ଚିଲିକାରେ ବିଜେଡିର ମିଶ୍ରଣ ପର୍ଵ

ବାଲୁଗାଁ’- ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ନିମିକ୍ଷେତା ପଞ୍ଚାୟତର ବିଜେପିରୁ ତିନି ଥରର ସରପଞ୍ଚ ଅଞ୍ଜଳି ସ୍ବାଇଁଙ୍କ ସମେତ ଚାଷଙ୍ଗରା, ନିମାଇଁମଲ୍ଲ,ଉସ୍ତାପଲ୍ଲି,ବୀର ପାଟଣା, ବେଲପଡ଼ା,ପରିଛାପଦରର ଭାରତୀୟ ଜନତା ଦଳର ବହୁ ଆଗଧାଡିର ନେତା ଓ ଶତାଧିକ କର୍ମୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ସମସ୍ତ କାର୍ଯ୍ୟକର୍ତାଙ୍କୁ ବିଜେଡି ବିଧାୟକ ପାର୍ଥି ରଘୁନାଥ ସାହୁ ଦଳୀୟ ଉତ୍ତରୀୟ ଦେଇ ବିଜେଡି ପରିବାରକୁ ସ୍ୱାଗତ କରାଯାଇଥିଲା।ଉକ୍ତ ମିଶ୍ରଣ ପର୍ବରେ ବିଜେଡି ଚିଲିକା ବ୍ଲକ ସଭାପତି ଶ୍ରୀ ଦେବେନ୍ଦ୍ର ସାମନ୍ତସିଂହାର,ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ,ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ବ୍ଲକ ମହିଳା ସଭାପତି ଶ୍ରୀମତୀ ଅମ୍ରିତା ବେହେରା,ଚିଲିକା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଆଲୋକ ନାୟକ,ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାସ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।ନୂତନ କର୍ମକର୍ତ୍ତାଙ୍କ ଦଳରେ ସାମିଲ ନେଇ ଦଳୀୟ ସଂଗଠନ ଆହୁରି ମଜଭୁତ ହେବା ନେଇ ବିଧାୟକ ପାର୍ଥି ଶ୍ରୀ ସାହୁ କହିଛନ୍ତି।