ପେରୁର ମରୁଭୂମିର ରହସ୍ୟମୟ ଚିତ୍ରର ଉଜାଗର ଏବେ ବି ହୋଇ ପାରୁନି

ନୂଆଦିଲ୍ଲୀ: ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି ଆମ ପୃଥିବୀ । ବୈଜ୍ଞାନିକମାନେ ଗୋଟିଏ ରହସ୍ୟ ଉଜାଗର କରୁଥିବା ବେଳେ ସେମାନଙ୍କ ସମ୍ମୁଖରେ ଆଉ ଏକ ରହସ୍ୟ ପଂହଚୁଛି । ଏ ଭଳି ଏକ ଘଟଣର ପେରୁରେ ଦେଖିବାକୁ ମିିଳିଛି । ଏଠାକାର ମରୁଭୂମିରେ ୨୦୦୦ ବର୍ଷ ଧରି ରହିଥିବା ଏକ ରହସ୍ୟକୁ ବୈଜ୍ଞାନିକମାନେ ଉଜାଗର କରିବାରେ ସଫଳ ହୋଇ ନାହାନ୍ତି । ଏହି ମରୁଭୂମିରେ ଅନେକ କଳାକୃତି ଦେଖିବାକୁ ମିଳିଥାଏ । ଏହାର ମାନେ କଣ କେହି ବୁଝି ପାରନ୍ତି ନାହିଁ । କେତେକ ସ୍ଥାନରେ ମଣିଷ ଏବଂ ଅନ୍ୟ ସ୍ଥାନରେ ବିଲେଇର ଚିତ୍ର ରହିଛି । ଏହାର ଲମ୍ବ ପ୍ରାୟ ୧୨୧ ଫୁଟ ହେବ । ଏବେ ଏହି କଳାକୃତିକୁ ସ୍ଥାନୀୟ ସରକାର ସୁରକ୍ଷିତ କରି ରଖିଛନ୍ତି । କେତେକ ବୈଜ୍ଞାନିକ ଏହା ପରଗ୍ରହୀଙ୍କ ସଙ୍କେତ ଚିତ୍ର କହୁଥିବା ବେଳେ ଅନ୍ୟମାନେ ସେ ସମୟରେ ଜଳସେଚନ ବ୍ୟବସ୍ଥା ଯୋଗୁ ମନକୁମନ ଏ ଭଳି ଚିତ୍ର ସୃଷ୍ଟି ହୋଇଛି ।

୧୯୪୦ରେ ଏ ସମ୍ପର୍କରେ ଜଣା ପଡିଥିଲା । ଗବେଷଣା କରିବା ପରେ ଏହି ସ୍ଥାନରୁ ଅନେକ ବହୂମୂଲ୍ୟ ସାମଗ୍ରୀ ଓ ଆକୃତି ମିଳିଥିଲା । ସୁଇଜରଲାଣ୍ଡର ମହାନ ଲେଖକ ଏରିଚ ୱାନ ଦାନିକେନ ଦୃଢ଼ତା ସହକାରେ କହିଛନ୍ତି ଯେ, ସ୍ଥାନୀୟ ଲୋକ ପରଗ୍ରହୀଙ୍କୁ ସନ୍ଦେଶ ପଠାଇବା ପାଇଁ ଏହି ସଂରଚନା ପ୍ରସ୍ତୁତ କରିଛନ୍ତି । ସାଟେଲାଇଟରୁ ଅନୁଧ୍ୟାନ କରିବା ପରେ ଏହି ସଂରଚନା ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଏହା ଏକ ସଙ୍କେତ ଭାବେ ଜଣା ପଡୁଥିଲା । ଏବେ ବି ଏହି ରହସ୍ୟର ଉଜାଗର ନେଇ ସମସ୍ତେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *