ଅନ୍ୱେସା ହଷ୍ଟେଲରେ ଅନ୍ତେବାସୀ ମାନଙ୍କୁ ମାଡ ମାରିବା ଅଭିଯୋଗ

ରାୟଗଡ଼ା: (ପ୍ରବାହ ନିୟୁଜ) ରାୟଗଡା ସହରର କୋଟଲାଗୁଡ଼ା ସ୍ଥିତ ଅନ୍ୱେସା ହଷ୍ଟେଲର ବିଦ୍ୟାର୍ଥୀ ମାନେ ସୁଦୂର 05 କିଲୋମିଟର ଚାଲି ଚାଲି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବା ପାଇଁ ଆସିଥିଲେ ଜିଲ୍ଲପାଳ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କୁ ଗୁହାରୀ ଜଣାଇ ଥିଲେ ଯେ ଅନ୍ୱେସା ହଷ୍ଟେଲ ପ୍ରଥମ ୱାର୍ଡର ୱାଡ଼ନେର ବିଶ୍ଵନାଥ ସୁନା ଉକ୍ତ ହଷ୍ଟେଲର ଅନ୍ତେବାସୀ ବିଦ୍ୟାର୍ଥୀ ମାନଙ୍କୁ ମାଡ଼ ମାରୁଛନ୍ତି , ଖରାପ ଖାଦ୍ୟ ଯୋଗାଉଛନ୍ତି, ଦୁର୍ବ୍ୟବହାର କରୁଛନ୍ତି।

ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି, ଉପରସ୍ତ ତଦନ୍ତ ଅଧିକାରୀ ତଦନ୍ତ କରିବା ପାଇଁ ଆସିବା ସମୟରେ ତାଜା ତାଜା ପନିପରିବା ରଖି ସଜାଉଛନ୍ତି ଖରାପ ପଚା ସଡା ପନିପରିବା ଖାଇବାକୁ ଦେଉଛନ୍ତି ଓ ଭଲ ବ୍ୟବହାର କରୁଛନ୍ତି। ତଦନ୍ତ ଅଧିକାରୀ ମାନେ ତଦନ୍ତ କରି ଗଲା ପରେ ଆମକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ନେଇ ବିଶ୍ଵନାଥ ସୁନାଙ୍କୁ ଯୋଗାଯୋଗ କରିଥିଲୁ welfare extention officer news କଲେ କରନ୍ତୁ କହି ଥିଲେ। କ୍ୟାମେରା ସମ୍ମୁଖ ରେ କିଛି କହିବାକୁ ମନା କରିଦେଲେ

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *