ବାଲିମୁଣ୍ଡାରେ ଆଦାନୀ ଭବନ ଉଦ୍ଘାଟିତ
ଗ୍ରାମୀଣ ଭିତ୍ତି ଭୂମିଉ ନ୍ନୟନରେ ଆଦାନୀ ଫାଉଣ୍ଡେସନର ଆଉ ଏକ ମାଇଲଖୁଣ୍ଟ
ଧାମରା, ପ୍ରବାହ ନ୍ୟୁଜ୍ : ବାଲିମୁଣ୍ଡା ଗ୍ରାମରେ ଗ୍ରାମୀଣ ଭିତ୍ତିଭୂମି ଢାଞ୍ଚାର ସୁଦୃଢିକରଣ ଦିଗରେ ଆଦାନୀ ଫାଉଣ୍ଡେସନ ଆଜି ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି। ଆଦାନୀ ଗ୍ରୁପ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଶାଖା ଭାବେ କାର୍ଯ୍ୟରତ ଆଦାନୀ ଫାଉଣ୍ଡେସନ ପକ୍ଷରୁ ନିର୍ମିତ “ଆଦାନୀ ଭବନ”ର ଆଜି ଜନସାଧାରଣଙ୍କ ପାଇଁ ଉଦଘାଟନ କରାଯାଇଛି।
₹୪୭ ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ୨,୨୦୦ ବର୍ଗ ଫୁଟ୍ ଅଞ୍ଚଳରେ ନିର୍ମିତ ଏହି ସାମୁଦାୟିକ କେନ୍ଦ୍ର ଗ୍ରାମବାସୀଙ୍କ ପାଇଁ ସାମାଜିକ, ସାଂସ୍କୃତିକ ଓ ବିକାଶମୂଳକ କାର୍ଯ୍ୟକ୍ରମର ଏକ କେନ୍ଦ୍ରବିନ୍ଦୁ ରୂପେ ପରିଣତ ହେବ। ଏହା ଗ୍ରାମୀଣ ସମାଜର ସମୂହ ଚେତନା ଓ ସମ୍ମିଳିତ ପ୍ରୟାସକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଏହାସହିତ ବାଲିମୁଣ୍ଡା ବିମାନ ବନ୍ଦର ମୁଖ୍ୟ ସଡ଼କ ଠାରୁ ବାଲିମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ 1500 ମିଟର ଲମ୍ବ ଏକ ପକ୍କା ସଡ଼କର ଉଦଘାଟନ ମଧ୍ୟ ହୋଇଥିଲା ଏବଂ ଏହା ବାବଦରେ ଆଦାନୀ ଫାଉଣ୍ଡେସନ 62 ଲକ୍ଷ ଖର୍ଚ୍ଚ କରାଯାଇଛି, ଯାହାକି 400 ରୁ ଉର୍ଦ୍ଧ ପରିବାର ସୁଗମରେ ଯାତାୟାତ କରିପାରିବେ।

ଏହି ଅବସରରେ ଏ.ପି.ଏସ.ଇ.ଜେଡ୍ର ହୋଲ୍ ଟାଇମ୍ ନିର୍ଦେଶକ ଓ ସି.ଇ.ଓ ଶ୍ରୀ ଅଶ୍ୱିନୀ ଗୁପ୍ତା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ତାଙ୍କ ସହ ଶ୍ରୀ ପ୍ରଣବ ଚୌଧୁରୀ, ସିଇଓ ଏବଂ ଶ୍ରୀ ଦେବେନ୍ଦ୍ର ଠାକ୍କର, ସିଇଓ, ଡିପିସିଏଲ୍ ଉପସ୍ଥିତ ଥିଲେ। ବାଲିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସଦସ୍ୟମାନେ, ସ୍ଥାନୀୟ ପ୍ରତିନିଧିମାନେ ଓ ବହୁ ସଂଖ୍ୟକ ଗ୍ରାମବାସୀ ଏହି ଅବସରକୁ ସାକ୍ଷୀ ହୋଇଥିଲେ।
ସମ୍ମିଳିତ ସଭାକୁ ସମ୍ବୋଧନ କରି ଅତିଥିମାନେ କହିଥିଲେ ଯେ, ଗ୍ରାମୀଣ ଅଞ୍ଚଳର ସମଗ୍ର ଉନ୍ନୟନ ପାଇଁ ସୁଦୃଢ ସାମୁଦାୟିକ ଢାଞ୍ଚା ଅତ୍ୟାବଶ୍ୟକ। “ଆଦାନୀ ଭବନ”ଭବିଷ୍ୟତରେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସାମାଜିକ ସମ୍ମିଳନୀ, ସଭା ଓ ଅନ୍ୟାନ୍ୟ ସମୁଦାୟମୂଳକ କାର୍ଯ୍ୟକ୍ରମ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସେମାନେ ଗ୍ରାମବାସୀଙ୍କୁ ଏହି ସୁବିଧାର ସୁଚାରୁ ରକ୍ଷାବେକ୍ଷଣ ଓ ସଦୁପଯୋଗ ପାଇଁ ଆହ୍ୱାନ ମଧ୍ୟ କରିଥିଲେ।
ଏହି ପଦକ୍ଷେପ ମାଧ୍ୟମରେ ଆଦାନୀ ଫାଉଣ୍ଡେସନ ପୁନର୍ବାର ପ୍ରମାଣ କରିଛି ଯେ, ଗ୍ରାମୀଣ ଉନ୍ନୟନ ଓ ସମାବେଶୀ ପ୍ରଗତି ହେଉଛି ତାଙ୍କର ପ୍ରାଥମିକତା।
