ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂଆ ବର୍ଷ ପାଳନ

0
i-1.jpeg

ଇଂରାଜୀ ନବ ବର୍ଷ-୨୦୨୩ ପାଳନ ଅବସରରେ  ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଆଜି ସକାଳେ ବିଭାଗର ଅଧିକାରୀମାନେ ସାକ୍ଷାତ କରି  ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l ନିର୍ଦ୍ଦେଶକ ମହୋଦୟ ମଧ୍ୟ ନୂଆ ବର୍ଷରେ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ l ଏହି ଅବସରରେ ୨୦୨୨ରେ ବିଭାଗର ବିଭିନ୍ନ କାର୍ଯ୍ୟ ସଫଳତା ସମ୍ପର୍କରେ ଅଧିକାରୀମାନେ ନିର୍ଦ୍ଦେଶକଙ୍କ ସହିତ ସେମାନଙ୍କର ଅଭିଜ୍ଞତା,ଅନୁଭୂତି ଓ ସ୍ମୃତି ବାଣ୍ଟିଥିଲେ l ରବିବାର ଛୁଟି ସତ୍ତ୍ୱେ  ସମୟ ଦେଇ ନୂଆ ବର୍ଷ ପାଳନରେ ସାମିଲ ହୋଇଥିବାରୁ ଅଧିକାରୀମାନେ ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଥିଲେ l ବିଭାଗର ଉନ୍ନତି ସମ୍ପର୍କରେ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ l ବିଭାଗର ଯୁଗ୍ମ ନିର୍ଦ୍ଦେଶ ଶ୍ରୀ ଗୁରବୀର ସିଂ ଓ ବିଶ୍ୱଜିତ ଦାସ, ସହକାରୀ ଅର୍ଥ ପରାମର୍ଶଦାତା ଶ୍ରୀ ପୃଥ୍ଵୀରାଜ ପାଣି, ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ମହାନ୍ତି, ସ୍ୱତନ୍ତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ନିଆଲ ଓ ଅନ୍ୟ ସୂଚନା ଅଧିକାରୀମାନେ ସାକ୍ଷାତ କରି ନିର୍ଦ୍ଦେଶକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ l

Leave a Reply

Your email address will not be published. Required fields are marked *