ଧର୍ମପରାୟଣ ମହିଳାଙ୍କ ପରଲୋକ

0
IMG-20200711-WA0005

କଟକ, (ପ୍ରବାହ ନ୍ୟୁଜ୍‌): କେଶରପୁର ଅଞ୍ଚଳର ଧର୍ମପରାୟଣ ମହିଳା ତଥା ସ୍ଥାନୀୟ ନିବାସୀ ଶଚୀନ୍ଦ୍ର ମହାପାତ୍ରା (ବାବୁଲି)ଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ୫୩ ବର୍ଷ ହୋଇଥିଲା । ସେ ଏକ ସପ୍ତାହଧରି ଗଳା କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ଗତ ଶୁକ୍ରବାର ଦିନ ୧୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନରେ ଖାନନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଏକମାତ୍ର ପୁତ୍ର ସତ୍ୟବ୍ରତ ମହାପାତ୍ର (ବୁବୁନ) ମୁଖାଗ୍ନି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦିଅର ସଲିଳ, ଶ୍ରୀକାନ୍ତ, ସୁଶାନ୍ତ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଅନ୍ନପୂର୍ଣ୍ଣାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦା ପରଉପକାରୀ ଓ ଧର୍ମପରାୟଣ ମହିଳାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *