ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଜଟଣୀ :(ପ୍ରବାହ ନ୍ୟୁଜ୍) : ମହାଶିବ ରାତ୍ରି ଅବସରରେ ଜଟଣୀ ସହର ଓ ଏହାର ଉପକଣ୍ଠରେ ଥିବା ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ବ୍ରତ ପାଳନ କରିଥିଲେ lସନ୍ଧ୍ୟା ପରେ ଉପାସନା କାରୀ ମନ୍ଦିର ବେଢାରେ ଜାଗର ଦୀପ ଜାଳିଥିଲେ l ନୂଆଗାଁ ର ଶ୍ରୀ ନୀଳକଣ୍ଠେଶ୍ଵର, ବଡ଼ତୋଟା ଗ୍ରାମର ମୁକ୍ତେଶ୍ଵର, ବେଲପଡା-ଖୋଲାଦ୍ଵାର ନାଗେଶ୍ୱର,ପାତ୍ରପଡ଼ାରେ ନାଗେଶ୍ୱର ମହାଦେବ, ଜଟଣୀରେ ଆଖଣ୍ଡଳମଣି,ଛଣଘର ଗ୍ରାମରେ ପ୍ରସିଦ୍ଧ ଗତୀଶ୍ୱର,କନ୍ତିଆ ଗ୍ରାମରେ ବାଲୁଙ୍କେଶ୍ୱର, ହରିରାଜପୁର ଗ୍ରାମରେ ପ୍ରସିଦ୍ଧ ପଶ୍ଚିମାଶମ୍ଭୁ, ବୁଢାପଡାରେ ଶ୍ରୀ ସୋମନାଥ ଦେବ, ଦେଉଳବସ୍ତ ଗ୍ରାମରେ ଗତୀଶ୍ୱର, ଉପରବସ୍ତ ଗ୍ରାମରେ କେଦାରଶ୍ୱର ଓ ସ୍ୱାପେଶ୍ଵର ମହାଦେବଙ୍କ ମନ୍ଦିରରେ ମହାଶିବରାତ୍ରି ଓ ଜାଗର ଅନୁଷ୍ଠିତ ହୋଇଯାଇଛି l ବିଶେଷ ଭାବରେ ଅଧିକ ସଂଖ୍ୟାରେ ମହିଳାମାନଙ୍କ ସମାଗମ ଦେଖିବାକୁ ମିଳିଛି l ଉପାସନାକରୀ ସନ୍ଧ୍ୟାରେ ମନ୍ଦିର ବେଢାରେ ଜାଗର ଦୀପ ଜାଳିଥିଲେ l ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥିଲେ l