ବିଶ୍ୱ ଇଭି ଦିବସ: ବେଦାନ୍ତ ଆଲୁମିନିୟମ ଇଭି ଇଣ୍ଡଷ୍ଟ୍ରିରେ ଟେକ୍ନୋ- ଇନୋଭେସନ ପରିଚାଳନା କରୁଛି

କମ୍ପାନିର ଅତ୍ୟାଧୁନିକ ମୂଳ ଯନ୍ତ୍ରପାତି ଉତ୍ପାଦକକୁ ଉନ୍ନତ ଯାନବାହନ ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବାରେ ସାହାଯ୍ୟ ସହ କାର୍ବନ ଫୁଟ ପ୍ରିଂଟ ହ୍ରାସ କରୁଛି

ଭୁବନେଶ୍ୱର, ୦୮ ସେପ୍ଟେମ୍ବର ୨୩ : ବିଶ୍ୱ ବୈଦ୍ୟୁତିକ ଯାନ (ଇଭି) ଦିବସରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ଏହାର ଉଚ୍ଚମାନର ବିଶ୍ୱସ୍ତରୀୟ ଉତ୍ପାଦ ପରିସର ମଧ୍ୟରେ ବିଶ୍ୱସ୍ତରୀୟ ଇଭି କ୍ଷେତ୍ରରେ ବୃଦ୍ଧି ପାଇଁ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । କମ୍ପାନିର ଅତ୍ୟାଧୁନିକ ଉତ୍ପାଦ ପୋର୍ଟଫୋଲିଓରେ ଇଞ୍ଜିନ ବ୍ଲକ ଓ ସିଲିଣ୍ଡର ହେଡ ପ୍ରୟୋଗ, ବ୍ୟାଟେରୀ କାସିଙ୍ଗ ପାଇଁ ବିଲେଟ, ଏଚଭିଏସି ସିଷ୍ଟମ ଓ ଇଭି ଫ୍ରେମ ପାଇଁ ପ୍ରାଥମିକ ଫାଉଣ୍ଡ୍ରି ଆଲୋଏଜ ଅନ୍ତର୍ଭୁକ୍ତ । ଏହା କାର୍ବନ ଫୁଟ ପ୍ରିଂଟକୁ କମ କରିବା ସହିତ ଯୋଗାଣ ଶୃଙ୍ଖଳା ନିର୍ଭରଯୋଗ୍ୟତା ଦ୍ୱାରା ସମର୍ଥିତ ଶ୍ରେଷ୍ଠ ଶ୍ରେଣୀ ମୂଲ୍ୟଯୁକ୍ତ ଉତ୍ପାଦଗୁଡ଼ିକୁ ପ୍ରବେଶ କରିବାକୁ ଅଟୋମୋବାଇଲ ଶିଳ୍ପକୁ ସକ୍ଷମ କରାଏ ।

ଆଲୁମିନିୟମର ଅନନ୍ୟ ଗୁଣ ରହିଛି ଯେପରିକି ଉଚ୍ଚ ଶକ୍ତି ଓଜନ ଅନୁପାତ, ସୁଲଭ କ୍ଷତି ପ୍ରତିରୋଧକ, ବ୍ୟତିକ୍ରମିକ ଡିଜାଇନ ନମନୀୟତା ଇତ୍ୟାଦି । ଇଭିରେ ଆଲୁମିନିୟମର ଅଧିକ ବ୍ୟବହାର ବ୍ୟାଟେରୀ ଓଜନ ଅଫସେଟ କରି ଏହାର ପରିଚାଳନା ପରିସରକୁ ବୃଦ୍ଧି କରିଥାଏ, ଯାହା ଦ୍ୱାରା ଅତିରିକ୍ତ ସୁରକ୍ଷା ଯୋଗ ହୋଇଥାଏ ।

ଅନୁସନ୍ଧାନରୁ ଜଣାଯାଏଯେ ଏକ କାରରେ ବ୍ୟବହୃତ ପ୍ରତି କିଲୋଗ୍ରାମ ଆଲୁମିନିୟମ ଏହାର ସାମଗ୍ରୀକ ଓଜନକୁ ୧ କିଲୋଗ୍ରାମ କମ କରିଥାଏ ଓ ଫଳ ସ୍ୱରୂପ ଏକ ଇଭିର ଓଜନରେ ସଂଚିତ ୧୦୦ କିଲୋଗ୍ରାମ ଏହାର ପରିସରର ୧୦-୧୫% ବୃଦ୍ଧିରେ ରୂପାନ୍ତର ହୁଏ । ବୈଦ୍ୟୁତିକ ପରିବହନ ଓ ବିତରଣ ନେଟୱର୍କ ନିୟୋଜନରେ ଏହାର ପ୍ରମାଣିତ ପ୍ରୟୋଗକୁ ଦୃଷ୍ଟିରେ ରଖି ଏକ ବ୍ୟାପକ ଇଭି ଚାର୍ଜିଂ ଭିତିଭୂମି ବିକାଶରେ ଆଲୁମିନିୟମ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ, ଏହାର ସର୍ବଭାରତୀୟ ଗ୍ରାହକ ଆଧାର ପାଇଁ ସ୍ୱଳ୍ପ ଅଙ୍ଗାରକାମ୍ଳ ସବୁଜ ଆଲୁମିନିୟମ, ବ୍ରାଣ୍ଡେଡ ରେସ୍ତୋରା ଓ ରେସ୍ତୋରା ଅଲଟ୍ରା ପ୍ରଦାନ କରିଥାଏ ସେଗୁଡ଼ିକ ମଧ୍ୟରୁ ଅନେକ ସ୍ଥାୟିତ୍ୱର ପ୍ରମାଣକୁ ନିଶ୍ଚିତ କରେ । ଏହି ରେସ୍ତୋରା ଅଟୋମାବାଇଲ ନର୍ମାତାମାନଙ୍କୁ ସେମାନଙ୍କ ମୂଲ୍ୟ ଶୃଙ୍ଖଳାରେ କାର୍ବନ ଫୁଟପ୍ରିଂଟକୁ କମ କରିବାରେ କ୍ଷମତା ପ୍ରଦାନ କରେ ।

ଇଭି ଶିଳ୍ପକୁ ସମର୍ଥନ କରି ବେଦାନ୍ତ ଆଲୁମିନିୟମର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିଃ-ଆଲୁମିନିୟମ ବ୍ୟବସାୟ, କହିଛନ୍ତି ଆଗାମୀ ଦିନରେ ଏକ ସ୍ଥାୟୀ ଓ ପରିବଶେ ଉପଯୋଗୀ ଭୂମିକା ଗ୍ରହଣ କରିବ ଇଭି । ଏହା ଦ୍ୱାରା କାର୍ବନ ଫୁଟ ପ୍ରିଂଟ କମ ହେବା ସହିତ ବିଶ୍ୱସ୍ତରୀୟ ଉତ୍ପାଦର ବିକାଶ ହେବା ସମ୍ଭବ । ଆମର ଉତ୍ପାଦ ଗୁଡ଼ିକ ମଧ୍ୟ ଅନେକ ବିଶ୍ୱସ୍ତରୀୟ ପ୍ରମାଣପତ୍ର ଲାଭ କରିଛି ଓ ସ୍ଥିରତା ଏବଂ ଗୁଣବତାକୁ ସୁନିଶ୍ଚିତ କରୁଛି ।

ଏହି ମତ ସପକ୍ଷରେ ଶ୍ରୀ ରାଜେଶ କୁମାର, ସିଇଓ ତଥା ପୂର୍ଣ୍ଣ କାଳୀନ ନିର୍ଦ୍ଦେଶକ, ବାଲକୋ କହିଛନ୍ତିଯେ ଶ୍ରେଷ୍ଠ ଶ୍ରେଣୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିକଶିତ ଆମର ଉତ୍ପାଦର ବ୍ୟାପକ ପୋର୍ଟଫାଲିଓ ସହ ବେଦାନ୍ତ ଆଲୁମିନିୟମ ଇଭିର ଦ୍ରୁତ ବିକାଶୀଳ ଚାହିଦାକୁ ପୂରଣ କରିବା ଲାଗି ଭଲ ସ୍ଥିତିରେ ଅଛି । ଆମେ ସର୍ବଦା ବିଶ୍ୱସ୍ତରୀୟ ଉତ୍ପାଦ ପ୍ରସ୍ତୁତି ଲକ୍ଷ୍ୟରେ ଅଛୁ । ଏହା ସହିତ ଆମର ଆର ଏଣ୍ଡ ଡି, ନବ ସୃଜନ ଓ ବିଶ୍ୱ ସ୍ତରୀୟ ବୈଷୟିକୀ ଜ୍ଞାନ କୌଶଳକୁ ଏକାଠି କରିବା ପାଇର୍ ସେଂଟର ଅଫ ଏକ୍ସଲେନସ ପ୍ରତିଷ୍ଠା କରିଛୁ ।

ଗ୍ରାହକଙ୍କୁ ପ୍ରାଥମିକତା ଦେଇ ବେଦାନ୍ତ ଆଲୁମିନିୟମ ଆର୍ନ୍ତଜାତୀୟ ମାନର ଉତ୍ପାଦ ପ୍ରସ୍ତୁତ କରିବା ସହିତ ୩୬୦ ଡିଗ୍ରୀ ହୋଲିଷ୍ଟିକ ସମାଧାନ ମାଧ୍ୟମରେ ସୁବିଧା ଗୁଡ଼ିକର ଏକ ବଣ୍ଡଲ ପ୍ରଦାନ କରେ । ଯାହା ଦ୍ୱାରା ବ୍ୟବସାୟକୁ ବିଭିନ୍ନ ପର୍ଯ୍ୟାୟରେ ସମର୍ଥନ କରିଥାଏ ।

ବେଦାନ୍ତ ଆଲୁମିନିୟମର ଉତ୍ପାଦ ପରିସର ହେଉଛି ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ଉଚ୍ଚ ଗୁଣମାନର । ଶକ୍ତି ଉତ୍ପାଦ, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ, ଜଳ ବ୍ୟବହାର ଓ ବର୍ଜ୍ୟ ବସ୍ତୁ ଉତ୍ପାଦନ ଉପରେ ଏକ ସଦୃଢ ଜୀବନ ଚକ୍ର ଆକଳନ ଅତିକ୍ରମ ପରେ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ପରିବେଶ ଉପଯୋଗୀ ଉତ୍ପାଦ ଘୋଷଣାନାମା ଦ୍ୱାରା କଂପାନିର ଉତ୍ପାଦ ଗୁଡ଼ିକ ପରିବେଶ ଉପଯୋଗୀ ହୋଇପାରିଛି । ଏହା ସହ ଝାରସଗୁଡ଼ାଠାରେ ଅବସ୍ଥିତ କଂପାନିର ପ୍ଲାଂଟକୁ ମଧ୍ୟ ସ୍ଥିରତା ପ୍ରଦର୍ଶନ ଲାଗି ଏକ ବିଶ୍ୱସ୍ତରର ଲୋଭନୀୟ ପ୍ଲାଂଟ ରୂପେ ପ୍ରମାଣିତ କରିଛି ।

Leave a Reply

Your email address will not be published. Required fields are marked *

You may have missed