ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

0
Adani Health camp_2

ଧାମରା,ପ୍ରବାହ ନ୍ୟୁଜ୍ : ଆଦାନୀ ଧମାରା ପୋର୍ଟର ସିଏସ୍‌ଆର୍ ବିଭାଗ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କିଆମିରାସ୍ଥିତ ଏପିଏସ୍‌ପିଏସ୍ ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ଅନ୍ୟାନ୍ୟ ଅତିଥିମାନଙ୍କ ସହ ଉପସ୍ଥିତ ରହି ସମସ୍ତ ଶିବିର କାର୍ଯ୍ୟ ତଦାରଖ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଆଦାନୀ ଫାଉଣ୍ଡେସନ ଅଧିକାରୀମାନେ ତଥା ସ୍ଥାନୀୟ ଗ୍ରାମର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଶିବିରରେ ବିଶେଷଜ୍ଞ ଡଃ ଅର୍ଜୁନ ପଣ୍ଡା (ମେଡିସିନ୍‌), ଡଃ ବି.ପି ସାହୁ (ମେଡିସିନ୍‌), ଡଃ ତାପସ ନାୟକ (ଶିଶୁରୋଗ ବିଶେଷଜ୍ଞ), ଡଃ ଶୟନ ନାୟକ (ଚର୍ମ), ଡଃ ଶାଶ୍ୱତ କୁମାର ସାମଲ (ଅର୍ଥୋପେଡିକ୍‌) ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ମଙ୍ଗଳପୁର ଗ୍ରାମପଞ୍ଚାୟତର ପ୍ରାୟ ୩୩୨ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଃଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା ।

ଏଥି ମଧ୍ୟରୁ ୧୦୪ ଜଣ ପୁରୁଷ, ୧୬୨ ମହିଳା ଏବଂ୬୬ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଦାନୀ ଫାଉଣ୍ଡେସନର ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଗମତାକୁ ଉନ୍ନତ କରିବା ଦିଗରେ ପ୍ରତିବଦ୍ଧତା ଏବଂ ସମୁଦାୟର କଲ୍ୟାଣକୁ ସମର୍ଥନ କରିବା ପାଇଁ ଏହାର ନିରନ୍ତର ପ୍ରୟାସକୁ ପ୍ରମାଣିତ କରିଆସୁଅଛି

Leave a Reply

Your email address will not be published. Required fields are marked *