ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଅମର୍ଦା ରୋଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ସ୍ୱାସ୍ଥ୍ୟ ଶିବିରରେ ୮୩୩ ଜଣ ରୋଗୀଙ୍କୁ ସ୍ୱାସ୍ଥସେବା ପ୍ରଦାନ
ଗତ ୫ ମାସ ମଧ୍ୟରେ ୩ଟି ସ୍ୱାସ୍ଥ୍ୟ ଶିବିରରେ ୨୧୦୦ ଲୋକଙ୍କୁ ଘର ନିକଟରେ ସ୍ୱାସ୍ଥ୍ୟସେବା ପ୍ରଦାନ


ବାଲିଆପାଳ, ସେପ୍ଟେମ୍ବର ୩୦, ୨୦୨୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ଼ (ଏସ୍‌ପିପିଏଲ୍‌) ପକ୍ଷରୁ ବାଲେଶ୍ୱର ଜିଲ୍ଲା ଅମର୍ଦା
ରୋଡ଼ରେ ଅବସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ୮୩୩ ଜଣ ରୋଗୀ ସ୍ୱାସ୍ଥ୍ୟସେବା ଲାଭ କରିଥିଲେ ।


ଏସ୍‌ପିପିଏଲ୍ ର କର୍ପୋରେଟ୍ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ “ଜଳ, ଜୀବନ ଓ ଜୀବିକା”, ଅନ୍ତର୍ଗତ ଆୟୋଜିତ ଏହି ଶିବିରରେ ପାଶ୍ୱର୍ବର୍ତ୍ତୀ ଗ୍ରାମ ଯଥା ଅଗର୍ଦା, ଚୁରପଦା, ବରଡା, ଚାସିପଡ଼ା, ହଦମୌଦ, ବେଲା, ବାଗଲଡିହା, ପାଂଚବାଟିଆ ଇତ୍ୟାଦିର ଲୋକମାନଙ୍କୁ ଘରେ ନିକଟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା । ଏଥିରେ ମେଡ଼ିସିନ୍‌, ଶିଶୁ , ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି, ଦାନ୍ତ, ଅସ୍ଥିଶଲ୍ୟ ଇତ୍ୟାଦି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ
ଚିକିତ୍ସା ଯୋଗାଇ ଦେଇଥିଲେ । ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରକାଶ ସିଂହ ଓ ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ପରିଡ଼ା
ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିବାବେଳେ ବସ୍ତାର ସବ୍‌-ଡିଭିଜନାଲ ପୋଲିସ ଅଫିସର ଜଳନ୍ଧର ଜାଲି ଏବଂ ବସ୍ତା ଥାନାର ଭାରପ୍ରାପ୍ତ ଅଧିକାରୀ ବାରୁଣୀ ଦାସ ଉପସ୍ଥିତ ଥିଲେ ।
ଏସ୍‌ପିପିଏଲ୍‌ର ପଦକ୍ଷେପଗୁଡ଼ିକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବାରୁ ମହାବିଦ୍ୟାଳୟ କର୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ
ଲୋକମାନଙ୍କୁ ଧନ୍ୟବାଦ ଜଣାଇ ପ୍ରକାଶ ସିଂହ କହିଛନ୍ତି ଯେ, ଆମେ ସ୍ଥାନୀୟ ଅଂଚଳର ଅନ୍ତର୍ଭୁକ୍ତକାରୀ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ଓ ଆଗକୁ ମଧ୍ୟ ଏଭଳି ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିବୁ । ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତାର ବିକାଶରେ ସହାୟତା ପାଇଁ ବାଲିଆପାଳରେ ଖୁବ ଶୀଘ୍ର ଜେ ଏନ୍ ଟାଟା ବୃତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।


ଏହି ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ରୋଗୀମାନଙ୍କ ମଧ୍ୟରୁ ୩୫୧ ଜଣ ମେଡିସିନ୍ ବିଭାଗ ବିଶେଷଜ୍ଞ ଡାକ୍ତର, ୪୫ ଜଣ ଶିଶୁ ବିଶେଷଜ୍ଞ
ଡାକ୍ତର, ୧୪୫ ଜଣ ଚକ୍ଷୁ ବିଭାଗ ବିଶେଷଜ୍ଞ ଡାକ୍ତର, ୪୦ ଜଣ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର, ୧୭୬ ଜଣ ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ଏବଂ ୭୬ ଜଣ ଦନ୍ତ ବିଭାଗ ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ହାସଲ କରିଥିଲେ ।
ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରୁ ଶିଶୁ ରୋଗ ବିଶେଷଜ୍ଞ ଡଃ ନମିତା ନାୟକ, ଚକ୍ଷୁ ବିଶେଷଜ୍ଞ ଡଃ ସିଗ୍ନଧା ସୁଚିତ୍ରା ବେଦାନ୍ତ ଏବଂ ