ନାବାଳିକା ଅପହରଣକୁ ବିତିଗଲା ଏକମାସ : ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନାହିଁ ପୋଲିସ

ଖୋର୍ଦ୍ଧା : ୨୧/୧୦(ପ୍ରବାହ ନିଉଜ୍) ଘରୁ ଟିଉସନ ଯିବା ପରେ ଆଉ ଫେରି ନଥିଲା ଝିଅ । ଗତମାସ ୨୨ ତାରିଖରେ ଟିଉସନ ଯାଇଥିବା  ଜଣେ ନବମ ଶ୍ରେଣୀର ଛାତ୍ରୀ ରାସ୍ତାରୁ ନିଖୋଜ ଘଟଣାକୁ ଦୀର୍ଘ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ ଝିଅର ଖୋଜ ଖବର ପାଉନାହିଁ ପୋଲିସ । ସ୍ଥାନୀୟ କୁଜିନେତାଙ୍କ ଚାପର ବଶବର୍ତ୍ତୀ ହୋଇ କେବଳ ମାମଲା ରୁଜୁ କରି ଚୁପଚାପ ହୋଇ ବସି ରହିଛି ପୋଲିସ , ଏପରି କିଛି ଅଭିଯୋଗ ଆଣିଛନ୍ତି ଅପହୃତା ନାବଳିକାର ପରିବାର ଲୋକ ।

ଝିଅର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ  ଥାନାକୁ  ଦୌଡ଼ି ଦୌଡ଼ି ପରିବାର ଲୋକ ହତାଶ ,କିନ୍ତୁ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ।ସମୟ ଅଭାବ  ସହିତ ବାହାନା ଦେଖାଇ ର ପୋଲିସ ନିଜ ଉପରୁ ଦୋଷ ଝଡ଼ିବାରେ ଲାଗିଛି । ୧୪ ବର୍ଷର ନାବାଳିକା ଛାତ୍ରୀ ଅପହରଣ ଘଟଣାକୁ  ଏକମାସ ବିତି   ଯାଇଥିଲେ, ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ବିଫଳତା କୁ ନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଘଟଣାଟି ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଞ୍ଚଳରେ । ଅଭିଯୋଗ  ଅନୁସାରେ  ଜୈନିକା  ନବମ ଶ୍ରେଣୀର ଛାତ୍ରୀ କଳାଙ୍ଗ ଗ୍ରାମକୁ ଅପରାହ୍ନ ୩ଟା ସମୟରେ  ଟିଉସନକୁ ଯାଇଥିଲେ ହେଲେ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକେ  ବହୁ ଖୋଜା ଖୋଜି ପରେ  ଝିଅକୁ ସେହି ଗ୍ରାମର କୁନର ବାରିକ ନାମକ ଜଣେ ବ୍ୟକ୍ତି ଅପହରଣ କରିଥିବା ଜାଣିବା ପରେ ନାବାଳିକାର ପରିବାର ପକ୍ଷରୁ ବୋଲଗଡ ଥାନା ରେ ଲିଖିତ ଏତଲା ଦିଆ ଯାଇଥିଲା, ମାତ୍ର ପୋଲିସ ପକ୍ଷରୁ ବିଭିନ୍ନ ଆଶଙ୍କାରେ ଥିବା ନାବାଳିକାର ପରିବାରକୁ  ନା ମିଳିଛି କୌଣସି ଶାନ୍ତ୍ଵନା ନା ହୋଇଛି ସଠିକ ତଦନ୍ତ । ପରିବାର ଲୋକେ ତାଙ୍କ ଝିଅକୁ ଅପହରଣ କରିଥିବା କୁନର ବାରିକ  ସମ୍ପର୍କରେ ସମସ୍ତ କଥା  ପୋଲିସକୁ ଜଣାଇଥିଲେ ସୁଦ୍ଧା ବୋଲଗଡ ଥାନା ଅଧିକାରିଣୀ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଘଟଣାକୁ ଚପାଇ ଦେବା ପାଇଁ ରୀତିମତ କସରତ ଜାରି ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏ ନେଇ ଗୁରୁବାର ଦିନ ନାବାଳିକାର ପରିବାର ଲୋକ ଖୋର୍ଦ୍ଧା ଏସ.ପି ଙ୍କୁ ନିଜର ଦୁଃଖ ଜଣାଇବା ସହିତ ଝିଅକୁ ଫେରେଇ ଆଣିବାକୁ ଅନୁରୋଧ କରିଥିବା ବେଳେ ଏସ୍.ପି ଘଟଣାର ତଦନ୍ତ କରି ସାତଦିନ ଭିତରେ ମାମଲାର ସମାଧାନ କରିବାକୁ ବୋଲଗଡ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *