ବେଦାନ୍ତ ଆଲୁମିନିୟମ ଏଲଜିବିଟିକ୍ୟୁ+ କର୍ମଚାରୀଙ୍କ ପାଇଁ ନୂତନ ଲିଙ୍ଗ ପୁନଃ ନିଶ୍ଚିତିକରଣ ନୀତି ପ୍ରଣୟନ କରିଛି
ଭୁବନେଶ୍ୱର, ୭ ଅଗଷ୍ଟ ୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏଲବିଟିକ୍ୟୁ+ କର୍ମଚାରୀଙ୍କ ପାଇଁ ଗ୍ରାଉଣ୍ଡ ବ୍ରେକିଂ ଜେଣ୍ଡର ରିଆଫାରମେଶନ ପ୍ରମାଣପତ୍ର ଓ କ୍ଷତିପୂରଣ ନୀତି ପ୍ରଚଳନ କରିଛି । ଏହାର କାର୍ଯ୍ୟକ୍ଷେତ୍ର ଝାରସୁଗୁଡ଼ାର ମେଗା ଆଲୁମିନିୟମ ସ୍ମେଲଟର, ଲାଞିଗଡ଼ର ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଓ ଛତିଶଗଡ଼ର ଆଇକନିକ ଆଲୁମିନିୟମ ଉତ୍ପାଦକ ସଂସ୍ଥାରେ ଏହି ନୀତି ପ୍ରଚଳନ କରିଛି ।
ଏହି ନୀତି ମାଧ୍ୟମରେ ଲିଙ୍ଗ ପୁନଃନିର୍ମାଣର ପରିବର୍ତନଶୀଳ ଯାତ୍ରା ବିଷୟରେ ଚିନ୍ତା କରୁଥିବା ସବୁ କର୍ମଚାରୀଙ୍କ ପାଇଁ ସହାୟକ ହେବ । କଂପାନି ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ଅଟେ । ଏହା ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ମଧ୍ୟ ଭାରତୀୟ ଉତ୍ପାଦନ ଦୃଶ୍ୟରେ ପ୍ରଗତିଶୀଳ କାର୍ଯ୍ୟକୁ ପ୍ରେରଣା ପ୍ରଦାନ କରିବ । ପୂର୍ବରୁ, ବାଲକୋରେ ଦୁଇଜଣ ଟ୍ରାନ୍ସଜେଣ୍ଡର ପ୍ରଫେସନାଲଙ୍କୁ ଏହି ନୀତି ମାଧ୍ୟମରେ ସହାୟତା ପ୍ରଦାନ କରାଯାଇଛି ।
ବେଦାନ୍ତ ଆଲୁମିନିୟମର ନୂଆ ଲିଙ୍ଗ ପୁନଃପ୍ରମାଣ ପତ୍ର ଓ କ୍ଷତିପୂରଣ ନୀତି ଟ୍ରାନସଜେଣ୍ଡର କର୍ମଚାରୀମାନଙ୍କୁ ୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବ ଯାହା ଲିଙ୍ଗ ପୁନଃନିର୍ମାଣ ସର୍ଜରୀ ସହିତ ଜଡ଼ିତ ଖର୍ଚ୍ଚ ବହନ କରିବାରେ ସହାୟକ ହେବ । ଅତିରିକ୍ତ ଭାବେ ଏହା ଏକ ୩୦ ଦିନିଆ ଛୁଟି ପ୍ରଦାନ କରିବ ଯାହାଦ୍ୱାରା କର୍ମଚାରୀମାନେ ଉପଯୁକ୍ତ ଯତ୍ନ ପାଇଁ ସମୟ ପାଇପାରିବେ । କମ୍ପାନି ପ୍ରତ୍ୟେକ ସ୍ଥାନରେ ଏହିପରି କର୍ମଚାରୀଙ୍କୁ ଉକ୍ତ ସୁବିଧା ସହିତ ବିଶ୍ୱସ୍ତରୀୟ ଆବାସିକ ଟାଉନସିପ ପ୍ରତିଷ୍ଠା କରିଛି । ଯେଉଁମାନେ ବେଦାନ୍ତ ଦ୍ୱାରା ସୃଷ୍ଟି ହୋଇଥିବା ସହାୟକ ପରିବେଶରେ ରହି ସକ୍ରିୟ ଭାବେ କାର୍ଯ୍ୟ ଦାୟିତ୍ୱ ତୁଲାଉଛନ୍ତି ।
ଏହି ମହତ୍ୱପୂର୍ଣ୍ଣ ବିଷୟକୁ ଦୋହରାଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିଃ-ଆଲୁମିନିୟମ ବିଜିନେସ କହିଛନ୍ତିଯେ-ଆମର ସମସ୍ତ ଭୂମିକା ଜେଣ୍ଡର ଆଗ୍ନୋଷ୍ଟିକ ଓ ଆମର ନିଯୁକ୍ତି ପଦ୍ଧତି କେବଳ ପ୍ରତିଭା ଓ ଦକ୍ଷତା ଉପରେ ନିର୍ଭର କରେ । ଏହି ଚିନ୍ତା ଧାରାକୁ ସ୍ଥାନ ଦେଇ ଆମେ ବିଶ୍ୱସ୍ତରୀୟ ଆଲୁମିନିୟମ ଶିଳ୍ପର ମହତ୍ୱ ପ୍ରତିପାଦିତ କରୁଛୁ ।
ଶ୍ରୀ ଦିଲ୍ଲୀପ ସିହ୍ନା, ସିଏଚଆରଓ, ବେଦାନ୍ତ ଲିଃ-ଆଲୁମିନିୟମ ବିଜିନେସ କହିଛନ୍ତିଯେ-ଆମେ ଏହି ନୂତନ ନୀତିକୁ ସ୍ୱୀକାର କରୁଛୁ ଓ ଏହି ଯାତ୍ରା ଗଭୀର ପରିବର୍ତନଶୀଳ ପ୍ରଭାବ ପ୍ରକାଇବ । ଏହା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିବ ।
ଆମେ ସ୍ୱୀକାର କରୁଛୁ ଯେ ଏହି ଯାତ୍ରା ବ୍ୟକ୍ତିଗତ ଏବଂ ପରିବର୍ତନଶୀଳ ଯାହାକି ଏକ ନିରାପଦ, ପୋଷଣ ପରିବେଶ ଯୋଗାଇବାକୁ ଚେଷ୍ଟା କରେ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜକୁ ପ୍ରାମାଣିକ ପ୍ରସଙ୍ଗରେ ପ୍ରମାଣିତ କରିବାକୁ ସକ୍ଷମ ହୋଇପାରିବେ ।
ଏହି ପଦକ୍ଷେପକୁ ପ୍ରଶଂସା କରି ଟ୍ରାନସଜେଣ୍ଡର କଲ୍ୟାଣ ସମିତିର ସଦସ୍ୟ ତଥା ଛତିଶଗଡ଼ର ମିଟୱା ସଂକଳ୍ପ ସମିତିର ସଭାପତି ଶ୍ରୀମତୀ ବିଦ୍ୟା ରାଜପୁତ କହିଛନ୍ତିଯେ ଲିଙ୍ଗ ପୁନଃନିଶ୍ଚିତକରଣ ଯାତ୍ରାରେ ଏହା ଟ୍ରାନସଜେଣ୍ଡର କର୍ମଚାରୀଙ୍କୁ ବହୁତ ସହାୟତା କରିବ , ଏଥିପାଇଁ ମୁଁ କମ୍ପାନିର ପ୍ରୟାସକୁ ସାଧୁବାଦ ଜଣାଉଛି । ଲିଙ୍ଗ ନିଶ୍ଚିତକରଣରେ ଏହାର ସାଥୀମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିବ ।
ବେଦାନ୍ତ ଆଲୁମିନିୟମ ବର୍ତମାନ ଏହାର କାର୍ଯ୍ୟରେ ୩୦ ଜଣ ଟ୍ରାନସଜେଣ୍ଡର କର୍ମଚାରୀଙ୍କୁ ନିଯୁକ୍ତ କରିଛି । ସଂପତି ସୁରକ୍ଷା ଠାରୁ ଆରମ୍ଭ କରି ସେମାନେ ବିଭିନ୍ନ କାର୍ଯ୍ୟରେ ଜଡ଼ିତ ଅଛନ୍ତି । କମ୍ପାନି ତିନିଗୋଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ଦେଉଛି:
• ସ୍କିଲ ମ୍ୟାପିଂ ଜରୀଆରେ ଏକ ପ୍ରମୁଖ ଉତ୍ପାଦନ କାର୍ଯ୍ୟ ମଧ୍ୟରେ ଦକ୍ଷତା କୌଶଳ ପ୍ରଦର୍ଶନକାରୀ ଟ୍ରାନସଜେଣ୍ଡରଙ୍କୁ ମୂଲ୍ୟାଙ୍କନ ଓ ଚିହ୍ନଟ କରିବା
• ନୂଆ ନିଯୁକ୍ତି ଲାଗି ଉପଯୁକ୍ତ ଦକ୍ଷତା, ସଫ୍ଟ ସ୍କିଲ ଓ ବ୍ୟବସାୟିକ ଜ୍ଞାନ ଉପରେ ଗୁରୁତ୍ୱ ଦେବା
• ଟ୍ରାନସଜେଣ୍ଡର ଲୋକମାନଙ୍କୁ ସମାଜିକ ତଥା ମାନସିକ ସ୍ତରରେ ସଶକ୍ତ କରିବାକୁ ପ୍ରେରଣା ଓ ଉପଯୁକ୍ତ ପରିବେଶ ପ୍ରଦାନ କରିବା ।