ଭାରତୀୟ ଷ୍ଟେଟ ବାଙ୍କ କର୍ମଚାରୀ ସଂଘ ଭୁବନେଶ୍ବର ମଣ୍ଡଳ ର ଏକ ସାଧାରଣ ପରିଷଦ ସଭା ଅନୁଷ୍ଠିତ

ଭାରତୀୟ ଷ୍ଟେଟ ବାଙ୍କ କର୍ମଚାରୀ ସଂଘ ଭୁବନେଶ୍ବର ମଣ୍ଡଳ ର ଏକ ସାଧାରଣ ପରିଷଦ ସଭା ତା 14/05/2023 ଋଖ ରବିବାର ଦିନ ରେଲୱେ ଅଡିଟରିୟମ ଭୁବନେଶ୍ବର  ଠାରେ ଅନୁଷ୍ଠିତ ହୋଇଯାଇଛି  | ଏହି ସଭାରେ ସମସ୍ତ ଓଡିଶା ରାଜ୍ୟ ର କୋଣ ଅନୁକୋଣ ରେ ଥିବା ଭାରତୀୟ ଷ୍ଟେଟ ବ୍ଯାଙ୍କ ର ଶାଖା ମାନଙ୍କରେ ନିଯୁକ୍ତି ପ୍ରାପ୍ତ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ | ସର୍ବ ଭାରତୀୟ ବ୍ଯାଙ୍କ ସଂଘ ସମୂହର ଆବାହକ ଏବଂ ଭାରତୀୟ ଷ୍ଟେଟ ବ୍ଯାଙ୍କ କର୍ମଚାରୀ ସଂଘ ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ସଂଜୀବ କୁମାର ବନ୍ଦଲିସ ଏହି ସଭାରେ ମୁଖ୍ୟ ଅଥିତି ରୂପେ ଯୋଗଦାନ କରିଥିଲେ ଷ୍ଟେଟ ବ୍ଯାଙ୍କ ର ମହାପ୍ରବନ୍ଧକ ଶ୍ରୀ ପିନାକ ଚକ୍ରବର୍ତୀ ,ପୋନ୍ନାବଲମ ଏମ  ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ସାମ୍ପ୍ରତିକ ପରିସ୍ଥିତି ରେ ବ୍ଯାଙ୍କିଂ ଶିଳ୍ପ ର ଭାରତୀୟ ଅର୍ଥନୀତି ରେ ଭୂମିକା , ଆଗାମୀ ଦିନ ରେ ସମୁଖିନ୍ନ ହେବାକୁ ଥିବା ଆହ୍ଵାନ , କାର୍ଯ୍ୟରତ କର୍ମଚାରୀ ମାନଙ୍କ ର ସାମଗ୍ରିକ ବିକାଶ ଉପରେ ଆଲୋକ ପାତ କରିଥିଲେ |

   ପ୍ରାୟ 1000 ରୁ ଅଧିକ ସଭ୍ଯ ମାନଙ୍କ ସହିତ ଅନ୍ୟ ସମସ୍ତ ରାଜ୍ୟ ର ଷ୍ଟେଟ ବ୍ଯାଙ୍କ କର୍ମଚାରୀ ସଂଘ ର ସଭାପତି ଓ ସାଧାରଣ ସମ୍ପାଦକ , ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ର  ନେତୃବୃନ୍ଦ, ଷ୍ଟେଟ ବ୍ଯାଙ୍କ ଅନୁସୂଚିତ ଜାତି/ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ର ନେତୃବୃନ୍ଦ ଏବଂ ବ୍ଯାଙ୍କର ଅଧିକାରୀମାନେ ଏହି ମହାସଭାରେ ଯୋଗଦାନ କରି ଏହାକୁ ସାଫଲ୍ଯମଣ୍ଡିତ କରିଥିଲେ| ଏହି ସଭା ଟି ସ୍ଵାଧୀନ କୁମାର ଦାଶ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା ଏହି ସଭାର ଶେଷ ପର୍ଜାୟ ରେ ଭୁବନେଶ୍ବର ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀ ରଘୁନାଥ ପ୍ରସାଦ ଦାସ ଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା | ପରିଶେଷରେ ଉପ ସାଧାରଣ ସଂପାଦକ, ଭୁବନେଶ୍ବର ଶ୍ରୀ ତପନ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *