ବହୁତ ବର୍ଷ ପରେ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ ଫେରିପାଇଲେ ନିଜ ସମ୍ମାନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଦୀର୍ଘ ବର୍ଷର ବ୍ୟବଧାନ ପରେ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଆଜି ବହୁତ ଖୁସି । ଖୁସିର କାରଣ ହେଉଛି ଆମ ରାଜ୍ୟର ନୂତନ ସରକାରଙ୍କ ଶ୍ରମିକ ମାନଙ୍କ ପ୍ରତି ଥିବା ଦରଦୀ ଦୃଷ୍ଟିଭଙ୍ଗୀ, ଯେଉଁ ସମସ୍ୟା ଦୀର୍ଘ ତିନି ବର୍ଷ ହେଲା ସମାଧାନ ହୋଇପାରୁ ନଥିଲା ତାହା ନୂତନ ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ଶକ୍ତି ସଚିବ ଶ୍ରୀ ହେମନ୍ତ ଶର୍ମା, ଅର୍ଥ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଓ ଓପିଟିସିଏଲ୍‌ର ବିଭାଗୀୟ ମୁଖ୍ୟ ଶ୍ରୀ ସଞ୍ଜୟ ମିଶ୍ର, ମାନବ ସମ୍ବଳ ଅଧିକାରୀ ଶ୍ରୀ ରଘୁନାଥ ପ୍ରତିହାରୀ ଓ ତାଙ୍କ ପୁରା ଟିମ୍‌ର ସଦସ୍ୟଙ୍କ ଯୋଗୁଁ ବିଦ୍ୟୁତ୍ ଶ୍ରମିକ ନିଜ ସମ୍ମାନ ଫେରିପାଇବା ସହ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମକକ୍ଷ ହେବାର ସୁଯୋଗ ପାଇପାରିଛନ୍ତି । ତେଣୁ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ପ୍ରୟାସ ସଫଳ ହେବାପରେ ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ.ପି.ଟି.ସି.ଏଲ୍‌. ମୁଖ୍ୟ ଦପ୍ତରରେ ଏକାଠି ହୋଇ ବାଣ ଫୁଟେଇ, ମିଠା ବାଣ୍ଟି, ବିଭିନ୍ନ କାର୍ଯ୍ୟକ୍ରମ କରି ଦିନଟିକୁ ଭାରି ଉତ୍ସାହର ସହ ଖୁସି ମନେଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଅମର କୁମାର ପ୍ରତାପ ସିଂ, କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତି, ଉପସଭାପତି ଶ୍ରୀ ବିଶୁଦ୍ଧାନନ୍ଦ ପରିଜା, ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ନାୟକ, ପୂର୍ବ ଓଡ଼ିଶା ସମ୍ପାଦକ ଶ୍ରୀ ଦେବାଶିଷ ପ୍ରଧାନ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପାଦକ ଶ୍ରୀ କାଶୀନାଥ ମଳିକ, ସଂଗଠନ ସମ୍ପାଦକ ଶ୍ରୀ ଅଭୟ ପ୍ରସାଦ ଧୀର, ପଶ୍ଚିମ ଓଡ଼ିଶା ସମ୍ପାଦକ ତାପସ ନାଥ, ଉତ୍ତର ଓଡ଼ିଶା ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସଂଗଠନ ସମ୍ପାଦକ ବିଜୟ ଭୁଜବଳ ପ୍ରମୁଖ ଉପସ୍ଥିତ ଥିବାବେଳେ, ଶତାଧିକ ବିଦ୍ୟୁତ୍ ଶ୍ରମିକ କୃତଜ୍ଞତା ଜ୍ଞାପନ କରିଥିଲେ ଓ.ପି.ଟି.ସି.ଏଲ୍‌. ସଂଗଠନ ସମ୍ପାଦକ ଜ୍ଞାନ ରଂଜନ ରାଉତ, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ବିଶ୍ୱାଳ ଓ ଗଙ୍ଗାଧର ନାଥ ସଂଗଠନ ତରଫରୁ କୃତଜ୍ଞତା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ସାରା ଓଡ଼ିଶାରେ ଏହିପରି କୃତଜ୍ଞତା ଜ୍ଞାପନ କାର୍ଯ୍ୟକ୍ରମ ପ୍ରତ୍ୟେକ ସେକ୍ସନ, ଡିଭିଜନ୍‌, ସର୍କଲ ଓ ଜିଲ୍ଲା ସ୍ତରରେ ଆସନ୍ତା ଏକ ସପ୍ତାହ ଧରି ଚାଲୁ ରଖିବାକୁ ସଂଗଠନ ତରଫରୁ ନିଷ୍ପତ୍ତି ହୋଇଅଛି ।

Leave a Reply

Your email address will not be published. Required fields are marked *