ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ୍ ତଲପଡେ : ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।

ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କ ଆଞ୍ଜିଓପ୍ଲାଷ୍ଟ ହୋଇଥିଲା ଏବଂ ସବୁ ଠିକଠାକ ଥିବା ଜଣାଯାଇଛି । ତାଙ୍କର ଅସ୍ତ୍ରୋପଚାର କରାଯାଇଛି  । ସେ ସୁ୍ସ୍ଥ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ୪୭ ବର୍ଷୀୟ ଶ୍ରେୟସ ଗୁରୁବାର ସନ୍ଧ୍ୟାରେ ୱେଲକମ ଟୁ ଜଙ୍ଗଲ ସୁଟିଂ କରୁଥିଲେ ।ସେତେବେଳେ ସେ ସ୍ୱାଭାବିକ ଥିଲେ । ମାତ୍ର ସୁଟିଂ ସରିବା ପରେ ହୃତଘାତର ଶିକାର ହୋଇଥିଲେ । ଏହାପରେ ସେ ତଳେ ପଡି ଯାଇଥିଲେ ।

ଶ୍ରୟସ ତଲପଡେ ଜଣେ ହିନ୍ଦୀ ଓ ମରାଠି ଅଭିନେତା । ୨୦୦୫ରେ ଫିଲ୍ ଇକବଲରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ । ଏହାବ୍ୟତୀତ ଅନେକ ବକ୍ସଅଫିସ ହିଟ ଫିଲ୍ମ ଓମ ଶାନ୍ତି ଓମ, ଗୋଲମାଲ ରିଟର୍ଣ୍ଣ, ହାଉସଫୁଲ-୨ ରେ ଅଭିନୟ କରି ନିଜ ଦକ୍ଷତା ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *