ଏଚସିସିବିର ୨୫ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଭୁବନେଶ୍ୱରରେ ଅଭିନେତା ଆଶୁତୋଷ ରାଣା, ବିଧାୟକ ଓ ସାଂସଦ, ପ୍ରଶାସକଙ୍କ ଯୋଗଦାନ

ଭୁବନେଶ୍ୱର,୨୨ା୬: ଭାରତର ଅନ୍ୟତମ ଶୀର୍ଷ ଏଫଏମସିଜି କମ୍ପାନୀ ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ୍ (ଏଚସିସିବି), ଭୁବନେଶ୍ୱରରେ ତାହାର ୨୫ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛି । ଡ.ଅମର ପଟ୍ଟନାୟକ, ସାଂସଦ-ରାଜ୍ୟସଭା, ସୌମ୍ୟ ରଞ୍ଜନ ପଟ୍ଟନାୟକ,ବିଧାୟକ-ଖଣ୍ଡପଡା, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଧାୟକ-ଖୋର୍ଦ୍ଧା ପ୍ରମୁଖ ଉକ୍ତ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ । ଚେୟାରମ୍ୟାନ ଓ ସିଇଓ ନିରଜ ଗର୍ଗ ଏଚସିସିବି ପକ୍ଷରୁ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ।
ଉକ୍ତ ସନ୍ଧ୍ୟାରେ ଅଭିନେତା, ଲେଖକ, କବି ଏବଂ ଚିନ୍ତାନାୟକ ଆଶୁତୋଷ ରାଣା ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ଏଚସିସିବିର ୨୫ ବର୍ଷ ଯାତ୍ରାକୁ ତ୍ରୁଟିଶୂନ୍ୟ ଭାବରେ ତାଙ୍କର ଅନନ୍ୟ ବର୍ଣ୍ଣନାଶୈଳୀରେ ଉପସ୍ଥାପନ କରିଥିଲେ । ସେ ଉପଭୋକ୍ତାଙ୍କର ବିଶ୍ୱାସ ବୋଧ, ଉତ୍ସର୍ଗୀକୃତ ଭାବ, ଆନୁଗତ୍ୟ ଏବଂ ଏକ ସଫଳ ଉଦ୍ୟୋଗ ନିମନ୍ତେ ନିଃସ୍ୱାର୍ଥପର ସେବା ଯୋଗାଣ ପ୍ରସଙ୍ଗରେ ରାମାୟଣ ଏବଂ ମହାଭାରତର ଉଦାହରଣ ଦେଇଥିଲେ । ଏହି ଅବସରରେ ସେ ବିଶିଷ୍ଟ କବି ତଥା ସ୍ୱାଧୀନତା ସଂଗ୍ରାମୀ ରାମଧାରୀ ସିଂ ଦିନକରଙ୍କ ଦ୍ୱାରା ଏକ ଅନବଦ୍ୟ ସୃଷ୍ଟି ରଶ୍ମିରଥୀର ତୃତୀୟ ସର୍ଗକୁ ଆବୃତ୍ତି କରିଥିଲେ । ପାଣ୍ଡବମାନଙ୍କୁ ଅନ୍ୟୂନ ପାଞ୍ଚଟି ଗ୍ରାମ ଦେବାକୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବକୁ ଦୁର୍ଯ୍ୟୋଧନ ପ୍ରତ୍ୟାଖ୍ୟାନ କରିବାପରେ ଭଗବାନ କୃଷ୍ଣଙ୍କର ବିଶ୍ୱ ରୂପ ସମ୍ପର୍କରେ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ।
ଏହି ସଂଧ୍ୟା ୰ ହିନ୍ଦୁସ୍ତାନିୟମ୍ ପ୍ରତି ଏକ ଉତ୍ସର୍ଗ ଥିଲା, ଯାହା ଗତ ୨୫ ବର୍ଷ ଧରି ଏଚସିସିବି ପାଇଁ ଆଲୋକ ଦେଖାଇ ଆସୁଛି । ୰ହିନ୍ଦୁସ୍ତାନିୟମ୍ ନୂତନ ରୂପର ପରିକଳ୍ପନା କରୁଛି ଯାହା ଏକ ଧାରାରେ ପରିଣତ ହେଉଛି । ଏହା ବିବିଧତା ମଧ୍ୟରେ ପରିଚିତକୁ ସନ୍ଧାନ କରୁଛି । ୰ ହିନ୍ଦୁସ୍ତାନିୟମ୍ ପ୍ରକୃତି ସହିତ କାର୍ଯ୍ୟ କରିବାକୁ ସମର୍ଥ କରାଉଛି । ଏହା ହସକୁ ଅଧିକ ପରିବ୍ୟାପ୍ତ କରୁଛି । ୰ ହିନ୍ଦୁସ୍ତାନିୟମ୍ ପରବର୍ତ୍ତୀକୁ ଆଣିବା ଦିଗରେ ସମର୍ଥ କରାଉଛି । ଏହା ସୁଯ୍ଧେଜ୍ଞ ଆଣିବା ଅଭିଯାନ ହୋଇଛି । ୰ ହିନ୍ଦୁସ୍ତାନିୟମ୍ ଭାରତକୁ ନେଇ ଖୁସି ମନାଇଉଛି- ଯାହା ଆମର ପ୍ରେରଣା! ଏଚସିସିବିର ୨୫ ବର୍ଷର ଯାତ୍ରା ସମ୍ପର୍କରେ ପ୍ରକାଶ କରି ଆଶୁତୋଷ ରାଣା କହିଥିଲେ, “ଯେକୌଣସି ସଂସ୍ଥା ତିଷ୍ଠି ରହିବା ସକାଶେ ସେମାନେ ସେମାନଙ୍କର ବିଶ୍ୱାସରେ ଏକାଗ୍ର ଏବଂ ଦୃଢ ରହିବାର ଆବଶ୍ୟକତା ରହିଛି । ଏଚସିସିବି ଭଳି ଏକ ସଂସ୍ଥା ଏହି ମୂଳ ନୀତିକୁ ଅନୁସରଣ କରିନଥିଲେ ଏହି ପରିମାଣର ସଫଳତା ହାସଲ କରିପାରିନଥାନ୍ତା । ଏହି ୨୫ ବର୍ଷର ଯାତ୍ରା ପୂରଣ ପାଇଁ ମୁଁ ଏଚସିସିବିକୁ ଅଭିନନ୍ଦନ ଜଣାଉଛି ।”
ଶ୍ରୀ ନିରଜ ଗର୍ଗ, ଚେୟାରମ୍ୟାନ ଓ ସିଇଓ, ଏଚସିସିବି କହିଥିଲେ, “ଗତ ୨୫ ବର୍ଷ ଭାରତରେ ବ୍ୟାପକ ପରିବର୍ତ୍ତନର ବର୍ଷ ହୋଇଛି । ତାହା ସାମାଜିକ, ସାଂସ୍କୃତିକ, ପ୍ରଯୁକ୍ତି, ଅର୍ଥନୈତିକ ଅଭିବୃଦ୍ଧି, ମହାମାରୀ ଆଦି ବିଭିନ୍ନ କ୍ଷେତ୍ରରେ ଘଟିଛି । ଏହିସବୁ ପରିବର୍ତ୍ତନ ମଧ୍ୟରେ ଆମେ କେବଳ ସଫଳତାର ସହିତ ଆଗକୁ ବଢିନାହୁଁ, ତାହାସହିତ ଏଭଳି ଏକ ପରିବ୍ୟବସ୍ଥାକୁ ସମର୍ଥ କରାଇଛୁ ଯାହା ସଂପ୍ରତି ମଜଭୁତ, ଦୀର୍ଘସ୍ଥାୟୀ ଏବଂ ସ୍ୱାବଲମ୍ବୀ ହୋଇପାରିଛି । ଏହି ଅବସରରେ ଆମେ ମଧ୍ୟ ଭାରତରେ ଅନ୍ୟତମ ଅଗ୍ରଣୀ ଏଫଏମସିଜି କମ୍ପାନୀ ଭାବରେ
ଅଭିବୃଦ୍ଧି ଲାଭ କରିଛୁ । ଆମେ ଆମର ସଫଳତାକୁ ନେଇ ଆମର ସହଭାଗୀ ଏବଂ ଏଠାରେ ଉପସ୍ଥିତି ଅତିଥିଗଣଙ୍କ ସହିତ ପାଳନ କରିବାକୁ ଚାହିଁଥିଲୁ, ଯେଉଁମାନଙ୍କ ବ୍ୟତୀତ ଏହି ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ।”
ଏଚସିସିବି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅବସରରେ ଡିଜିଟାଲ ପ୍ରଯୁକ୍ତି ସହାୟତାରେ ସ୍ୱତନ୍ତ୍ର, ନିବିଷ୍ଟକାରୀ ଅନୁଭୂତି ଜୋନ୍ଗୁଡିକ ସୃଷ୍ଟି କରାଯାଇଥିଲା । ଏଗୁଡିକ ମଧ୍ୟରେ କିଛି ଜୋନ୍ ରହିଥିଲା ଯେଉଁଠାରେ ପରିଦର୍ଶକମାନେ ଭର୍ଚୁଆଲ ରିଅଲିଟିକୁ ବ୍ୟବହାର କରି ହୋଟେଲରୁ ଖୋର୍ଦ୍ଧାସ୍ଥିତ ଏଚସିସିବି କାରଖାନାକୁ ଭ୍ରମଣରେ ଯାଇଥିଲେ । ଡିଜିଟାଲ ବୁକ୍, ଏଲଇଡି ୱାଳ ଏବଂ ଏକ ଟଚ୍ ସ୍କ୍ରିନ ଭଳି ଅନ୍ୟାନ୍ୟ ପ୍ରଯୁକ୍ତିଗତ ଇଣ୍ଟରଫେସ୍ଗୁଡିକ ଶିକ୍ଷା, କୁଶଳତାର ବିକାଶ, ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା, ଜଳ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା, ମହିଳା ସଶକ୍ତିକରଣ ଏବଂ ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଏଚସିସିବିର କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଥିଲା ।
୨୫ ବର୍ଷ ପୂର୍ତ୍ତି ପାଳନ କରିବା ସକାଶେ ଏଚସିସିବି ଓଡ଼ିଶାରେ ଏକାଧିକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି । ଏହା ଖୋର୍ଦ୍ଧା ଶିଳ୍ପାଞ୍ଚଳସ୍ଥିତ କାରଖାନାର ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ନିମନ୍ତେ ଆଉ ୩୦୦ କୋଟି ଟଙ୍କା ନିବେଶ କରିବାକୁ ଯାଉଥିବାବେଳେ ଏହା ରାଜ୍ୟରେ ୧ ଲକ୍ଷ ବୃକ୍ଷ ଚାରା ରୋପଣ ସକାଶେ ମଧ୍ୟ ଯୋଜନା କରିଛି । ପୂର୍ବରୁ ଏହାର ଖୋର୍ଦ୍ଧା କାରଖାନା ପରିସରରେ ୧୩,୦୦୦ ସମ୍ପୂର୍ଣ୍ଣ ଭାବରେ ବଡ ହୋଇସାରିଥିବା ଗଛ ରହିଛି ।
ଏଥିସହିତ ଏଚସିସିବି ତାହାର କ୍ୟାରିୟର ଡେଭଲପମେଣ୍ଟ ସେଣ୍ଟର (ସିଡିସି)ରେ ଶିକ୍ଷିତ ବେକାର ଯୁବକଙ୍କୁ ଗ୍ରହଣ କରିବା ସଂଖ୍ୟାରେ ବୃଦ୍ଧି ଘଟାଇବ । ଏହି କେନ୍ଦ୍ର ଯୁବବର୍ଗଙ୍କର ନିଯୁକ୍ତିବତ୍ତାରେ ବୃଦ୍ଧି ଘଟାଉଥିବା କୁଶଳତାର ତାଲିମ ପ୍ରଦାନ କରୁଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଏଚସିସିବି କାରଖାନାରେ ସମ୍ପ୍ରତି ୫ଟି ଉତ୍ପାଦନକାରୀ ଲାଇନ ରହିଛି ଯେଉଁଠାରେ ଜୁସ୍ ଏବଂ ତାଜାପଣ ପ୍ରଦାନ କରୁଥିବା ବେଭରେଜ ଉତ୍ପାଦନ କରାଯାଉଛି । ଏହି କାରଖାନାରେ କମ୍ପାନୀ ୫୦୦ କୋଟି ଟଙ୍କା ନିବେଶ କରିସାରିଛି । ଏହା ସମ୍ପ୍ରତି ନିଜର ସମ୍ପ୍ରସାରଣ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଉତ୍ପାଦନ କ୍ଷମତର ବୃଦ୍ଧି କରିବାକୁ ଇଡ୍କୋ ନିକଟରୁ ଆଉ ୨୦ ଏକର ଜମି ଖରିଦ କରିଛି । ଏଚସିସିବି ଏଠାରେ ଆଉ ୩୦୦ କୋଟି ଟଙ୍କା ନିବେଶ କରିବା ପରେ ଏହାର ମୋଟ ନିବେଶ ପରିମାଣ ୮୦୦ କୋଟି ଟଙ୍କାକୁ ବୃଦ୍ଧିପାଇବ । କାରଖାନାରେ ପ୍ରତ୍ୟକ୍ଷ ଭାବରେ ୫୫୦ ଲୋକ ଏବଂ ପରୋକ୍ଷ ଭାବରେ ୧୦୦୦ ଜଣ କର୍ମନିଯୁକ୍ତି ପାଇଛନ୍ତି । ଏହି ସମ୍ପ୍ରସାରଣ ପରେ ଆଉ ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।