର୍ତ୍ତି ଅବସରରେ, ଅନୁଗୁଳ ଜିଲ୍ଲାରେ ଶିକ୍ଷାର ପ୍ରାଣକେନ୍ଦ୍ର ଭାବେ ପରିଗଣିତ ବାଜି ରାଉତ ଛାତ୍ରାବାସରେ ଅନ୍ତୋବାସିମାନଙ୍କ ସ୍ବାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ଅନୁଷ୍ଠାନଟିରେ ଶତାଧିକ ବିଦ୍ୟାର୍ଥୀ ଆବାସିକ ଭାବେ ରହି ସ୍ଥାନୀୟ ସ୍କୁଲ ଓ କଲେଜରେ  ଅଧ୍ୟୟନ କରୁଛନ୍ତି । ଋତୁ ଚକ୍ରରେ ପରିବର୍ତ୍ତନ ହେତୁ ସେମାନଙ୍କର ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହୁଛି । ଶ୍ରେଣୀଗୃହରେ ଅନୁପସ୍ଥିତ ରହି ଚିକିତ୍ସା କେନ୍ଦ୍ରକୁ ଯାଇ ଡାକ୍ତରୀ ପରାମର୍ଶ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ ।  ସାଧାରଣତଃ ବର୍ଷା ଋତୁରେ ଥଣ୍ଡା ଜ୍ଵର କାଶ ସହ ବିଭିନ୍ନ ସଂକ୍ରାମକ ଚର୍ମରୋଗ ବ୍ୟାପି ଥାଏ । ଏ ସବୁକୁ ଦୃଷ୍ଟିରେ ରଖି ବରିଷ୍ଠ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦଙ୍କ ସିଟିଜେନ ସେଣ୍ଟ୍ରିକ ସର୍ଭିସେସର ଅଧକ୍ଷ ପ୍ରଦୀପ ତ୍ରିପାଠୀ ଏବଂ ରାଜ୍ୟ ସଂଯୋଜକ ପଦ୍ମଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । 

ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆଗାମୀ ମାସରେ ଛାତ୍ରାବାସ ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ଵାରା ଛାତ୍ରାବାସ ଅନ୍ତେବାସୀ ମାନଙ୍କର ମାଗଣା ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ସହ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଦିନ ନିର୍ଦ୍ଧାରିତ ହୋଇଛି । ବୈଠକର ଅନ୍ତିମ ପର୍ଯ୍ୟାୟରେ ଶ୍ରୀମତୀ ମହାନ୍ତି ଏକ ଛୁଟି ଦିନ ଧାର୍ଯ୍ୟ କରି ଶିବିର ଆୟୋଜନ କରାଗଲେ ଅନ୍ତେବାସୀ ଉପକୃତ ହୋଇ ପାରିବେ ବୋଲି ନିଜର ମତ ବ୍ୟକ୍ତ କରିଥିଲେ । ଏହି ମତ ଉପରେ ସର୍ବସମ୍ମତି ପ୍ରକାଶ ପାଇବା ସହ ଦିନ  ଧାର୍ଯ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *