ଆନ୍ତର୍ଜାତିକ ଡକ୍ଟରସ୍ ଡେ ପାଳନପ୍ରତିଭାଶାଳୀ ଡାକ୍ଟରମାନଙ୍କୁ ସମ୍ମାନିତ
ଭୁବନେଶ୍ୱର: ପ୍ରତିବର୍ଷ ପରି ଆନ୍ତର୍ଜାତୀୟ ଡକ୍ଟରସ୍ ଡେ ପାଳନ ଅବସରରେ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ, ତା ୦୧.୦୭.୨୦୨୩ ରିଖ ରେ ତା’ର ସମସ୍ତ ସୋରୁମ୍ ଠାରେ ଡକ୍ଟରସ୍ ଡେ ପାଳନ ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଭାଶାଳୀ ଡାକ୍ଟରମାନଙ୍କୁ ସମ୍ନାନିତ କରାଯାଇଅଛି ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅରୁନ୍ଧତୀ ଜ୍ୱେଲର୍ସର ସମସ୍ତ କର୍ମଚାରୀ ଏବଂ ଆମନ୍ତ୍ରିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଅତିଥିମାନଙ୍କ ସହିତ ଉତ୍ସବଟିକୁ ପାଳନ କରାଯିବା ସହ ପେସ୍ବୁକ୍ ଲାଇଭ୍ ମାଧ୍ୟମରେ ଜନସାଧାରଣମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନା ର ଏକ କାର୍ଯ୍ୟକ୍ରମ ମଧ୍ୟ ରାଖାଯାଇଥିଲା, ଏହି କାର୍ଯ୍ୟକ୍ରର୍ମରେ ଉତ୍କଳ ହସପିଟାଲର ର ବିରଷ୍ଠ ପରାମର୍ଶଦାତା ଶିଶୁରୋଗ ବିଶେଷଜ୍ଞ ଏବଂ ନିଓନାଟୋଲୋଜିଷ୍ଟ୍ ଡକ୍ଟର ସଦାଶିବ ପାଢି ଉପସ୍ଥିତି ରହିଥିଲେ । ଅତିଥିମାନେ ନିଜ ସଫଳତା ପାଇଁ କରିଥିବା ତ୍ୟାଗ ଓ ନିଷ୍ଟା ସମସ୍ତଙ୍କ ଆଗରେ କହିବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ ।
ଏମିତି ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ସମାଜର ସମସ୍ତ ମହଲରେ ପ୍ରସଂଶା କରାଯାଇଛି ।