ଜେଏସପି ପ୍ରତିଷ୍ଠାତା ଦିବସ – ପ୍ରସିଦ୍ଧ ଶିଲ୍ପପତି ଶ୍ରୀ ଓ. ପି. ଜିନ୍ଦଲଙ୍କ ୯୩ ତମ ଜନ୍ମୋତ୍ସବ ବଡ଼ବିଲ ପେଲେଟ୍ ପ୍ଲାଣ୍ଟ, ଟେନ୍ସା ଏବଂ କାସିଆ ଆଇରନ ମାଇନ୍ସରେ ମହା ସମାରୋହରେ ପାଳିତ

ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରତିଷ୍ଠାତା ଦିବସ ୭ ଅଗଷ୍ଟ ୨୦୨୩ ରେ ଜେଏସପି ଗୃପର ବଡ଼ବିଲ ପେଲେଟ୍ ପ୍ଲାଣ୍ଟ, ଟେନ୍ସା ଏବଂ କାସିଆ ଆଇରନ ମାଇନ୍ସରେ ପାଳନ କରାଯାଇଥିଲା। ସମସ୍ତ ୟୁନିଟ୍ ମୁଖ୍ୟ, ବରିଷ୍ଠ କାର୍ଯ୍ୟନିର୍ବାହୀ, କର୍ମଚାରୀ ଏବଂ ସହଯୋଗୀମାନେ ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ପ୍ରଖ୍ୟାତ ଶିଳ୍ପପତି, ଶ୍ରୀ ଓ. ପି. ଜିନ୍ଦଲଙ୍କୁ ୯୩ ତମ ଜନ୍ମୋତ୍ସବ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଦିନିକିଆ ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା ।

ବଡ଼ବିଲ ପେଲେଟ ପ୍ଲାଣ୍ଟରେ ଶ୍ରୀ ଓ. ପି. ଜିନ୍ଦଲଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିନ ଆରମ୍ଭ ହୋଇଥିଲା | ପରେ ଟାଉନସିପ୍ ମନ୍ଦିରରେ ଆୟୋଜିତ ପୂଜା ଏବଂ ଯଜ୍ଞ କାର୍ଯ୍ୟକ୍ରମରେ ୟୁନିଟ୍ ମୁଖ୍ୟ  ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ମାନବସମ୍ଭଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ମହାନ୍ତି, ଅନ୍ୟ ବରିଷ୍ଠ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲ ।

 ରାତିରେ ଟିମ୍ ପେଲେଟ୍ ପ୍ଲାଣ୍ଟ ଦ୍ୱାରା ଏକ ମେଗା ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା | ଜେଏସପି କର୍ମଚାରୀଙ୍କ ବ୍ୟତୀତ ଯୋଡା-ବଡ଼ବିଲ ଖଣି ଅଞ୍ଚଳରେ ଅବସ୍ଥିତ ଅନ୍ୟ ଶିଳ୍ପଗୁଡିକର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା।

୯୩ ତମ ପ୍ରତିଷ୍ଠାତା ଦିବସ କାସିଆ ଓ ଟେନ୍ସା ଲୌହ ଖଣିରେ ଥିବା ଟାଉନସିପ ମାନଙ୍କରେ ମହା ସମାରୋହରେ ପାଳନ କରାଯାଇଛି | ଟାଉନସିପ ମନ୍ଦିରରେ ପୂଜା ଅର୍ଚନା ସହ ପରିପାର୍ଶ୍ଵିକ ଗ୍ରାମ ମନନଙ୍କରେ ଜଣ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ମନ ଆୟୋଜନ କରାଯାଇଥିଲା | ଟେନ୍ସା ଠାରେ ଲୋକମାନଙ୍କ ପାଇଁ ଏକ ହଜାରେ ଲିଟର ବିଶିଷ୍ଟ ଆଲକାଲାଇନ ପାଣି ଟାଙ୍କି ଉତ୍ସର୍ଗ କରାଯାଇଥିଲା ଓ ଶ୍ରୀ ଓ. ପି. ଜିନ୍ଦଲ ମେମୋରିଆଲ୍ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜନ ହୋଇଥିଲା | କାସିଆ ୟୁନିଟ୍ ମୁଖ୍ୟ ଶ୍ରୀ ପାମୋଦ କୁମାର ପାତ୍ର ଓ ଟେନ୍ସା ୟୁନିଟ୍ ମୁଖ୍ୟ ଶ୍ରୀ କମଳାକାନ୍ତ ନନ୍ଦ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ସମାରୋହରେ ଯୋଗ ଦେଇଥିଲେ।   

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମାନ୍ୟବର ଚେୟାରମ୍ୟାନ୍, ଶ୍ରୀ ନବୀନ ଜିନ୍ଦଲ ତାଙ୍କ ଟ୍ୱିଟରେ କିମ୍ବଦନ୍ତୀ ପୁରୁଷ, ଶ୍ରୀ ଓ. ପି. ଜିନ୍ଦଲ ଜୀଙ୍କୁ ମନେ ପକାଇ କହିଛନ୍ତି, “ବାଉଜୀ ସର୍ବଦା କହୁଥିଲେ, ଦେଶ ପାଇଁ ଯାହା ଭଲ ତାହା କମ୍ପାନୀ ପାଇଁ ମଧ୍ୟ ଭଲ। ବାଉଜୀଙ୍କ ଜୀବନ ଏକ ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନ ଏବଂ ସମାଜକୁ ଉନ୍ନତ କରିବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା | ତାଙ୍କର ଦୂରଦୃଷ୍ଟି ଏବଂ ସେ ଦେଇଯାଇଥିବା ଶିକ୍ଷା ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବା ଜାରି ରଖିବ।”

ଏହି ଅବସରରେ କର୍ମଚାରୀ ମାନଙ୍କୁ ସମ୍ବୋଧନ କରି କମ୍ପାନୀର କଞ୍ଚାମାଲ ପରିଚାଳନା ମୁଖ୍ୟ ଶ୍ରୀ ଆଶିଷ ପାଣ୍ଡେ କହିଛନ୍ତି, “ଜେଏସପିର କର୍ମଚାରୀମାନେ ଆମର ସମ୍ମାନିତ ପ୍ରତିଷ୍ଠାତା ଶ୍ରୀ ଓ. ପି. ଜିନ୍ଦଲ ଜୀ ଙ୍କ ଦ୍ୱାରା ହୋଇଥିବା ମାର୍ଗଦର୍ଶନ ନିଷ୍ଠାର ସହ ଅନୁସରଣ କରନ୍ତି। ସେମାନେ ସର୍ବଦା କମ୍ପାନୀ ଏବଂ ପାରିପାର୍ଶ୍ଵରେ ଥିବା ଗ୍ରାମବାସୀଙ୍କ ଉନ୍ନତି ପାଇଁ ନିଜ କାର୍ଯ୍ୟରେ ସର୍ବଦା ଯତ୍ନବାନ ଏବଂ ସଚ୍ଚୋଟ ରହିଆସିଛନ୍ତି।”   

ଜେଏସପି ଫାଉଣ୍ଡେସନ ଦ୍ୱାରା ମଧ୍ୟ ପରିପାର୍ଶ୍ଵିକ ଗ୍ରାମ ଓ ସ୍କୁଲ ମାନଙ୍କରେ ଗ୍ରାମବସି ଓ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ଶ୍ରୀ ପାମୋଦ କୁମାର ପାତ୍ର ଓ ସିଏସ୍ଆର୍ ମୁଖ୍ୟ, ଶ୍ରୀ ଭର୍ଜିଲ ଲାକ୍ରା ଯୋଗଦେଇଥିଲେ । ପ୍ରତିଷ୍ଠାତା ଦିବସ ମଧ୍ୟ ଜିନ୍ଦଲ ସ୍କୁଲ, ବଡ଼ବିଲରେ ଜୋରସୋରରେ ପାଳନ କରାଯାଇଥିଲା। ପ୍ରଧାନଶିକ୍ଷେୟିତ୍ରୀ, ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କ ସମେତ ସମସ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କ ଦ୍ୱାରା ଗୀତ ଏବଂ ନୃତ୍ୟ ପରିବେଷିତ ହୋଇଥିଲା |  

Leave a Reply

Your email address will not be published. Required fields are marked *