ତିନି ରାଜନୈତିଦଳର ସରିନାହିଁ ଟିକେଟ ବଣ୍ଟନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ତଥାପି ସରୁନି ପ୍ରାର୍ଥୀ ଘୋଷଣା । ବିଜେଡିର ୬, ବିଜେପିର ୧୫ ଓ କଂଗ୍ରେସ ୯ ଆସନରେ ଦେଇନି ପ୍ରାର୍ଥୀ । ଖୁବ୍ ଶୀଘ୍ର ବାକି ଥିବା ଆସନରେ ପ୍ରାର୍ଥୀ ଘୋଷଣା କରିପାରନ୍ତି ତିନି ଦଳ । ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଯାଜପୁରର କୋରେଇ, ବାଲେଶ୍ୱରର ଭୋଗରାଇ, ନୀଳଗିରି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।
ସେହିପରି ବିଜେପି ବସ୍ତା, ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ, ଖୋର୍ଦ୍ଧା, ତେଲକୋଇ, ଘଷିପୁରା, ଚମ୍ପୁଆ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ଏହା ସହ କଂଗ୍ରେସର କଟକ ବାରବାଟୀ, ଜଗତସିଂହପୁର, କାକଟପୁର, ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ବଡ଼ଚଣା, ପାଲଲହଡା ଓ ନୀଳଗିରି ପାଇଁ ଟିକେଟ୍ ଘୋଷଣା ବାକି ରହିଛି । ଟିକେଟ୍ ଘୋଷଣା ବାକି ଥିବାରୁ ଚିନ୍ତାରେ ଆଶାୟୀ ।

Leave a Reply

Your email address will not be published. Required fields are marked *