ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ

ଶ୍ରୀ ସଞ୍ଜୟ ଜାଜୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୧୯୯୨ ବ୍ୟାଚ୍ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ଆଜି ଶ୍ରୀ ଜାଜୁ ଦାୟିତ୍ୱ ଗ୍ରହଣ କରିବା ସମୟରେ ମନ୍ତ୍ରଣାଳୟର ପୂର୍ବତନ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମ ବିଭାଗର ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ।

Leave a Reply

Your email address will not be published. Required fields are marked *