ବେଦାନ୍ତ ଆଲୁମିନିୟମ ପାୱାର ଏବଂ ଟ୍ରାନ୍ସମିସନ୍ ଉଦ୍ୟୋଗ ପାଇଁ ଉନ୍ନତମାନ ଓୟାର ରଡର ଶୁଭାରମ୍ଭ କରିଛି

ଅଟୋମୋଟିଭ, ଇନଫ୍ରାଷ୍ଟ୍ରକଚର ଓ ଇଲେକଟ୍ରୋନିକ୍ସ ଉଦ୍ୟୋଗ ବ୍ୟତୀତ ପାୱାର ଓ ଟ୍ରାନସଫର୍ମର ଉଦ୍ୟୋଗ ପାଇଁ ଅତିଉଚ୍ଚ ଶକ୍ତି ଯୋଗାଣ ଏହି ନୂଆ ରେଂଜ ପ୍ର୍ରସ୍ତୁତ ହୋଇଛି
ଭୁବନେଶ୍ୱର, ୬ ଅକ୍ଟୋବର,୨୦୨୩: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଟି୪, ଏଏଲ୫୯ ଓ ୮ଏକ୍ସଏକ୍ସଏକ୍ସ ସିରିଜର ଏକ ନୂଆ ପରିସର ଉନ୍ମୋଚନ କରିଛି, ଯାହା ବିଶ୍ୱର ଶକ୍ତି ଓ ଟ୍ରାନସମିଶନ ଉଦ୍ୟୋଗ ପାଇଁ ଉନ୍ନତମାନର ଉତ୍ପାଦ ପ୍ରସ୍ତୁତ କରିଛି । ନୂଆଦିଲ୍ଲୀରେ ଚାଲିଥିବା କେବୁଲ ଓ ଓୟାର ମେଳା ୨୦୨୩ର ଉଦଘାଟନୀ ଦିବସରେ କଂପାନି ନୂଆ ଉତ୍ପାଦ ସଂପର୍କରେ ସୂଚନା ଦେଇଥିଲା । ଅତୁଳନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ ଲାଗି ଏହି ଉତ୍ପାଦ କ୍ରମାଗତ କାଷ୍ଟିଂ ପ୍ରଯୁକ୍ତି ବ୍ୟବହାର କରାଯାଇ ପ୍ରସ୍ତୁତ ହୋଇଛି । ଏହି ଉତ୍ପାଦ ଗୁଡ଼ିକ ଅଟୋମୋବାଇଲ, ବିଲଡିଂ, ଭିତିଭୂମି ଓ ଇଲେକ୍ଟ୍ରୋନିକ୍ସର ପ୍ରମୁଖ ପ୍ରୟୋଗରେ ବ୍ୟବହାର କରାଯିବ ।
ଟି୪ ଆଲୟ ରଡ଼ ଗ୍ରାହକମାନଙ୍କୁ ଲୋ ସାଗ୍ ଉଚ୍ଚ ଶକ୍ତି, ଉଚ୍ଚ ଡ୍ରଇଂ ଓ ଅଧିକ ସ୍ଥାୟିତ୍ୱ ସୁବିଧା ପ୍ରଦାନ କରିବ । ଏହି ଗୁଣ ଗୁଡ଼ିକ ହାଇ ଭୋଲଟେଜ ଟ୍ରାନସମିଶନ ଗ୍ରୀଡ ଓ ଅପ୍ଟିକାଲ ଫାଇବର କଂପୋଜିଟ୍ ଓଭରହେଡ୍ ତାର ତିଆରିରେ ବ୍ୟବହାର ପାଇଁ ଉପଯୋଗୀ ହୋଇଥାଏ । ଏହା ସହ ଏଏଲ ୫୯ ଆଲୟ ରଡ଼ ଏକ ଉଚ୍ଚ ଶକ୍ତି ଓଜନ ଅନୁପାତ, ଉନ୍ନତ ଶକ୍ତି ନିର୍ବାପନ ଓ ଉଚ୍ଚ କରେଂଟ ଶକ୍ତି ଧାରଣରେ ସହାୟତା କରେ । ଏହା ବ୍ୟତୀତ ୮ଏକ୍ସଏକ୍ସଏକ୍ସ ସିରିଜ ତାର ରଡ଼ ଗୁଡ଼ିକ ଅସାଧାରଣ କଳଙ୍କି ପ୍ରତିରୋଧକ ଗୁଣ ପ୍ରଦାନ କରେ ଯାହା ନିର୍ମାଣ, ପରିବହନ ଓ ସ୍ଥାପତ୍ୟ କ୍ଷେତ୍ର ପାଇଁ ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
ଏହା ସହ ବେଦାନ୍ତ ଆଲୁମିନିୟମ ବିଭିନ୍ନ ପ୍ରକାରର ଉଚ୍ଚମାନର ବୈଦ୍ୟୁତିକ କଣ୍ଡକ୍ଟର ଗ୍ରେଡ ତାର ରଡ଼ ମଧ୍ୟ ଉପସ୍ଥାପିତ କରିଛି ଯେପରିକି ୭.୬ ମିମି, ୯.୫ ମିମି ଓ ୧୫ ମିମି ଓ ଆଲୟ ତାର ତଥା ଫ୍ଲିପ କଏଲ । ଏଗୁଡ଼ିକ ବିଶ୍ୱର କେତେକ ବେଷ୍ଟ ଟେକନୋଲୋଜି ବ୍ୟବହାର କରି ଉତ୍ପାଦିତ ହୁଏ । ରେଷ୍ଟୋରାଁ (ଭାରତର ନିମ୍ନ ଅଙ୍ଗାରକାମ୍ଳ ସବୁଜ ଆଲୁମିନିୟମ), ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲୟ, ସ୍ଲାବ, ଇନଗଟ, ଫ୍ଲିପ କଏଲ ସମେତ ସର୍ବଭାରତୀୟ ସ୍ତରରେ ସର୍ବୋଚ୍ଚ ଗୁଣାତ୍ମକ ଆଲୁମିନିୟମ ଉତ୍ପାଦଗୁଡ଼ିକର ଏକ ବୃହତ ଚୟନ ହଟ ଓ ତରଳ ଧାତୁ ମଧ୍ୟରୁ କରାଯାଇଥାଏ ।
ଏହି ଉନ୍ମୋଚନ ସଂପର୍କରେ ସୂଚନା ଦେଇ ଶ୍ରୀ ଜନ ସ୍ଲାଭେନ, ସିଇଓ ବେଦାନ୍ତ ଆଲୁମିନିୟମ କହିଛନ୍ତି ବୈଦ୍ୟୁତିକ ଶିଳ୍ପ ପାଇଁ ଏକ ଗରୁତ୍ୱପୂର୍ଣ୍ଣ କଂଚାମାଲ ଭାବରେ ଆଲୁମିନିୟମ ବିଶ୍ୱସ୍ତରରେ ନିର୍ମଳ ଶକ୍ତିକୁ ଅର୍ନ୍ତଭୁକ୍ତ କରିବାକୁ ସକ୍ଷମ କରେ । ଏହା ବ୍ୟତୀତ ସ୍ଥାୟୀ ଭବିଷ୍ୟତକୁ ତ୍ୱରାନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ବହନ କରିଥାଏ । ବେଦାନ୍ତ ଆଲୁମିନିୟମରେ ଆମେ କ୍ରମାଗତ ଭାବେ ଅଫର ଗୁଡ଼ିକ ଶିଳ୍ପ ବିକାଶ ଦିଗରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରି ଆସୁଛୁ । ଶକ୍ତି ଓ ଟ୍ରାନସମିଶନ ଉଦ୍ୟୋଗ ଲାଗି ନିର୍ଭରଯୋଗ୍ୟ ଅଂଶୀଦାର ଭାବେ ଆମର ସଂପର୍କକୁ ଆହୁରି ମଜବୁତ କରି ଆମେ ବର୍ତମାନ ଆଲୟ ରଡ଼ ଟି୪, ଏଏଲ୫୯, ୮ ଏକ୍ସଏକ୍ସଏକ୍ସ ସିରିଜ ପ୍ରଦାନ କରିଥିବାରୁ ଆନନ୍ଦିତ ।
ବେଦାନ୍ତ ଆଲୁମିନିୟମର ବିବିଧ ଉତ୍ପାଦ ପୋର୍ଟପୋଲିଓ ହେଉଛି ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ- ଏହାର ଉଚ୍ଚ ଗୁଣବତାକୁ ପ୍ରମାଣିତ କରିଛି । କଂପାନିର ଉତ୍ପାଦ ଗୁଡ଼ିକ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ ପରିବେଶ ଉତ୍ପାଦ ଘୋଷଣାନାମା ଦ୍ୱାରା ପରିବେଶ ନରନ୍ତର ବୋଲି ଯାଂଚ କରାଯାଇଛି । ଏହା ସହ ବିଭିନ୍ନ ପାରାମିଟର୍ସ ଯଥା ଶକ୍ତି ବ୍ୟବହାର ଜଳ ବ୍ୟବହାର, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ, ଜଳ ବ୍ୟବହାର ଉପରେ ଭଲ ପ୍ରଦର୍ଶନ କରିଛି । ସେହିପରି ଉଚ୍ଚ ସ୍ଥିରତା ପ୍ରଦର୍ଶନକାରୀ ଝାରସୁଗୁଡ଼ା ପ୍ଲାଂଟ ପ୍ରମାଣ ପତ୍ର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛି ।
ଗ୍ରାହକ କେନ୍ଦ୍ରିତ ବେଦାନ୍ତ ଆଲୁମିନିୟମର ଉତ୍ପାଦ ଡିଜାଇନ ଓ ଅଭିନବ କୌଶଳ ଏହାର ମୂଳ ଅଂଶ ଅଟେ । ଏହା ପୂର୍ବରୁ କଂପାନି ତାର ୧୨ ମିମି ତାରକୁ ଲଂଚ କରିଥିଲା ଯାହା ଗ୍ରାହକଙ୍କ ଠାରୁ ବିପୁଳ ସମର୍ଥନ ମିଳିଛି । ଏହାର ଇଂଜିନିୟରିଂ, ଆରଆଣ୍ଡଡି ବ୍ୟବସ୍ଥା ଓ ଜୀବନ୍ତ ଅଭିନବ ସେଲ, ସେଂଟର ଅଫ କ୍ୱାଲିଟି ଏକ୍ସଲେନ୍ସ ଓ ଗ୍ରାହକ ବୈଷୟିକ ସେବା ସମେତ ଗ୍ରାହକଙ୍କ ଚାହିଦା ପୂରଣ ଲାଗି ପ୍ରସ୍ତୁତ ଉତ୍ପାଦ ଆଜି ୫୦+ଦେଶକୁ ବିସ୍ତାରିତ ହୋଇ ପାରିଛି ।