ବଜେଟ ପର ‘ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ’ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
“ପିଏମ ବିଶ୍ୱକର୍ମା ଯୋଜନା କାରିଗର ଓ କ୍ଷୁଦ୍ର ବ୍ୟବସାୟ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବ”
“ଚଳିତ ବର୍ଷ ବଜେଟରେ ପିଏମ ବିଶ୍ୱକର୍ମା ଯୋଜନା ଘୋଷଣା ପ୍ରତ୍ୟକଙ୍କ ଧ୍ୟାନ ଆକର୍ଷଣ କରିଛି”
“କ୍ଷୁଦ୍ର କାରିଗର ସ୍ଥାନୀୟ ହସ୍ତକଳା ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପିଏମ ବିଶ୍ୱକର୍ମା ଯୋଜନା ସେମାନଙ୍କୁ ସଶକ୍ତ କରିବା ଉପରେ ଆଲୋକପାତ କରିଥାଏ”
“ପିଏମ ବିଶ୍ୱକର୍ମା ଯୋଜନା ସମୃଦ୍ଧ ପରମ୍ପରା ବଜାୟ ରଖି ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କ ଦ୍ୱାରା କଳାକୃତି ବିକାଶର ଲକ୍ଷ୍ୟ ରଖିଛି”
“କୁଶଳୀ କାରିଗର ହେଉଛନ୍ତି ଆତ୍ମନିର୍ଭର ଭାରତର ପ୍ରତୀକ ଓ ଆମ ସରକାର ସେମାନଙ୍କୁ ନବ ଭାରତର ବିଶ୍ୱକର୍ମା ଭାବେ ବିବେଚନା କରେ”
“ଗ୍ରାମର ପ୍ରତ୍ୟକ ଶ୍ରେଣୀକୁ ସଶକ୍ତ କରି ସେମାନଙ୍କ ବିକାଶ ଭାରତର ବିକାଶ ଯାତ୍ରା ପାଇଁ ଆବଶ୍ୟକ”
“ଦେଶର ବିଶ୍ୱକର୍ମମାନଙ୍କ ଆବଶ୍ୟକତା ଅନୁସାରେ ଆମକୁ ଆମ କୁଶଳତା ଭିତ୍ତିଭୂମିକୁ ନୂତନ ପରିସ୍ଥିତି ସହ ଖାପ ଖୁଆଇବାକୁ ହେବ”
“ଆଜିର ବିଶ୍ୱକର୍ମାଗଣ ଆସନ୍ତାକାଲିର ଉଦ୍ୟୋଗୀ ହୋଇପାରିବେ”
“ଗୋଟିଏ ପଦ୍ଧତିର ଅପରିହାର୍ଯ୍ୟ ଅଙ୍ଗ ହୋଇଗଲେ କାରିଗର ଓ ଶିଳ୍ପୀମାନଙ୍କୁ ମଜବୁତ କରିହେବ”
