ଡ଼ାକ୍ତର ସୁଜାତା ପ୍ରିୟମ୍ବଦା ରାୟ
ଆୟୁର୍ବେଦ ଚିକିତ୍ସକ

ଚାହୁଁ ଚାହୁଁ ଆଜି ସରିଗଲା ରଜ
କେତେ ଅନୁଭୂତି ଦେଇ,
ରେଳ ଦୁର୍ଘଟଣା ମନରୁ ଲିଭିନି
ସଭିଙ୍କୁ ଦିଏ କନ୍ଦାଇ।
ରଜ ପାଳିଵାକୁ ମନ କରିଥିଲେ
ଘରେ ଝିଅ, ବୋହୂ କେତେ,
ଲୌହ ଦାନବ’ର ରକ୍ତ ଭୋଜିରେ
ବଳି ପଡ଼ିଗଲେ ନିଜ ଲୋକ ସବୁ ଯେତେ।
ନୂଆବୋହୂ’ ଭାର ଖାଇବେ ବୋଲି ତ
ମନେ ରଖିଥିଲେ ଆଶା,
ଭାଂଗିଗଲା ଚୁଡ଼ି, କପାଳ ଫାଟିଲା
ଶୂନ୍ୟ ହୋଇଗଲା ମଥା।
ଚକ୍ର ପେଶି ଦିନେ ନାଶିଥିଲ ନକ୍ର
ପୁରାଣେ ବର୍ଣ୍ଣନା ଅଛି,
ମା’ ହାତୁ ଟାଣି କୁମ୍ଭୀର ଗିଳିଲା
କରିପାରିଲନି କିଛି।
ହେ ଚକାନୟନ କରୁଛି ମିନତୀ
ଗୁହାରି ମୋର ରଖିବ
ଏମିତିକା ରଜ କାହାରି ଜୀବନେ
କଦାପି ଆଉ ନଦେବ।
ଟିକି ଅଳି ମୋର ରଖିବ ହେ ପ୍ରଭୁ
ମୁଁ ଛାର ଓଡ଼ିଆ ଟିଏ,
ଜଗତର ନାଥ ବୋଲାଉଛ ସାଇଁ
ସଭିଙ୍କ ନିମନ୍ତେ ତୁମ ଆଶୀର୍ବାଦ ଚାହେଁ।……..

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *