ଆଦିତ୍ୟ ବିର୍ଲା ଫାଇନାନ୍ସ ଓଡିଶାରେ ଛୋଟ ବ୍ୟବସାୟକୁ ସହାୟତା କରିବା ପାଇଁ ନୂତନ ଉତ୍ପାଦର ଶୁଭାରମ୍ଭ କଲା
ମୁମ୍ବାଇ, ୨୯ ଜୁନ, ୨୦୨୨: ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡର ଋଣ ପ୍ରଦାନକାରୀ ସହାୟକ କମ୍ପାନୀ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିମିଟେଡ (ଏବିଏଫଏଲ) ଓଡ଼ିଶାରେ ଏହାର ୧୧ ଟି ଶାଖାରେ ଏକ ନୂତନ ଉତ୍ପାଦ ମାଇକ୍ରୋ ଲୋନ୍ ଏଗନେଷ୍ଟ ପ୍ରପଟି(ମାଇକ୍ରୋ ଏଲଏପି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଓଡ଼ିଶା ଏହି ଉତ୍ପାଦଟି ରାଜ୍ୟର ବିଭିନ୍ନ ଛୋଟ ବ୍ୟବସାୟୀଙ୍କ ସ୍ୱପ୍ନକୁ ସଶକ୍ତ କରିବା ପାଇଁ ଏବିଏଫଏଲ ଦ୍ୱାରା ପ୍ରଦାନ କରାଯାଇଥିବା ଅଫର ଗୁଡ଼ିକ ମଧ୍ୟ ଏଥିରେ ଉପଲବ୍ଧ ହେବ । ଗ୍ରାହକମାନେ ୧୧ ଟି ଶାଖାରେ ‘ମାଇକ୍ରୋ ଏଲଏପି’ର ଲାଭ ପାଇପାରିବେ । ସେଥିମଧ୍ୟରେ ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ସିସୁପାଳ ଗଡ଼, ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର ଏବଂ ସୁନ୍ଦରଗଡ଼ ଆଦି ଶାଖା ରହିଛି ।
‘ମାଇକ୍ରୋ ଏଲଏପି’ ଅନ୍ତର୍ଗତ ଗ୍ରାହକମାନେ ସମ୍ପତି ମାଧ୍ୟମରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୬ ବର୍ଷ ପାଇଁ ନେଇ ପାରିବେ । ଅଧିକ ପୁଞ୍ଜି ଆବଶ୍ୟକତା ଥିବା ବ୍ୟବସାୟୀମାନେ ସର୍ବାଧିକ ୧୫ ବର୍ଷ ପାଇଁ ‘ସ୍ମଲ୍ ଟିକେଟ ସିକ୍ୟୁରଡ ଲୋନ୍’ (ଏସଟିଏସଏଲ) ଯୋଜନା ଅନ୍ତର୍ଗତ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ । ସର୍ବନିମ୍ନ ଡକ୍ୟୁମେଂଟେଶନ, ଆକର୍ଷଣୀୟ ସୁଧ ହାର ଏବଂ ସହଜ ପରିଶୋଧ ବିକଳ୍ପ ସହିତ ଏହି ଉତ୍ପାଦଗୁଡିକ ଶୀଘ୍ର ଉପଲବ୍ଧ ହେବ । ଏହା ବିଭିନ୍ନ କ୍ଷୁଦ୍ର ବ୍ୟବସାୟକୁ ନିର୍ଭରଯୋଗ୍ୟ ଏବଂ ସହଜ ପାଣ୍ଠି ଯୋଗାଇବ, ଯାହାଦ୍ୱାରା ସେମାନଙ୍କୁ ସେମାନଙ୍କର ବ୍ୟବସାୟ ବିସ୍ତାର ଏବଂ ଅଭିବୃଦ୍ଧି ଯୋଜନାରେ ଆବଶ୍ୟକ ସହାୟତା ଯୋଗାଇ ଦେବ ।
୨୦୨୨ ଆର୍ଥିକ ବର୍ଷରେ ୧୦.୧% ଅଭିବୃଦ୍ଧି ହାର ସହିତ ଓଡିଶା ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଉଭା ହୋଇଛି । ୨୦୨୨ ରେ ଜାତୀୟ ଅଭିବୃଦ୍ଧି ହାର ୮.୮% ଠାରୁ ଏହା ଅଧିକ ଅଟେ । ୨୦୨୨ ଆର୍ଥିକ ବଷୟ ସୁଦ୍ଧା ଏହାର ପଞ୍ଜିକୃତ ଏମଏସଏମଇ ସଂଖ୍ୟା ପ୍ରାୟ ୪.