ବିଓଆଇ ଏନ୍‌ବିଜି ଓଡିଶାର ପ୍ରଥମ ମହାପ୍ରବନ୍ଧକ

0
IMG_20230114_211404.jpg

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ, ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ (ଏନ୍‌ବିଜି) ଓଡିଶାର ପ୍ରଥମ ମହାପ୍ରବନ୍ଧକ ରୂପେ ବ୍ୟାଙ୍କ ଅଫ୍ ଇଣ୍ଡିଆର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ
ଏହା ପୂର୍ବରୁ ଏନ୍‌ବିଜି-ଝାଡଖଣ୍ଡର ମହାପ୍ରବନ୍ଧକ ରୂପେ କାର୍ଯ୍ୟରତ ଥିଲେ । ଶ୍ରୀ ମିଶ୍ର ୧୯୯୦ ମସିହାରେ ଡାଇରେକ୍ଟ ରିକ୍ରୁଟ ଅଫିସର ଭାବେ ନିଜ ବ୍ୟାଙ୍କିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ତାଙ୍କର ୩୩ ବର୍ଷରୁ ଉର୍ଦ୍ଧ୍ୱ ସଫଳ ଯାତ୍ରା ମଧ୍ୟରେ ସେ ମଧ୍ୟ ପ୍ରଦେଶ, ବିହାର, ଓଡିଶା, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି । ସେ ମଧ୍ୟ ୧୨ ବର୍ଷ ଧରି ବିଭିନ୍ନ ସମୟରେ ଋଣ ବିଭାଗରେ ଏବଂ ଭୁବନେଶ୍ୱରର ଶାଖାଗୁଡିକରେ ବିଶେଷ କରି କର୍ପୋରେଟ କ୍ରେଡିଟ୍ ବିଭାଗରେ କାର୍ଯ୍ୟ କରିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଏନ୍‌ବିଜି ଅଧିନରେ ବ୍ୟାଙ୍କର ଭୁବନେଶ୍ୱର, ବାରିପଦା, କେନ୍ଦୁଝର ଏବଂ ସମ୍ବଲପୁର ଜୋନ୍ ସମେତ ୨୫୯ଟି ଶାଖା କାର୍ଯ୍ୟ କରୁଅଛି । ରାଜ୍ୟରେ ବ୍ୟାଙ୍କର ମୋଟ୍ ବ୍ୟବସାୟ ପ୍ରାୟ ୩୮
ହଜାର କୋଟି ଟଙ୍କା ରହିଛି । ରାଜ୍ୟରେ ବ୍ୟାଙ୍କର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଶ୍ରୀ ମିଶ୍ରଙ୍କର ଅଭିଜ୍ଞତା ନିଶ୍ଚିତ ରୂପେ ସାହାଯ୍ୟ କରିବା ସହ ତାଙ୍କ ନେତୃତ୍ୱରେ ବ୍ୟାଙ୍କ ନିକଟ ଭବିଷ୍ୟତରେ ସଫଳତାର ଶିଖର
ଛୁଇଁ ପାରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *