ଆଦାନୀ ଫାଉଣ୍ଡେସନ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଶୁଭାରମ୍ଭ

0
IMG_1933

ଧାମରା, ପ୍ରବାହ ନ୍ୟୁଜ୍ : ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ବିଭାଗ ଆଦାନୀ ଫାଉଣ୍ଡେସନ, ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଡକ ସୁରକ୍ଷା ଜନିତ ଅଭ୍ୟାସଗୁଡ଼ିକୁ ବ୍ୟାପକ କରିବା ଏବଂ ଅଧିକ ଭିଡ଼ ଆଦି ଅଞ୍ଚଳରେ ଦୁର୍ଘଟଣାକୁ ହ୍ରାସ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଅଧିନରେ ଆଦାନୀ ଫାଉଣ୍ଡେସନ ଟ୍ରାଫିକ ସିଗନାଲ ସ୍ଥାପନ, ଗତି ପ୍ରତିବନ୍ଧକ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମ ସମେତ ବହୁବିଧ ପଦକ୍ଷେପର ଯୋଜନା କରଯାଇଛି । ଏହି ପଦକ୍ଷେପ ଭଦ୍ରକ ଜିଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଏବଂ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରକ ମାଲିକ ସଂଘ ଏବଂ ଡ୍ରାଇଭର ସଂଘ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟକାରୀ କରାଯାଉଛି । ଏହା ସାମୂହିକ ଦାୟିତ୍ୱ ଏବଂ ପ୍ରଭାବଶାଳୀ ପ୍ରଚାରକୁ ସୁନିଶ୍ଚିତ କରୁଛି ।
ପ୍ରଥମ ପର୍ଯ୍ୟାୟରେ, ବେତଡ଼ା ଗ୍ରାମ ଏବଂ ବାସୁଦେବପୁର ବଜାରରେ ୨ଟି ସଚେତନତାଭିତ୍ତିକ ପ୍ରଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି । ଏହି ପଥପ୍ରାନ୍ତ ନାଟକରେ ସ୍ଥାନୀୟ ବାସିନ୍ଦା, ଡ୍ରାଇଭର ସମୁଦାୟ, ପଥଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜନସାଧାରଣ ତଥା ପଥଚାରୀଙ୍କ ମଧ୍ୟରେ ଏକ ସକରାତ୍ମକ ପ୍ରତିକ୍ରିୟା ତଥା ପ୍ରଭାବ ପକାଇବାରେ ସଫଳ ହୋଇଥିବାରୁ ଏହିଭଳି ନାଟକ ଆସନ୍ତା ୫ ଦିନ ଧରି ଜିଲାର ବିଭିନ୍ନ ସଡ଼କ ବିଶେଷ କରି ଭାରିଯାନ ଚଳାଚଳ କରୁଥିବା ଧାମରା-ଜାମୁଝଡ଼ି ରାସ୍ତାରେ ଆୟୋଜନ କରାଯିବାର ଯୋଜନା ରହିଛି ।

ଆଦାନୀ ଫାଉଣ୍ଡେସନର ଏହି ପଦକ୍ଷେପ ମାଧ୍ୟମରେ ଡ୍ରାଇଭର ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ସୁରକ୍ଷିତ ମୋଟର ଚାଳନା, ପଥଚାରୀଙ୍କ ସୁରକ୍ଷା ଭଳି ସଡ଼କ ସୁରକ୍ଷା ଜନିତ ନିୟମ ସମ୍ବନ୍ଧରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହିଭଳି କାର୍ଯ୍ୟକ୍ରମ ସାମୂହିକ କଲ୍ୟାଣ ଏବଂ ସଡ଼କ ସୁରକ୍ଷା ଦିଗରେ ଆଦାନୀ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ସୁଦୃଢ କରିଥାଏ, ଯାହା ଏହି ଅଞ୍ଚଳରେ ସୁରକ୍ଷିତ ଗତିଶୀଳତା ଏବଂ ଦୁର୍ଘଟଣା ବିପଦ ହ୍ରାସ କରିବାରେ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *