କେନ୍ଦୁଝର ରେ ବ୍ୟାଙ୍କ୍ ଅଫ ଇଣ୍ଡିଆ କର୍ମଚାରୀ ୟୁନିଅନ ସମାବେଶ

କେନ୍ଦୁଝର– କେନ୍ଦୁଝର ଅଡିଟୋରିୟମ ରେ ଅଲ ଓଡ଼ିଶା ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ ୟୁନିୟନ୍ ର ଚତୁର୍ଦ୍ଦଶତମ ଦୁଇଦିନିଆ ସମାବେଶ ରାଜ୍ୟ ସଭାପତି ସଚ୍ଚିଦାନନ୍ଦ ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି, ଆଠ ଓ ନଅ ଦୁଇଦିନିଆ ସମାବେଶ ରେ ରାଜ୍ୟର ସମସ୍ତ ଅଞ୍ଚଳ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ, ବ୍ୟାଙ୍କ୍ ଅଫ ଇଣ୍ଡିଆ କର୍ମଚାରୀ ଫେଡରେଶନ ସାଧାରଣ ସମ୍ପାଦକ ଦିନେଶ ଝା ଲାଳାନ ଏହି ସମାବେଶ କୁ ଉଦଘାଟନ କରିଥିବା ବେଳେ, ଅଭ୍ୟର୍ଥନା କମିଟି ସଭାପତି ସୁରେଶ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ, ଆମ୍ବେଦକର ଫାଉଣ୍ଡେସନ ନୂଆଦିଲ୍ଲୀ ସଦସ୍ୟ ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି, ଏନବିଜି ସାଧାରଣ ପରିଚାଳକ ବିକ୍ରମ କୁମାର ମିଶ୍ର, କମ୍ରେଡ ରାମକୃଷ୍ଣ ପଣ୍ଡା ସମ୍ପାଦକ ଏ ଆଇ ଟି ୟୁ ସି, କମ୍ରେଡ୍ ପି କେ ତ୍ରିପାଠୀ ସାଧାରଣ ସମ୍ପାଦକ ରାଜ୍ୟବ୍ୟାଙ୍କ୍ କର୍ମଚାରୀ ସଂଘ, ହରିଶଙ୍କର ନାୟକ ସଭାପତି ଏଷ୍ଟୀ ଏସ ସି ଓବିସି କର୍ମଚାରୀ ସଂଘ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ସାଧାରଣ ସମ୍ପାଦକ ପ୍ରବୀର୍ କୁମାର ଘୋଷ ବିବରଣୀ ପ୍ରଦାନ କରିଥିଲେ, ତିନିଶହ ରୁ ଉର୍ଦ୍ଧ୍ବ ପ୍ରତିନିଧି ମାନଙ୍କୁ ନେଇ ବିଭିନ୍ନ ବିଷୟ ରେ ଆଲୋଚନା କରାଯିବା ପରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା,

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *