ବେଦାନ୍ତ ଲାଞ୍ଜିଗଡ ଏହାର ପ୍ରକଳ୍ପ ପଞ୍ଚି ପଦକ୍ଷେପରେ ମନୋନୀତ ବାଳିକାମାନଙ୍କ ପାଇଁ ଆଭିମୁଖ୍ୟ ପ୍ରକାଶ କରିଛି

ଏହି କାର୍ଯ୍ୟକ୍ରମରେ ବାଳିକାମାନଙ୍କ ଉଚ୍ଚ ଶିକ୍ଷା ପାଇଁ ପରିବର୍ତନଶୀଳ ସୁଯୋଗ ପ୍ରଦାନ କରିବ

 
କଳାହାଣ୍ଡି, ଓଡ଼ିଶା ୨୨ ଅଗଷ୍ଟ ୨୦୨୩: ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଏହାର ପ୍ରକଳ୍ପ ପଞ୍ଚି ପଦକ୍ଷେପରେ ଝିଅ ମାନଙ୍କ ପାଇଁ ଏକ ଓରିଏଟେଂସନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ବେଦାନ୍ତ ଗ୍ରୁପ ଚେୟାରମ୍ୟାନ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦର୍ଶନ ଅନୁଯାୟୀ ଏହା ଏକ ଅନନ୍ୟ ପ୍ରକଳ୍ପ ଭାବେ କାର୍ଯ୍ୟ କରିବ । ଏହା ସମଗ୍ର ଭାରତରେ ଅବହେଳିତ ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛି, ଯେଉଁମାନେ ସାମାଜିକ ପ୍ରତିବନ୍ଧତା ହେତୁ ପରବର୍ତି ଶିକ୍ଷାରୁ ବଂଚିତ ହୋଇଛନ୍ତି ।

ନିଯୁକ୍ତି ମାନଦଣ୍ଡକୁ ଆଧାର କରି ବେଦାନ୍ତ ଲାଞ୍ଜିଗଡ଼ (କଳାହାଣ୍ଡି, ଓଡ଼ିଶା)ରେ ଥିବା ବିଶ୍ୱ ସ୍ତରୀୟ ଆଲୁମିନା ବିଶୋଧନାଗାରରେ ମୂଳ କାର୍ଯ୍ୟକ୍ଷମ ସ୍ଥାନରେ ୪୦ ଟି ପ୍ରତିଶ୍ରୁତିମୂଳକ ନିଯୁକ୍ତି ଚିହ୍ନଟ କରାଯାଇଛି । ଏହି ବାଳିକାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେମାନଙ୍କ ଶିକ୍ଷା ସମାପ୍ତ ପରେ ସ୍ନାତକୋତର ଶିକ୍ଷାନବୀଶ ଭାବେ କଂପାନିରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ।

ନୂତନ ପ୍ରଶିକ୍ଷାର୍ଥିଙ୍କୁ ବେଦାନ୍ତ ପକ୍ଷରୁ ସ୍ୱାଗତ କରାଯାଇ ଏକ ପ୍ରମୁଖ ଶିଳ୍ପ ଅପରେଶନ ମଧ୍ୟରେ ତାଙ୍କୁ ସୁଯୋଗ ଦେବା ପାଇଁ କମ୍ପାନି ନିକଟରେ ଏକ ବ୍ୟାପକ ଆଭିମୁଖ୍ୟ ଅଧିବେଶନ ଆୟୋଜନ କରିଥିଲା । ଏଥିରେ କମ୍ପାନିର ପ୍ରମୁଖ ବ୍ୟକ୍ତି ଓ କାର୍ଯ୍ୟାକାରୀଣି ବିଶେଷଜ୍ଞଙ୍କ ସହ ଏକ ପାରସ୍ପରିକ ଆଲୋଚନା କରାଯାଇଥିଲା, ଯେଉଁମାନେ ଶିକ୍ଷାନବୀଶଙ୍କୁ ପ୍ରୋଗାମର ସଂରଚନାକୁ ବ୍ୟାଖ୍ୟା କରିଥିଲେ । ଏହି ସବୁ ବାଳିକାମାନେ ନିଜକୁ ସଦୃଢ କରି ସେମାନଙ୍କ ଗୋଷ୍ଠୀ ତଥା ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇପାରିବେ।

 ପାରସ୍ପରିକ କ୍ରିୟାରେ କେତେକ ପ୍ରଶ୍ନ ଉତର କାର୍ଯ୍ୟକ୍ରମ ରହିଥିଲା, ଏଥିରେ ପିଲାମାନଙ୍କୁ ନିଜ ସଂପର୍କରେ ରହିଥିବା ମତ ଓ ପ୍ରଶ୍ନାବଳୀର ଉତର ଦିଆଯାଇ ସଂସ୍ଥା ସହିତ ଜଡ଼ିତ ହେବାକୁ ଉତ୍ସାହିତ କରାଯାଇଥିଲା । ପ୍ରକଳ୍ପ ପଂଛି ନୂଆ ନିଯୁକ୍ତି ପାଇଁ ଏକ ଅନନ୍ୟ ସୁଯୋଗ ଭାବରେ କାର୍ଯ୍ୟ କରିବ ଯାହାକି ହ୍ୟାଣ୍ଡ ଅନ ଶିକ୍ଷଣ ଅଭିଜ୍ଞତା ହାସଲ କରାଯିବା ସହ ଉତ୍ପାଦନ ଶିଳ୍ପରେ କ୍ୟାରିୟର କରିବାକୁ ଚାହୁଁଥିବା ହଜାର ହଜାର ଝିଅଙ୍କ ପାଇଁ ପ୍ରେରଣା ଯୋଗାଇବ ।

ପ୍ରକଳ୍ପର ପ୍ରଭାବ ସଂପର୍କରେ ଶ୍ରୀ ଜି.ଜି. ପାଲ, ଡେପୁଟି ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିଃ କହିଛନ୍ତିଯେ ଗୁଣାତ୍ମକ ଶିକ୍ଷାର ପ୍ରବେଶ ହେଉଛି ସାମାଜିକ ଉନ୍ନତି ପାଇଁ ରାସ୍ତା ନିର୍ମାଣ ଦିଗରେ ଏକ ପଦକ୍ଷେପ । ଏହି ଝିଅମାନେ ସେମାନଙ୍କ ଅଧ୍ୟୟନ ଜାରୀ ରଖିବା ସହ ଏକ ଲାଭଜନକ ନିଯୁକ୍ତି ସୁଯୋଗ ପାଇ ପାରିବେ । ସେମାନଙ୍କୁ ଉପଯୁକ୍ତ କରି ଗଢି ତୋଳିବାକୁ ଆମର ପ୍ରୟାସ ଜାରୀ ରହିବ ।

 ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ଜଣେ ଝିଅ ଅନାମିକା ବାଗ, ଅମ୍ବାଡୋଲା, ଓଡ଼ିଶା ନିଜର ଖୁସି ବ୍ୟକ୍ତ କରି କହିଛନ୍ତି-ମୋର ସ୍ୱପ୍ନକୁ ସାକାର କରିବାରେ ବେଦାନ୍ତର ସହାୟତା ପ୍ରଶଂସନୀୟ । ମୁଁ ସବୁ ବେଳେ ସ୍ୱପ୍ନ ଦେଖୁଥିଲି ବେଦାନ୍ତ ପ୍ଲାଂଟ ଦେଖିବାର ସୁଯୋଗ ମୋତେ ମିଳିବକି? କିନ୍ତୁ ଆଜି ତାହା ସଫଳ ହେବାକୁ ଯାଉଛି । ଏହି ପଦକ୍ଷେପ କେବଳ ମୋତେ ଓ ମୋ ପରିବାରକୁ ସାହାଯ୍ୟ କରିବ ନାହିଁ ବରଂ ମୋ ଭଳି ଅନ୍ୟାନ୍ୟ ଝିଅ ମାନଙ୍କ ପାଇଁ କ୍ୟାରିୟର ଗଢିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *