ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଲାଞ୍ଜିଗଡରେ଼ ନୂତନ ଜୀବିକା ପ୍ରକଳ୍ପର ଶୁଭାରମ୍ଭ

ଲାଞ୍ଜିଗଡ଼଼ର ଗ୍ରାମାଂଚଳରେ ନୂତନ ଛେଳି ଚାଷ ଆୟବୃଦ୍ଧିରେ ସହାୟକ ହେବ


ଲାଞ୍ଜିଗଡ଼଼, ଓଡ଼ିଶା, ୧୭ ଅଗଷ୍ଟ,୨୦୨୩ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଲାଞ୍ଜିଗଡ଼଼ ବ୍ଲକର ଭଟାଙ୍ଗପଦର ଗ୍ରାମ ପଂଚାୟତରେ ଏକ ନୂତନ ଛେଳି ଚାଷ ପ୍ରକଳ୍ପ ଆରମ୍ଭ କରିଛି । ଓଡ଼ିଶାର ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ଦ୍ୱାରା ଉଦଘାଟିତ ଏହି ପ୍ରକଳ୍ପରେ କଳାହାଣ୍ଡି ଜିଲ୍ଲାର ୧୦୦ରୁ ଅଧିକ ପରିବାରକୁ ନିରନ୍ତର ଜୀବିକା ନିର୍ବାହ ପାଇଁ ଏକ ନୂଆ ମାର୍ଗ ଦେଖାଇବ ।


ଉଦଘାଟନ କାର୍ଯ୍ୟକ୍ରମରେ ଭଟାଙ୍ଗପଦରରେ ୨୬ ଟି ଗାଁର ଲୋକଙ୍କୁ ୨୦୦ରୁ ଅଧିକ ଛେଳି ବଂଟନ କରାଯାଇଥିଲା । ଏହି ପ୍ରକଳ୍ପ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟ ଉତ୍ସ ଭାବେ ଛେଳି ପାଳିବାକୁ ଉତ୍ସାହିତ କରିବା, ଫସଲ ଚାଷ ସହିତ ସେମାନଙ୍କ ରୋଜଗାରକୁ ବୃଦ୍ଧି କରିବାରେ ସହାୟକ ହେବ । ଏହି ପ୍ରକଳ୍ପ ଛେଳି ଚାଷ ଉପରେ ଗୁରୁତ୍ୱ ଦେଉଛି । କମ୍ପାନି ସ୍ଥାନୀୟ ପଶୁପାଳନ ବିଶେଷଜ୍ଞଙ୍କ ସହାୟତା ନେଇଛି ଯିଏକି ସପ୍ତାହରେ ଅତିକମରେ ଦୁଇଥର ପ୍ରତ୍ୟେକ ଘର ପରିଦର୍ଶନ କରିବେ ଓ ଛେଳିମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ସଂପର୍କରେ ପରାମର୍ଶ ଦେବେ ।


ଏହି ପଦକ୍ଷେପର ପ୍ରଭାବ ସଂପର୍କରେ ମତ ଦେଇ ଶ୍ରୀ ଜିଜି ପାଲ, ଡେପୁଟି ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତିଯେ-ବେଦାନ୍ତ ଲାଞ୍ଜିଗଡ଼ ଆମ ଅପରେସନ ପରିସରରେ ଗୋଷ୍ଠୀ ବିକାଶ ପାଇଁ ଆମେ ପ୍ରତିବଦ୍ଧ । ଆମର ବ୍ୟାପକ ଆୟ ସୃଷ୍ଟି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଆମେ ବିକାଶମୂଳକ ହସ୍ତକ୍ଷେପକୁ ବୃଦ୍ଧି କରିବାକୁ ସିଦ୍ଧାନ୍ତ ନେଇଛୁ । ଆମେ ଗୋଷ୍ଠୀର ଜୀବିକା ନିର୍ବାହ ପାଇଁ ସେମାନଙ୍କୁ ସକ୍ଷମ କରାଇବା ଲାଗି ଚେଷ୍ଟା କରୁଛୁ ।


ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ କୁମାର ବେଦାନ୍ତ ଲାଞ୍ଜିଗଡ଼଼ର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତିଯେ-ଭଟଙ୍ଗପଦର କଳାହାଣ୍ଡିର ଏକ ସୁଦୂର ଗ୍ରାମ ଓ ସାଂସ୍କୃତିକ ସମୃଦ୍ଧ ସ୍ଥାନ ମଧ୍ୟରେ ଅବସ୍ଥିତ । ଏହି ପ୍ରକଳ୍ପ ଆଖ ପାଖ ଗ୍ରାମ ଗୁଡ଼ିକ ପ୍ରତି କଂପାନିର ଏହି ନିଷ୍ଠା ସତରେ ପ୍ରଶଂସନୀୟ । ମୁଁ ମଧ୍ୟ ଜିଲ୍ଲା କର୍ତୃପକ୍ଷଙ୍କୁ ଏହି ବିକାଶ ପଦକ୍ଷେପରେ ସହାୟତା ପାଇଁ ଧନ୍ୟବାଦ ଜଣାଉଛି ।


ବେଦାନ୍ତ ଲାଞ୍ଜିଗଡ଼଼ର ୪୦୦୦+ ମହିଳା ହୀତାଧିକାରୀଙ୍କ ସହ କାମ କରୁଛି ଯେଉଁମାନେ ଛେଳି, କୁକୁଡ଼ା ଚାଷ, ମାଛ ଚାଷ ଇତ୍ୟାଦି ଜରିଆରେ ଜୀବିକା ନିର୍ବାହ କରୁଛନ୍ତି । ଛେଳି ଚାଷ ଏକ ଲାଭଜନକ ବ୍ୟବସାୟ । ଚାଷ କାର୍ଯ୍ୟ ସହିତ ଏହାକୁ କରାଯାଇପାରିବ । ଏହା ଦ୍ୱାରା ପରିବାରର ଆୟ ବୃଦ୍ଧି ହେବା ସହିତ କୃଷକଙ୍କ ଆୟ ଦୁଇଗୁଣା ବଢି ପାରିବ । ଆଉ ମଧ୍ୟ ଛେଳି ଚାଷ ସହିତ କୃଷି ପ୍ରଣାଳୀରେ ଜୈବ ବିବିଧତା ବଜାୟ ରଖିବା ଓ ବିସ୍ତାର ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *