ଅଖିଳ ଭାରତୀୟ ବ୍ଯାଙ୍କ ଅଧିକାରୀ ସଂଘର ପ୍ରତିଷ୍ଠା ଦିବସ ପାଳିତ

ପ୍ରବାହ ନ୍ୟୁଜ୍‌ : ( AIBOC) ଓଡିଶା ଶାଖା ର 40 ତମ ପ୍ରତିଷ୍ଠା ଦିବସ ତା 06/10/2024 ରିଖ ଉତ୍ସାହ ର ସହ ସ୍ଥାନୀୟ  ୟୁନିୟନ ବ୍ଯାଙ୍କକ୍ଷେତ୍ରିୟ କାର୍ଯ୍ଯାଳୟ ନୟାପଲ୍ଲୀ ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସଂଘର ପତାକା ଉତ୍ତୋଳନ କରା ଯାଇଥିଲା ଓ ସମସ୍ତ ସଭ୍ଯ ଶପଥ ପାଠ କରିଥିଲେ ।

ଏହି ଉପଲକ୍ଷେ ସଂଘ ତରଫରୁ କଟକ ତେଲେଙ୍ଗାପେଣ୍ଠ ସ୍ଥିତ “ସଖା ଅନାଥାଶ୍ରମ” କୁ ଏକ AIR COOLER ପ୍ରଦାନ କରଯାଇଥିଲା । ଏହା ପରେ ଏକ ବକୃତା ପ୍ରତିଯୋଗୀତା ଏମ୍ସ ନିକଟସ୍ଥ ସେଣ୍ଟ ଜ୍ୟାଭିଏର ହାଇ ସ୍କୁଲ  ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା ଓକୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଏହି ଅବସରରେ ପିଲା ମାନଙ୍କୁ ଅଖିଳ ଭାରତୀୟ ବ୍ଯାଙ୍କ ଅଧିକାରୀ  ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅମିତାଭ ଦାସ ଉଦ୍ବୋଧନ ଦେବା ସହ ଆଗକୁ ଊନ୍ନତୀ କରିବା ପାଇଁ ପ୍ରେରଣା ଦେଇଥିଲେ।ଅଖିଳ ଭାରତୀୟ ବ୍ଯାଙ୍କ ଅଧିକାରୀ ସଂଘରସଭାପତି ଶ୍ରୀ ବଇଲୋଚନ ସାହୁ,  ଏସବିଆଇ ଅଧିକାରୀ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋଇ ଏବଂ ସହବନ୍ଧିତ ସାଧାରଣ ସମ୍ପାଦକ ଶ୍ରୀ ଗୌରୀ ଶଙ୍କର ଚୌଧୁରୀ, ଶ୍ରୀ କମଳଜୀତ ମହାପାତ୍ର, ଶ୍ରୀ ଏସ ଏନ ତ୍ରିପାଠୀ,  ଶ୍ରୀ ସୌମେନ୍ଦ୍ର ସାହୁ ଓ ଶ୍ରୀ ସୁଧାଂଶୁ ଶେଖର ସେଠୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *