ବଡ଼ବିଲ ଏସଜେଏସପିଏଲ କପ କ୍ରିକେଟ ଟୁର୍ଣ୍ଣାମେଂଟ ୨୦୨୪ ଉଦଘାଟିତ

ବଡ଼ବିଲ:(ପ୍ରବାହ ନିୟୂଜ) ପିଏଚଡ଼ି ସ୍ଥିତ ଖେଳ ପଡ଼ିଆରେ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ କମ୍ପାନୀ ପକ୍ଷରୁ ଗତ ୨୦.୦୧.୨୦୨୪ ତାରଖରୁ ଏହି ତୁର୍ଣ୍ଣାମେଂଟ ଆରମ୍ଭ ହୋଇଯାଇଛି ।ଏହି ଟୁର୍ଣ୍ଣାମେଂଟରେ ସମୁଦାୟ ୧୦ ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଉଦ୍ଘାଟନୀ ମ୍ୟାଚ ଏସଏମଏସ ଲାୟନ୍ସ ଦଳ ଓ ମାଇନ୍ସ-୧୧ ଦଳ ମଧ୍ୟରେ ଖେଳାଯାଇଥିବାବେଳେ, ଏସଏମଏସ ଲାୟନ୍ସ ଦଳ ବିଜୟୀ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ କମ୍ପାନୀର ଖଣି ମୁଖ୍ୟ ତଥା ପ୍ରକଳ୍ପ ଉପ-ସଭାପତି ଅନୀଲ ରାହୀ ମୁଖ୍ୟ ଅତିଥି ଓ ଚିଫଲଜିଷ୍ଟିକ ଶ୍ୟାମ ଗୋସ୍ୱାମୀ, ସିନିଅର ଜିଏମ ଏସ.ଭି.ସତ୍ୟନାରାୟନ, ପ୍ରଦୀପ ପାତ୍ର, ପ୍ରକଳ୍ପ ମୁଖ୍ୟ ବସନ୍ତ ପ୍ରଧାନ ଓ ଜିଏମ(ଏଚଆର ଓ ଆଡ଼ମିନ) ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଂଟ ଆସନ୍ତା ୨୫ ତାରିଖରେ ଶେଷ ହେବାକୁଥିବାବେଳେ, ବିଜେତା ଦଳକୁ ୧୦ ହଜାର ଓ ଉପବିଜେତା ଦଳକୁ ୭ ହଜାର ନଗଦ ରାଶି ସହ କପ ପ୍ରଦାନ କରାଯିବବୋଲି ଆୟୋଜକ ମଣ୍ଡଳୀ ସୂଚନା ଦେଇଥିଲେ।