ଜି.ଏସ.ଟି ସରଳୀକରଣ ସହିତ ପରିବର୍ତ୍ତନ ଦାବୀରେ ଆସନ୍ତା ୨୬ ତାରିଖ ଭାରତ ବନ୍ଦ
ଖୋର୍ଦ୍ଧା : ୨୨/୦୨/୨୦୨୧ : ଭାରତ ସରକାରଙ୍କ ଡିଏସ୍ଟି ଆଇନ୍ ସଂଶୋଧନ ତଥା ସରଳୀକରଣ ଓ ପରିବର୍ତ୍ତନ ଦାବିରେ ଓଡ଼ିଶା ବ୍ୟବସାୟୀ ମହାସଂଘ ର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସୋମବାର ଦିନ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଓ ସେବାକର (ଜିଏସ୍ଟି) ବର୍ତ୍ତମାନ ଦିନକୁ ଦିନ ଜଟିଳ ହେଉଥିବାରୁ ସାଧାରଣ କ୍ଷୁଦ୍ର ବ୍ୟବସାୟୀମାନେ ଏହାକୁ ନେଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗତ ୨୦୧୭ ମସିହା ଜୁଲାଇ ୧ ତାରିଖରେ ଲାଗୁ ହୋଇଥିବା ଏହି ନୂତନ ଆଇନର ସଂଶୋଧନ ନିମନ୍ତେ ସର୍ବଭାରତୀୟ ବ୍ୟବସାୟ ସଂଗଠନ ପକ୍ଷରୁ ଆସନ୍ତା ୨୬ ତାରିଖରେ ଭାରତର ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ସହିତ ଏହି ବନ୍ଦ ଡାକରା କୁ ସମର୍ଥନ କରିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଆହ୍ବାନ ଦିଅଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ବ୍ୟବସାୟୀ ମହାସଂଘ ର ମହାସଚିବ ସୁଧାକର ପଣ୍ଡା ଓ ଆଇନଜୀବି ଶକ୍ତି ଶଙ୍କର ମିଶ୍ରଙ୍କ ସହିତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ର ମାଲିକ ମାନେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ଏ ସଂପର୍କରେ ଅବଗତ କରିବା ସହିତ ଖୋର୍ଦ୍ଧାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ କୁ ସକାଳ ୬ଟା ରୁ ନେଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା କାଳ ବନ୍ଦ ରଖିବାକୁ ଡାକରା ଦେଇଛନ୍ତି ।