ଓଡ଼ଗାଁ କାର୍ଯ୍ୟକାରୀ ସମ୍ମିଳନୀରେ କର୍ମୀଙ୍କୁ ପରାମର୍ଶ ଲୋକଙ୍କ ସୁଖଦୁଃଖର ସାଥୀ ହୁଅ: ଡ. ସମ୍ବିତ ପାତ୍ର ରାଷ୍ଟ୍ରପତିଙ୍କୁ ଅପମାନ କରିଥିବା ବିଧାୟକଙ୍କୁ ବହିଷ୍କାର କରାଯାଉ

ଭୁବନେଶ୍ୱର,୧୨ା୧୧ (ନି.ପ୍ର) : ଲୋକଙ୍କ ସହ ମିଶି କାମକର । ସେମାନଙ୍କ ସୁଖଦୁଃଖରେ ଠିଆହୁଅ । ସେମାନଙ୍କ ହକ୍ ଦେବାକୁ ଲଢ଼େଇ ଜାରି ରଖ । ଲୋକମାନେ ଯେପରି ସେମାନଙ୍କ ମୌଳିକ ଅଧିକାରରୁ ବଚାôତ ନହୁଅନ୍ତି ସେଥିପ୍ରତି ପ୍ରତ୍ୟେକ ବିଜେପି କର୍ମୀ କାମ କରନ୍ତୁ । ଜନତାଙ୍କ ସେବା ଆମର ମୂଳ ଲକ୍ଷ୍ୟ । କେନ୍ଦ୍ର ଓ ରାଜ୍ୟ ଉଭୟ ଯୋଜନା ଯେପରି ପ୍ରେତ୍ୟେକ ହିତାଧିକାରୀଙ୍କପାଖରେ ପହଚାôବ ସେଥିପାଇଁ କର୍ମୀମାନେ କାମ କରିବା ଉଚିତ ବୋଲି ବିଜେପିର ରାଷ୍ଟ୍ରୀୟ
ପ୍ରବକ୍‌ତା ଡ. ସମ୍ବିତ ପାତ୍ର ଆୟୋଜିତ କାର୍ଯ୍ୟକାରୀ ସମ୍ମିଳନୀରେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।


ଶନିବାର ଡ. ପାତ୍ର ଏକ ବିଶାଳ ବାଇକ୍ ର‌୍ୟାଲିରେ ନୟାଗଡ଼ରୁ ବାହାରି ଓଡ଼ଗାଁର ବାଡ଼ିକିଲୋ ପଚାାୟତରେ ପହଚାôଥିଲେ । ଏହି ବାଇକ୍ ର‌୍ୟାଲିରେ ୩ହଜାରୁ ଅଧିକ କର୍ମୀ ସାମିଲ ଥିଲେ । ବିଭିଚା ଅଚାଳ ପରିଦର୍ଶନ କରି ସମ୍ମିଳନୀ କକ୍ଷରେ ପହଚାôଥିଲେ । ହଜାର ହଜାର ଜନସାଧାରଣ ଡ. ପାତ୍ରଙ୍କୁ ସ୍ୱାଗତ କରିଥିଲେ ।


ସେହିପରି ଟିଏମସି ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଗିରଫ ଦାବି କରି ଡ. ପାତ୍ର ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ଗିରିଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଡ. ପାତ୍ର କହିଛନ୍ତି, ଶ୍ରୀ ଗିରି ଖାଲି ରାଷ୍ଟ୍ରପତିଙ୍କୁ ଅପମାନ କରିନାହାଁନ୍ତି, ସେ ସମଗ୍ର ଜନଜାତିଙ୍କୁ ଅପମାନ କରିଛନ୍ତି । ପ୍ରତି ଓଡ଼ିଆଙ୍କୁ ଅପମାନ କରାଯାଇଛି । ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ କରାଯାଇଛି । ତାଙ୍କୁ ତୁରନ୍ତ ଗିରଫ କରିବା ସହ ବିଧାୟକ ପଦରୁ ବହିଷ୍କାର କରାଯାଉ ବୋଲି ଡ. ପାତ୍ର ଦାବି କରିଛନ୍ତି ।


ଉକ୍‌ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାସଭାପତି ଲାଲାମନୋଜ ରାୟ, ଲୋକସଭା ପ୍ରଭାରୀ ଅମୀୟ ଦାଶ, ସଂଯୋଜକ ଶଙ୍କର ପରିଡ଼ା, ଜିଲ୍ଲା ପ୍ର ଭାରୀ ନିରଞ୍ଜନ ମିଶ୍ର, ସନ୍ୟାସୀ ନାୟକ, ଲକ୍ଷ୍ମୀଧର ମହାପାତ୍ର, ପ୍ରଭାତ ମହାପାତ୍ରଙ୍କ ସମେତ ହଜାର ହଜାର କର୍ମୀ ସାମିଲ ହୋଇଥିଲେ

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *