ଭାରତରେ ଚତୁର୍ଥ କୋଭିଡ୍ ଲହର ଜୁନରୁ ଆରମ୍ଭ ହୋଇପାରେ

୨ମାସ ପରେ କୋଭିଡ୍ ସଂକ୍ରମଣ ୧୦ ହଜାର ତଳେ

ନୂଆଦିଲ୍ଲୀ: ଆଇଆଇଟି କାନପୁରର ଗବେଷକମାନଙ୍କ ଏକ ଅଧ୍ୟୟନ ଅନୁସାରେ ଜୁନ୍ ୨୨ ତାରିଖ ଆଡ଼କୁ ‌ଭାରତରେ କୋଭିଡ୍-୧୯ର ଚତୁର୍ଥ ଲହର ଆରମ୍ଭ ହୋଇପାରେ ଏବଂ ଅଗଷ୍ଟ ତୃତୀୟ ବା ଚତୁର୍ଥ ସପ୍ତାହ ଭିତରେ ଶିଖର ଛୁଇଁପାରେ। ଏପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ଦ୍ବାରା ସମୀକ୍ଷା ହୋଇ ନ ଥିବା ଏହି ଅଧ୍ୟୟନରେ ଏକ ପାରିସଂଖ୍ୟିକ ମଡେଲର ବ୍ୟବହାର କରାଯାଇଛି, ଯେଉଁଥିରୁ ସମ୍ଭାବ୍ୟ ନୂଆ ଲହର ପ୍ରାୟ ଚାରି ମାସ ଯାଏ ରହିପାରେ ବୋଲି ଜଣାପଡ଼ିଛି। ଆଇଆଇଟି କାନପୁରର ଗଣିତ ଓ ପରିସଂଖ୍ୟାନ ବିଭାଗର ଶବର ପରସାଦ ରାଜେଶଭାଇ, ଶୁଭ୍ର ଶଙ୍କର ଧର ଓ ଶଲଭଙ୍କ ନେତୃତ୍ବରେ ଗବେଷଣା ପରିଚାଳିତ ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ନୂଆ ଲହରର ତୀବ୍ରତା ସମ୍ଭାବ୍ୟ ନୂଆ ଭାରିଆଣ୍ଟର ଉଦ୍ଭବ ଓ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରେ

Leave a Reply

Your email address will not be published. Required fields are marked *