ରାସ୍ତା ଉପରେ ଥିବା ବ୍ୟାରିକେଡ୍ରେ ପିଟି ହୋଇ ମୋଟର ସାଇକେଲ୍ ଚାଳକ ଗୁରୁତର

ସାଲେପୁର : ଗତକାଲି ବିଳମ୍ବିତ ରାତ୍ରିରେ ବ୍ୟାରିକେଡ୍ରେ ପିଟି ହୋଇ ଜଣେ ମୋଟର ସାଇକେଲ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମୋଟର ସାଇକେଲ୍ ଚାଳକ ସାଲେପୁର-କୁଆଁପାଳ ରାସ୍ତାରେ ସାଲେପୁର ହାଟ ନିକଟରେ ରାସ୍ତା ଉପରେ ଥୁଆ ହୋଇଥିବା ବାରିକେଟ୍ରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ । ସାଲେପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ସଂପୃକ୍ତ ଯୁବକ ଜଣକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ତା’ର ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ସଂପୃକ୍ତ ଯୁବକ ଜଣକ ଅଚେତ୍ ଅବସ୍ଥାରେ ଥିବାରୁ ତା’ର କୌଣସି ପରିଚୟ ମିଳିନାହିଁ ।