୯୪ ଲକ୍ଷ ଥିବାବେଳେ ରାଜ୍ୟରେ ପ୍ରାୟ ୨୩,୬୯୦ କୋଟି ଟଙ୍କାର ବିନିଯୋଗ ହୋଇଛି । ଏସବୁ ଏମଏସଏମଇଗୁଡ଼ିକ ରିପ୍ୟାରିଂ ସର୍ଭିସ୍, ଖାଦ୍ୟ ଏବଂ ସହଯୋଗୀ ତଥା ମାନ୍ୟୁଫାକଚରିଂ ସର୍ଭିସ୍ ଭଳି ସେକ୍ଟରର ଅନ୍ତର୍ଭୁକ୍ତ । ଓଡିଶାର ୧୮.୧୧ ଲକ୍ଷ ଲୋକଙ୍କୁ ଏମଏସଏମଇ ସେଗମେଂଟ ରୋଜଗାର ଯୋଗାଉଛି । ଯାହା ରାଜ୍ୟର ଯେ କୌଣସି ବିଭାଗ ଦ୍ୱାରା ସୃଷ୍ଟି ହୋଇଥିବା ନିଯୁକ୍ତି ସୁଯୋଗ ଠାରୁ ସର୍ବାଧିକ ରହିଛି । ଓଡିଶା ଏମଏସଏମଇ ବିଭାଗର ଅଭିବୃଦ୍ଧି ତଥା ବିକାଶକୁ ସୁଗମ କରିବା ଲକ୍ଷ୍ୟ ନେଇ ରାଜ୍ୟରେ ଏମଏସଏମଇର ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହିତ କରାଇଥାଏ । ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ଏବିଏଫଏଲ ଏହାର ମାଇକ୍ରୋ ଏଲଏପି ଏବଂ ଏସଟିଏସଏଲ ଉତ୍ପାଦ ମାଧ୍ୟମରେ, ରାଜ୍ୟରେ ଏମଏସଏମଇ ପାଇଁ ସହଜ ଆର୍ଥିକ ବିକଳ୍ପ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି ।
ଏସମ୍ପର୍କରେ ସୂଚନା ଦେଇ ଆଦିତ୍ୟ ବିର୍ଲା ଫାଇନାନ୍ସ ଲିଃ.ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରାକେଶ ସିଂ କହିଲେ, ଓଡ଼ିଶାର ଆମର ଶାଖାରେ ନୂତନ ଉତ୍ପାଦ ମାଇକ୍ରୋ ଏଲଏପିର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଏହା ଦ୍ୱାରା ରାଜ୍ୟର ଏମଏସଏମଇ ସେଗମେଂଟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ । ଯେହେତୁ ରାଜ୍ୟର ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଆର୍ଥିକ ବିକାଶର ଯଥେଷ୍ଟ ଆବଶ୍ୟକତା ରହିଛି । ଏବିଏଫଏଲ ଓଡିଶାର ଡାଇଭର୍ସ ଏବଂ ଅନଟ୍ୟାପଡ୍ ଗ୍ରାହକ ବେସ୍କୁ ପୂରଣ କରିବାକୁ ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛି । ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଆମର ଉତ୍ପାଦଗୁଡିକୁ ଡିଜାଇନ କରିଛୁ ଏବଂ ଆମର ଶାଖାଗୁଡ଼ିକରେ ଏକ ନିରବଚ୍ଛିନ୍ନ ଋଣ ପ୍ରଦାନ ଅଭିଜ୍ଞତା ସୃଷ୍ଟି କରି ରାଜ୍ୟର ଉଭୟ ସମ୍ଭାବ୍ୟ ତଥା ବିଦ୍ୟମାନ ଗ୍ରାହକଙ୍କୁ ସହାୟତା କରିବାର ଲକ୍ଷ୍ୟ ରଖିଛୁ । ଏହା ଛୋଟ ବ୍ୟବସାୟକୁ ନୂତନ ଆକାଂକ୍ଷା, ଆତ୍ମବିଶ୍ୱାସ ଏବଂ ଏକ ନୂତନ ଦୃଷ୍ଟିଭଙ୍ଗୀ ସହିତ ସେମାନଙ୍କର ପ୍ରକୃତ ସାମର୍ଥ୍ୟକୁ ରୁଦ୍ଧିମନ୍ତ କରିବା ସହିତ ସଫଳତା ହାସଲ ସହିତ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବାର ଉଦ୍ୟମ ଅବ୍ୟାହତ ରଖିବ ।