ଖୋର୍ଦ୍ଧା ରେ ଶିଶୁ ସମ୍ପର୍କ ଯାତ୍ରା ପାଳିତ

ଖୋର୍ଦ୍ଧା : ୨୦/୦୧/୨୦୨୦ : ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଏକ ଶିଶୁ ସମ୍ପର୍କ ଯାତ୍ରା ଖୋର୍ଦ୍ଧା ଭାଲିଆବାଡ଼ି ସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୈରବୀ କ୍ଲବର ସମ୍ପର୍କ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଉପସ୍ଥିତ ସି.ଡବ୍ଲୁ.ସି ର ଏଜୁକେଟିଭି ମେମ୍ବର ଡ ଡକ୍ଟର.ଏନ ଝୁନା ସାହୁ ଶିଶୁମାନଙ୍କ ସୁରକ୍ଷା ଅଧିକାର ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ । ଶିଶୁ ନିରୀହ ଓ ନିଷ୍ପାପ ଅଟେ, ତାର ମାନସିକ ଅଭିବୃଦ୍ଧି ହୋଇ ନଥିବାରୁ ତାର ଶାରୀରିକ, ସାମାଜିକ, ଭୌତିକ ବାବଦରେ ଉଚିତ ଶିକ୍ଷା ଯୋଗାଇବା କ୍ଷେତ୍ରରେ ପରିବାର ଲୋକ ସଚେତନ ରହିବା ଆବଶ୍ୟକ ।

ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଶିଶୁ ଯୌନ, ଶୋଷଣ, ଶାରୀରିକ ଓ ମାନସିକ ନିର୍ଯ୍ୟାତନାରେ ନିଷ୍ପେସିତ ହେଉଛନ୍ତି, ସେ କ୍ଷେତ୍ରରେ ତାଙ୍କୁ ସୁରକ୍ଷା ଦେବାକୁ ଆଇନଗତ ବ୍ୟବସ୍ଥା ଥିବା ପ୍ରକାଶ କରିଥଲେ। ଶିଶୁଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା ଓ ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ଏ ବାବଦରେ କାର୍ଯ୍ୟ କରୁଛନ୍ତି ।
ଶିଶୁଙ୍କ ସୁରକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ତେଣୁ କୌଣସି ସ୍ଥାନରେ ଯଦି ଏଭଳି ଅବହେଳିତ, ନିର୍ଯ୍ୟାତିତ ଶିଶୁ ଦୃଷ୍ଟି କୁ ଆସିବ ତେବେ ବିଭାଗୀୟ ଟୋଲ-ଫ୍ରି ନମ୍ବର ମାଧ୍ୟମରେ ଜଣାଇବା ସହିତ ସ୍ଥାନୀୟ ଶିଶୁ କଲ୍ୟାଣ ସମିତି ସହ ଯୋଗାଯୋଗ କରିବାକୁ କହିଥିଲେ । କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅନ୍ୟତମ ଅତିଥି ସି.ଡ଼ବ୍ଲ୍ୟୁ.ସି. ର ସଭ୍ୟା ଶ୍ରୀମତୀ କାନ୍ତା ମହାନ୍ତି ଓ ଶୁଭଲକ୍ଷ୍ମୀ ତ୍ରିପାଠୀଙ୍କ ସହିତ ଡି.ଏସ୍. ପି. ଓମପ୍ରକାଶ ପାତ୍ର ପ୍ରମୁଖ ଯୋଗଦେଇ ଶିଶୁ ସମ୍ପର୍କ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୈରବୀ କ୍ଲବ ର ବିଭିନ୍ନ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
