ବେଦାନ୍ତ ଲାଞ୍ଜିଗଡ଼ର ନୂତନ ସୁରକ୍ଷା ଯାନକୁ କଳାହାଣ୍ଡି ଜିଲ୍ଲା କଲେକ୍ଟର ଓ ପୋଲିସ ଅଧିକ୍ଷକ ଉଦଘାଟନ କରିଛନ୍ତି


ଏହା ଜନସାଧାରଣଙ୍କ ସୁରକ୍ଷା ସଚେତନତା ସୃଷ୍ଟି କରିବାରେ ସହାୟକ ହେବା ସହ ସ୍ଥାନୀୟ ଅଂଚଳରେ ଜରୁରୀକାଳୀନ ସହାୟତା ଯୋଗାଇବ

ଲାଞ୍ଜିଗଡ଼, ଓଡ଼ିଶା, ଡିସେମ୍ବର ୧୮,୨୦୨୨: ମେଟାର୍ଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବେଦାନ୍ତ ଲିମିଟେଡ ଭାରତର ପ୍ରମୁଖ ଉତ୍ପାଦକ ଏହାର ସୁରକ୍ଷା ଫ୍ଲିଟରେ ଏକ ସୁସଜ୍ଜିତ ସୁରକ୍ଷା ତାଲିମ ଭ୍ୟାନ ଓ ଜରୁରୀ କାଳୀନ ସହାୟତା ଭ୍ୟାନକୁ ନିଯୁକ୍ତ କରିଛି । ଏହି ଯାନ କଳାହାଣ୍ଡିର ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର ପି. ଅେନ୍ୱେଷା ରେଡି ଓ କଳାହାଣ୍ଡି ଜିଲ୍ଲାର ପୋଲିସ ଅଧିକ୍ଷକ ଅଭିଳାଷ ଜି.ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଡେପୁଟି ସିଇଓ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ ଶ୍ରୀ ଜି.ଜି. ପଲ ଏହି ସମୟରେ ଉପସ୍ଥିତ ଥିଲେ । ସୁରକ୍ଷା ସଚେତନତା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ମଜବୁତ କରିବା ଲାଗି ଏହି ଦୁଇଟି ଯାନ ବେଦାନ୍ତ ଆଲୁମିନିୟମର ରିଫାଇନାରୀରେ ଥିବା ଶ୍ରେଷ୍ଠ ସୁରକ୍ଷା ପ୍ରଣାଳୀର ଅଂଶ ଅଟେ ।

ଏହି ସେଫ୍ଟି ଟ୍ରେନିଂ ଭ୍ୟାନ ଅଡିଓ ଭିଜୁଆଲ ମାଧ୍ୟମରେ ପ୍ଲାଂଟର ୱାର୍କଫୋର୍ସ ପାଇଁ ପ୍ରସ୍ତୁତ ରହିବ ଓ ଅନ ଟ୍ରୁ ଟ୍ରେନିଂ ପ୍ରଦାନ କରିବ । ଏହା ମଧ୍ୟ ସ୍ଥାନୀୟ ଗୋଷ୍ଠୀର ପ୍ରମୁଖ ସ୍ଥାନ ଗୁଡ଼ିକ ପରିଦର୍ଶନ କରିବ ଯେଉଁଥିରେ ଅଗ୍ନି, ବିଦ୍ୟୁତ ଓ ଘରୋଇ ସୁରକ୍ଷା ବିଷୟରେ କ୍ଷେତ୍ରଗୁଡ଼ିକୁ ଲକ୍ଷ୍ୟ ରଖାଯିବ । ତାଲିମ ସାମଗ୍ରୀ ଗୁଡ଼ିକ ବହୁଭାଷାଭାଷୀ ଓ ଅଭ୍ୟାସକୁ ସର୍ବତ୍ର ପରିଚିତ କରାଇବାରେ ସାହାଯ୍ୟ କରିବ । ଏହି ପ୍ରୟାସକୁ ସଫଳ କରିବା ଲାଗି ରେସକ୍ୟୁ ହକ ଭ୍ୟାନ ହେଉଛି ଏକ ଉଦ୍ଧାରକାରୀ ଯାନ ଯାହା ଅତ୍ୟାବଶ୍ୟକ ଉପକରଣ ସହ ସଜ୍ଜିତ ହୋଇଛି ଓ ଏହାକୁ ତାଲମିପ୍ରାପ୍ତ ଦଳଙ୍କ ଦ୍ୱାରା ପରିଚାଳନା କରାଯିବ ।

ଉଭୟ ଅଧିକାରୀ ବେଦାନ୍ତର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା କଳାହାଣ୍ଡି ଓ ଏହାର ପାଶ୍ୱର୍ବର୍ତି ଅଂଚଳର ଲୋକମାନେ ଉପକୃତ ହୋଇ ପାରିବେ ।

ନୂଆକରି ଆରମ୍ଭ କରାଯାଇଥିବା ଏହି ଯାନ ସଂପର୍କରେ ମତ ଦେଇ ଶ୍ରୀ ଜି.ଜି. ପଲ, ଡେପୁଟି ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲମିଟେଡ କହିଛନ୍ତିଯେ– ବେଦାନ୍ତ ଲାଞ୍ଜିଗଡ଼ରେ ଆମେ ଆମର କାର୍ଯ୍ୟକୁ ପ୍ରମୁଖ ଧ୍ୟାନକ୍ଷେତ୍ର ବୋଲି ବିବେଚନା କରୁ ଓ ଆମର କର୍ମଚାରୀ ତଥା ବ୍ୟବସାୟିକ ସହଯୋଗୀଙ୍କ ସୁସ୍ଥତା କାମନା କରୁ । ମୁଁ ଏଥିପାଇଁ ପି. ଅନ୍ୱେଶା ରେଡି ଓ ଶ୍ରୀ ଅଭିଳାଶ ଜି.ଙ୍କୁ ଧନ୍ୟବାଦ ଜଣାଉଛି । ଆମେ ସୁରକ୍ଷା ଓ ବୃତିଗତ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇପାରିବୁ ।

ସୁରକ୍ଷା ସଚେତନତା ଦିଗରେ କଂପାନିର ପ୍ରୟାସ ଅତିରିକ୍ତ ବୈଶିଷ୍ଟ୍ୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରେ:

  • ସୁରକ୍ଷା ସଂକଳ୍ପ ଦିବସ, ଯାହାକି କାର୍ଯ୍ୟସ୍ଥଳରେ ନିର୍ଦ୍ଧିଷ୍ଟ ଥିମ ଉପରେ ସୁରକ୍ଷା ସଚେତନତା ପ୍ରସାର କରିବା ପାଇଁ ପ୍ରତିମାସ ୧ ତାରିଖ ଦିନ ଏକ ସଚେତନତା ଅଭିଯାନ ।
  • କାରଖାନା ଓ ବଏଲର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଅନସାଇଟ ଜରୁରୀକାଳୀନ ମକ ଡ୍ରିଲ ଜରିଆରେ କର୍ମଚାରୀଙ୍କ ଦକ୍ଷତା ଆକଳନ ।
  • ସ୍ଥାନୀୟ ଗୋଷ୍ଠୀ ପାଇଁ ଜରୁରୀ କାଳୀନ ସହାୟତା ଯଥା ଏକ ସର୍ବଓାରଣ ସଡ଼କରେ ଏଲପିଜି ଟ୍ୟାଙ୍କର ଢାଳି ହୋଇଯିବା ଜନିତ ବିପଦକୁ ସଫଳତାର ସହ ପରିଚାଳନା ।

 ଉନ୍ନତ ସୁରକ୍ଷା ପ୍ରଣାଳୀ ପାଇଁ କଳିଙ୍ଗ ସୁରକ୍ଷା ପୁରସ୍କାର ୨୦୨୨ ରେ ଗୋଲଡ ଆୱାର୍ଡ ଓ ବୃତିଗତ ସ୍ୱାସ୍ଥ୍ୟ ଓ ନିରପତା ପୁରସ୍କାର ୨୦୨୨ରେ ପ୍ଲାଟିନମ ଆୱାର୍ଡ ଲାଭ ।

ବେଦାନ୍ତ ଆଲୁମିନିୟମ , ବେଦାନ୍ତ ଲିମିଟେଡର ବ୍ୟବସାୟ ଭାରତର ବୃହତମ ଆଲୁମିନା ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୬ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରୁଛି । ଏହା ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟିରେ ଅଗ୍ରଣୀ ଉତ୍ପାଦକ । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । କଂପାନି ୨ ଏମଟିପିଏ କ୍ଷମତାର ଆଲୁମିନିୟମ ରିଫାଇନାରୀ ଲାଂଜିଗଡ଼ କଳାହାଣ୍ଡିରେ ୨୦୦୭ ଠାରୁ ପ୍ରସ୍ତୁତ କରୁଛି ଓ ୭୫ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଂଟ ପରିଚାଳନା କରୁଛି ।ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave a Reply

Your email address will not be published. Required fields are marked *