ସଡକ ଦୁର୍ଘଟଣାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା : ୧୪/୯(ପ୍ରବାହ ନିଉଜ) ଖୋର୍ଦ୍ଧା ସହର ଦେଇ ଯାଇଥିବା ୧୬ନମ୍ୱର ଜାତୀୟ ରାଜପଥ ତୋଟାପଡା ଛକରେ ଟ୍ରକ୍ ଧକ୍କାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ । ସୂଚନା ମୁତାବକ ବୁଧବାର ମଧ୍ୟାହ୍ନରେ ଭୁବନେଶ୍ୱର ପଟୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏପି୦୭- ଟିୟୁ- ୬୬୯୫ ନମ୍ୱର ବିଶିଷ୍ଟ ଏକ ଟ୍ରକ ଟି ଆଗରେ ଯାଉଥିବା ଏକ ଆକ୍ଟିଭାକୁ ଧକ୍କା ଦେବା ସହ ଚାଳକଙ୍କ ଉପରେ ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ ଘଟିଛି।

ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ସଦର ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ଅଟକ ରଖିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟକୁ ପଠାଇଥିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *