ନିର୍ମାଣ ଧିନ ଇଣ୍ଡୋର ଷ୍ଟାଡିୟମରେ ଦୁର୍ଘଟଣା, ବିଦୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ

ବଡବିଲ (୨୨.୦୭.୨୦୨୩): ବଡବିଲ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୫, ଦାମୁ ହାଟିଂ, ନୂଆ ବସ୍ ଷ୍ଟାଣ୍ଡ ସାମ୍ନା ରେ ନିର୍ମାଣ ଚାଲିଥିବା ଇନ୍ଡୋର ଷ୍ଟାଡିୟମ ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁସାରେ ନୂଆ ବସ୍ ଷ୍ଟାଣ୍ଡ ସାମନା ରେ ନିର୍ମାଣ ଚାଲିଥିବା ଇନ୍ଡୋର ଷ୍ଟାଡିୟମରେ ରଙ୍ଗ ମିସ୍ତ୍ରୀ ପ୍ରକାଶ ମଲ୍ଲିକ (୧୭) କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ତାଙ୍କ ସହିତ କାମ କରୁଥିବା ଅନ୍ୟ ଶ୍ରମିକ ମାନେ ତୁରନ୍ତ ତାଙ୍କୁ ବଡବିଲ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ମଲ୍ଲିକଙ୍କ ଘର କଟକ ଜିଲ୍ଲା, ନରସିଂହପୁର ଥାନା, ବ୍ରହ୍ମପୁର ଗ୍ରାମରେ ବୋଲି ଜଣାଯାଇଛି ।

ପ୍ରକାଶ ଥାଉ କି ମୃତ ପ୍ରକାଶ ମଲ୍ଲିକ ଯିଏକି ଜଣେ ନାବାଳକ, ୬୦ ଫୁଟ ଉଚ୍ଚରେ ବିନା ସୁରକ୍ଷା ଉପକରଣ ଯଥା – ସୁରକ୍ଷା ବେଲ୍ଟ, ଜୋତା, ହେଲମେଟ୍ ରେ କାନ୍ଥରେ ରଙ୍ଗ ମାରୁଥିଲେ । ତେବେ ବିଦ୍ୟୁତ ଚାଳିତ ମେସିନ୍ ଯୋଗେ ରଙ୍ଗ ଘୋଳୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬୦ ଫୁଟ ଉପରୁ ତଳେ ପଡିଯାଇଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଅଛି ।

ତେବେ ଏ ବିଷୟରେ ଇନ୍ଡୋର ଷ୍ଟାଡିୟମ ର ଠିକାଦାରଙ୍କ ସହ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାବେଳେ ଉକ୍ତ ଷ୍ଟାଡିୟମରେ ଶ୍ରମିକ ଭାବରେ କାମ କରୁଥିବା କିଛି ଶ୍ରମିକ ନିଜ ନାମ କୁ ପ୍ରକାଶ ନକରିବାକୁ କହି ଠିକାଦାର ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ତରତର ହୋଇ ଶବ ବ୍ୟବଚ୍ଛେଦ କରି, ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେଇ ଠିକାଦାର ଚୁପ୍ ହୋଇଯାଇଥିବା ଜଣାଯାଇଛି ।

ନାବାଳକ କୁ କାମରେ ଲଗେଇବା ଏକ ଅପରାଧ, ବିନା ସୁରକ୍ଷା ଉପକରଣରେ କାର୍ଯ୍ୟ କରେଇବା ମଧ୍ୟ ଏକ ଅପରାଧ । ତେବେ ଠିକାଦାରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ ନା ନାହିଁ ଦେଖିବାକୁ ବାକି ରହିଲା । ଏନେଇ କେସ୍ ନମ୍ବର ୩୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବଡବିଲ ପୋଲିସ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *