ପ୍ରେମ ବ୍ୟାପାରକୁ ନେଇ ନାବାଳକ ଛାତ୍ରଙ୍କୁ ଛୁରାମାଡ଼ !

ଖୋର୍ଦ୍ଧା: ୨୩/୮(ପ୍ରବାହ ନିୟୁଜ) ସଦର ଥାନା ଅନ୍ତର୍ଗତ ଖୋର୍ଦ୍ଧା ନନ୍ଦପୁର ପଞ୍ଚାୟତ ଅଧୀନ ମହତ୍ତପଲ୍ଲା ଗ୍ରାମରେ ନବମ ଶ୍ରେଣୀ ଛାତ୍ରଙ୍କୁ ଦୁବୃର୍ତ୍ତଙ୍କ ଛୁରାମାଡ। ସୂଚନା ମୁତାବକ ମହତ୍ତପଲ୍ଲା ଗ୍ରାମର ପଞ୍ଚାନନ ଜେନାଙ୍କ ନାବାଳକ ପୁତ୍ର ପ୍ରଭାତ ଜେନା ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଛୁରାମାଡ କରିଛନ୍ତି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଗ୍ରାମର ଏବଂ ସ୍ଥାନୀୟ ଅଣ୍ଡା ଗ୍ରାମର ଦୁଇଜଣ ଦୁବୃର୍ତ୍ତ ।

ପ୍ରଭାତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ପ୍ରଭାତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ପ୍ରଭାତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି କେଉଁ ପରିସ୍ଥିତିରେ ଏଭଳି ଅପ୍ରୀତିକର ପରିସ୍ଥିତି ଘଟିଛି, ସେ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *