ଜୁଲାଇରେ ‘ଚନ୍ଦ୍ରଯାନ-୩’ ଓ ଅଗଷ୍ଟରେ ‘ଆଦିତ୍ୟ-ଏଲ୍‌୧’ ପଠାଯାଇପାରେ: ଏସ୍‌. ସୋମନାଥ

ନୂଆଦିଲ୍ଲୀ: ଜୁଲାଇ ମାସରେ ‘ଚନ୍ଦ୍ରଯାନ-୩’ ଓ ଅଗଷ୍ଟ ମାସରେ ‘ଆଦିତ୍ୟ-ଏଲ୍‌୧’ ପଠାଯାଇପାରେ ବୋଲି ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇ‌ସ୍ରୋ) ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି।

ଆଜି ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ସାଉଥ୍ ୨୦୨୩’ରେ ମହାକାଶ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ବେଳେ ସୋମନାଥ କହିଛନ୍ତି, ଜୁନ୍‌ ୧୨ ତାରିଖରେ ‘ଲଞ୍ଚ୍‌ ୱିଂଣ୍ଡୋ’ ଖୋଲୁଥିବାରୁ ଜୁଲାଇ ମାସରେ ଚନ୍ଦ୍ରପୃଷ୍ଠକୁ ‘ଚନ୍ଦ୍ରଯାନ-୩’ ପଠାଯିବ।

ଏକା ଗଢ଼ଣ ଏବଂ ଅଭିଯାନ ଲକ୍ଷ୍ୟ ଥିବା ‘ଚନ୍ଦ୍ରଯାନ-୩’ ଠିକ୍‌ ‘ଚନ୍ଦ୍ରଯାନ-୨’ ଭଳି। ଖୁବ୍‌ ଶୀଘ୍ର ଏହାର ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନରେ ବିଫଳ ହୋଇଥିଲୁ କିନ୍ତୁ, ଏବେ ମଧ୍ୟ ସେ ଅଭିଯାନର ଅର୍ବିଟର୍‌ ମାପଚୁପ କରୁଛି ଏବଂ ଆମ ନିକଟକୁ ତଥ୍ୟାବଳି ପଠାଉଛି। କ’ଣ ଭୁଲ୍‌ ହେଲା ଓ କି ସମସ୍ୟା ଥିଲା ଜାଣିବା ପାଇଁ ଆମେ ଅନେକ କଷ୍ଟ ସ୍ବୀକାର କରିଛୁ। ‘ସଫ୍‌ଟ୍‌ୱେର୍‌’ରେ ତ୍ରୁଟି ଥିଲା।

ଏହାଛଡ଼ା, ସୋମନାଥ ସୁନିଶ୍ଚିତ କରି କହିଛନ୍ତି ଯେ, ‘ସୋଲାର୍‌ କରୋନାଲ୍‌’ ଅଧ୍ୟୟନ ନିମନ୍ତେ ଉଦ୍ଦିଷ୍ଟ ‘ଆଦିତ୍ୟ ଏଲ୍‌-୧’ ଅଭିଯାନ ଅଗଷ୍ଟ ମାସରେ ଆରମ୍ଭ ହେବ। ସଦାସର୍ବଦା ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବା ଲାଗି ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତ୍ବର ୪ ଗୁଣ ଦୂରତ୍ବରେ ଅବସ୍ଥିତ ‘ଲାର୍ଜରେଞ୍ଜ୍‌ ପ‌ଏଣ୍ଟ୍‌ ୧’କୁ ‘ଆଦିତ୍ୟ-ଏଲ୍‌୧’ ଉତ୍‌କ୍ଷେପଣ କରାଯିବ।

Leave a Reply

Your email address will not be published. Required fields are marked *

You may have missed