ତିନିଦିନ ଧରି ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ବଢୁଛି ଜଳସ୍ତର

ଗଜପତି: ତିନିଦିନ ଧରି ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ବଢୁଛି ଜଳସ୍ତର । ଜିଲ୍ଲାର କାଶୀନଗର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । କାଶୀନାଗର ନିକଟରେ ବିପଦ ସଙ୍କେତ 54.60 ମିଟର ଥିବା ବେଳେ ବର୍ତ୍ତମାନ55.10ମିଟର ଜଳସ୍ତର ପ୍ରବାହିତ ହେଉଛି ।

ସେପଟେ ନଦୀର ତଳମୁଣ୍ଡରେ ଗଟା ବ୍ୟାରେଜ ନିକଟରେ 17ଟି ଗେଟକୁ 4ଫୁଟ ଟେକି ଦିଆଯାଇଛି ପ୍ରତି ସେକେଣ୍ଡରେ 42360 କ୍ୟୁସେକ ଜଳ ଡ୍ୟାମ ମଧ୍ୟକୁ ପ୍ରବାହିତ ହେଉଥିବା ବେଳେ 43989 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଡ୍ୟାମର ତଳମୁଣ୍ଡରେ ଥିବା ଲୋକଙ୍କୁ 1ନଂ ବିପଦ ସାଇରେନ ଦେଇ ଲୋକଙ୍କୁ ସଚେତନ କରାଯାଇଛି । ନଦୀର ଉପର ମୁଣ୍ଡରେ ବର୍ଷ ଲାଗିରହିଥିଆବାରୁ ଆଗକୁ ଆହୁରି ଜଳସ୍ତର ବଢିବ ସମ୍ଭାବନା ଥିବା CWC ପକ୍ଷରୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *