ଆକାଶ ବାଇଜୁସ୍ ତାହାର ସର୍ବବୃହତ୍ ଏବଂ ବହୁ ପ୍ରତୀକ୍ଷିତ ଜାତୀୟ ପ୍ରତିଭା ଅନ୍ୱେଷଣ ପରୀକ୍ଷା, ଆନ୍ଥେ ୨୦୨୩ ଶୁଭାରମ୍ଭ
୭ମରୁ ୧୨ଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ୧୦୦% ପର୍ଯ୍ୟନ୍ତ ବୃତ୍ତି ଏବଂ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରୁଛି
• ୭ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆକାଶ ଇନ୍ଷ୍ଟିଚ୍ୟୁଟ୍ର ଜାତୀୟ ବୃତ୍ତି ପରୀକ୍ଷା ‘ଆନ୍ଥେ’ ୨୦୨୩ ଅକ୍ଟୋବର ୭-୧୫ ମଧ୍ୟରେ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ପଦ୍ଧତିରେ ଅନୁଷ୍ଠିତ ହେବ
• ୧୦୦% ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯିବ; ୭୦୦ ଛାତ୍ର ଛାତ୍ରୀଙ୍କୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯିବ
• ବିଭିନ୍ନ ଗ୍ରେଡ୍ର ୧୦୦ ଛାତ୍ର ଛାତ୍ରୀ ଏକ ଜାତୀୟ ବିଜ୍ଞାନ ଅଭିଯାନର ଅଂଶବିଶେଷ ହେବାକୁ ସୁଯୋଗ ପାଇବେ
• ଗତବର୍ଷ ୧୬.୫ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ, ଯାହା ଏକ ରେକର୍ଡ ସ୍ଥାପନ କରିଥିଲା
• ଅନେକ ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ (ଏନ୍ଇଇଟି ୟୁଜି ୨୦୨୩ ଏଆଇଆର୍ ୩, ୫, ୬ ଏବଂ ଜେଇଇ ଆଡ୍ଭାନ୍ସଡ ୨୦୨୩ ଏଆଇଆର୍ ୨୭, ୨୮) ଆନ୍ଥେ ସହିତ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ
ଭୁବନେଶ୍ୱର, ୨୬ ଜୁଲାଇ ୨୦୨୩ : ପରୀକ୍ଷା ପ୍ରସ୍ତୁତି ସେବା ଯୋଗାଣ କ୍ଷେତ୍ରରେ ଜାତୀୟ ସ୍ତରରେ ଅଗ୍ରଣୀ ଆକାଶ ବାଇଜୁସ୍ ଆଜି ଏହାର ଲୋକପ୍ରିୟ ଏବଂ ବହୁ ଆକାଂକ୍ଷିତ ଆନ୍ଥେ (ଆକାଶ ନ୍ୟାସ୍ନାଲ ଟାଲେଣ୍ଟ ହଣ୍ଟ ଏକ୍ଜାମ) ୨୦୨୩ର ଚତୁର୍ଦ୍ଦଶ ସଂସ୍କରଣ ଶୁଭାରମ୍ଭ କରିଛି । ଏହି ଛାମୁଆ ବାର୍ଷିକ ବୃତ୍ତି ପରୀକ୍ଷା ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମର୍ଥ୍ୟ ପ୍ରତିପାଦନ କରିବା ଏବଂ ୧୦୦% ପର୍ଯ୍ୟନ୍ତ ବୃତ୍ତି ତଥା ଉଲ୍ଲେଖନୀୟ ନଗଦ ଅର୍ଥ ପୁରସ୍କାର ଲାଭ କରିବାକୁ ସୁଯୋଗ ପ୍ରଦାନ କରୁଛି । ଭେଷଜ ଅଥବା ଇଞ୍ଜିନିୟରିଂ କ୍ଷେତ୍ରରେ ନିଜର ଏକ ଉଜ୍ଜ୍ୱଳମୟ ଭବିଷ୍ୟତ ଗଢିବାର ସ୍ୱପ୍ନ ସାକାର କରିବା ଦିଗରେ ଯୁବ ମାନସିକତାକୁ ସଶକ୍ତ କରୁଥିବା ଆନ୍ଥେ ୨୦୨୩ ସଫଳତା ନିମନ୍ତେ ଏକ ଅନନ୍ୟ ପ୍ରବେଶ ଦ୍ୱାର ହେବାର ପ୍ରତିଶୃତି ଦେଉଛି ।
ଆନ୍ଥେ ବୃତ୍ତି ହାସଲକାରୀ ଛାତ୍ର ଛାତ୍ରୀ ଆକାଶରେ ନାମ ଲେଖାଇ ପାରିବେ ଏବଂ ସେମାନେ ଏନ୍ଇଇଟି, ଜେଇଇ, ରାଜ୍ୟ ସିଇଟି, ସ୍କୁଲ/ବୋର୍ଡ ପରୀକ୍ଷା ଭଳି ବିବିଧ ପରୀକ୍ଷା ଏବଂ ଏନ୍ଟିଏସ୍ଇ ଓ ଅଲିମ୍ପିଆଡ ଆଦି ପ୍ରତିଦ୍ୱନ୍ଦ୍ୱିତାମୂଳକ ବୃତ୍ତି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବାକୁ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଏବଂ ସହାୟତା ଲାଭ କରିବେ ।
ଚଳିତ ବର୍ଷ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ ବିଶେଷ ଆକର୍ଷଣ ଯୋଗ କରାଯାଇଛି ଏବଂ ତାହା ହେଉଛି ବିଭିନ୍ନ ଶ୍ରେଣୀରୁ ୧୦୦ ଛାତ୍ର ଛାତ୍ରୀ ଏକ ରାଷ୍ଟ୍ରୀୟ ସ୍ତରର ବିଜ୍ଞାନ ଅଭିଯାନ ନିମନ୍ତେ ଏକ ୫- ଦିବସୀୟ ସମ୍ପୁର୍ଣ ଦେୟମୁକ୍ତ ଗସ୍ତ ଜିତିବାର ସୁଯୋଗ ପାଇବେ ।
ବିଗତ ବର୍ଷଗୁଡିକରେ ଆନ୍ଥେ ଉଲ୍ଲେଖନୀୟ ସଫଳତା ହାସଲକାରୀ ସୃଷ୍ଟି କରିଛି, ଆକାଶ ବାଇଜୁସ୍ର ଅନେକ ଛାତ୍ର ଛାତ୍ରୀ ଏନ୍ଇଇଟି (ୟୁଜି) ଏବଂ ଜେଇଇ (ଆଡ୍ଭାନ୍ସଡ) ଭଳି ପରୀକ୍ଷାରେ ଶୀର୍ଷ ର୍ୟାଙ୍କଧାରୀ ହେଉଛନ୍ତି । କୌସ୍ତଭ ବୌରୀ (ଏଆଇଆର୍ ୩), ଧ୍ରୁବ ଆଡଭାନୀ (ଏଆଇଆର୍ ୫) ଏବଂ ସୂର୍ଯ୍ୟ ସିଦ୍ଧାର୍ଥ ଏନ୍ (ଏଆଇଆର୍ ୬)ଙ୍କ ସମେତ ଆକାଶରେ ଆନ୍ଥେ ବଳରେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିବା ସଂଖ୍ୟାଧିକ ଆକାଶ ଛାତ୍ରଛାତ୍ରୀ ଏନ୍ଇଇଟି (ୟୁଜି) ୨୦୨୩ରେ ଚମ୍ପିଆନ୍ ହୋଇଛନ୍ତି । ଅନୁରୂପ ଭାବରେ ଆଦିତ୍ୟ ନୀରାଜେ (ଏଆଇଆର୍ ୨୭) ଏବଂ ଆକାଶ ଗୁପ୍ତା (ଏଆଇଆର୍ ୨୮) ମଧ୍ୟ ଆନ୍ଥେ ସହିତ ଯାତ୍ରାରମ୍ଭ କରିଥିଲେ ଏବଂ ସେମାନେ ଜେଇଇ (ଆଡ୍ଭାନ୍ସଡ) ୨୦୨୩ରେ ପ୍ରଶଂସନୀୟ ସ୍ଥାନ ଅଧିକାର କରିଥିଲେ ।
ଆନ୍ଥେ ୨୦୨୩ ସମ୍ପର୍କରେ ମତଦେଇ ଶ୍ରୀ ଅଭିଷେକ ମାହେଶ୍ୱରୀ, ସିଇଓ, ଆକାଶ ଏଡୁକେସନାଲ ସର୍ଭିସେସ୍ ଲିମିଟେଡ (ଏଇଏସ୍ଏଲ୍) କହିଥିଲେ, “ଆନ୍ଥେ ଲକ୍ଷାଧିକ ଛାତ୍ର ଛାତ୍ରୀଙ୍କ ସ୍ୱପ୍ନ ଏବଂ ସେମାନଙ୍କ ସାମର୍ଥ୍ୟ ମଧ୍ୟରେ ରହୁଥିବା ଶୂନ୍ୟସ୍ଥାନକୁ ଦୂରକରି ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସୁଛି । ୨୦୧୦ରେ ଏହା ଆରମ୍ଭ ହେବା ଦିନଠାରୁ ଦେଶବ୍ୟାପୀ ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଆମର କୋଚିଂ ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରିଆସୁଛୁ ଏବଂ ସେ କ୍ଷେତ୍ରରେ ଅବସ୍ଥିତିଗତ ପ୍ରତିବନ୍ଧକ ମଧ୍ୟ ଦୂର କରୁଛୁ । ଛାତ୍ର ଛାତ୍ରୀ ଯେଉଁ ସ୍ଥାନରେ ଥିଲେ ମଧ୍ୟ ସେମାନଙ୍କ ସୁବିଧା ଅନୁସାରେ ଏନ୍ଇଇଟି ଏବଂ ଆଇଆଇଟି-ଜେଇଇ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ହେବାକୁ ଆନ୍ଥେ ସେମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରୁଛି । ଆନ୍ଥେ-୨୦୨୩ରେ ଆମେ ଦୃଢ଼ ଅଂଶଗ୍ରହଣ ଆଶା କରୁଛୁ ଏବଂ ଛାତ୍ର ଛାତ୍ରୀଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ନିକଟତର କରାଇବା ନିମନ୍ତେ ସେମାନଙ୍କୁ ଉତ୍ପ୍ରେରିତ କରିବା ଲକ୍ଷ୍ୟରେ ଆମେ ଅବିଚଳିତ ରହିଛୁ ।”
ଆନ୍ଥେ ୨୦୨୩ ଅକ୍ଟୋବର ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ । ୧୦୦% ପର୍ଯ୍ୟନ୍ତ ବୃତ୍ତି ବ୍ୟତୀତ ଶ୍ରେଷ୍ଠ ସ୍କୋରଧାରୀଙ୍କୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ।
ଆନ୍ଥେ ଅନ୍ଲାଇନ ସମସ୍ତ ପରୀକ୍ଷା ଦିବସରେ ପୂର୍ବାହ୍ନ ୧୦ଟାରୁ ରାତି ୯ଟା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଫ୍ଲାଇନ ପରୀକ୍ଷାଗୁଡିକ ୨୦୨୩ ଅକ୍ଟୋବର ୮ ଓ ୧୫ ତାରିଖରେ ଦୁଇଟି ସିଫ୍ଟରେ ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ଏବଂ ଅପରାହ୍ଣ ୪ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଥିବା ଆକାଶ ବାଇଜୁସ୍ର ସମସ୍ତ ୩୧୫ରୁ ଊର୍ଦ୍ଧ୍ୱ କେନ୍ଦ୍ରରେ ଅନୁଷ୍ଠିତ ହେବ । ଛାତ୍ର ଛାତ୍ରୀ ସେମାନଙ୍କ ସୁବିଧା ଅନୁଯାୟୀ ଘଣ୍ଟିକିଆ ଅବଧି ସ୍ଲଟ୍କୁ ବାଛିପାରିବେ ।
ଆନ୍ଥେ ଏକ ଘଣ୍ଟା ଅବଧିର ପରୀକ୍ଷା ହେବ ଯେଉଁଥିରେ ମୋଟ ୯୦ ନମ୍ବର ରହିବ ଏବଂ ଛାତ୍ରଛାତ୍ରୀଙ୍କ ଗ୍ରେଡ୍ ଏବଂ ସେମାନଙ୍କ ଆକାଂକ୍ଷିତ ଶୃଙ୍ଖଳା ଆଧାରରେ ୪୦ଟି ମଲ୍ଟିପଲ-ଚଏସ୍ ପ୍ରଶ୍ନକୁ ନେଇ କରାଯିବ । ସପ୍ତମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଗଣିତ ଏବଂ ମେଣ୍ଟାଲ ଆବିଲିଟି ଆଦି ବିଷୟର ପ୍ରଶ୍ନ ରହିବ । ଡାକ୍ତରୀ ଶିକ୍ଷା ନିମନ୍ତେ ଆଶାୟୀ ଦଶମ ଛାତ୍ର ଛାତ୍ରୀଙ୍କ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ମେଣ୍ଟାଲ ଆବିଲିଟି ବିଷୟରୁ ପ୍ରଶ୍ନ ରହିବା ବେଳେ ସେହି ଶ୍ରେଣୀର ଇଞ୍ଜିନିୟରିଂ ଆଶାୟୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ମେଣ୍ଟାଲ ଆବିଲିଟି ବିଷୟରୁ ପ୍ରଶ୍ନ ରହିବ । ଅନୁରୂପ ଭାବରେ ଏନ୍ଇଇଟି ପାଇଁ ଲକ୍ଷ୍ୟ ରଖୁଥିବା ଏକାଦଶ ଓ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟରୁ ପ୍ରଶ୍ନ ରହିବାବେଳେ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ ବିଷରୁ ପ୍ରଶ୍ନ ଆସିବ ।
ଆନ୍ଥେ ୨୦୨୩ ପାଇଁ ନାମାଙ୍କନ ଫର୍ମ ଦାଖଲର ଶେଷ ତାରିଖ ଅନ୍ଲାଇନ ପରୀକ୍ଷା ଆରମ୍ଭର ତିନିଦିନ ପୂର୍ବ ଏବଂ ଅଫ୍ଲାଇନ ପରୀକ୍ଷା ଆରମ୍ଭର ସାତଦିନ ପୂର୍ବରୁ ରଖାଯାଇଛି । ଅଫ୍ଲାଇନ ପଦ୍ଧତି ନିମନ୍ତେ ପରୀକ୍ଷା ଦେୟ ୧୦୦ ଟଙ୍କା ରଖାଯାଇଛି ଏବଂ ଅନ୍ଲାଇନ ପଦ୍ଧତି ନିମନ୍ତେ ପରୀକ୍ଷାକୁ ଦେୟମୁକ୍ତ ରଖାଯାଇଛି ।
ଆନ୍ଥେ ୨୦୨୩ର ଫଳାଫଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୨୦୨୩ ଅକ୍ଟୋବର ୨୭, ସପ୍ତମରୁ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ୨୦୨୩ ନଭେମ୍ବର ୩, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ୨୦୨୩ ନଭେମ୍ବର ୮ ତାରିଖ ରଖାଯାଇଛି । ଏହି ପରୀକ୍ଷା ଫଳାଫଳ ଆମ ୱେବ୍ସାଇଟ୍ ରେ ଉପଲବ୍ଧ ହେବ ।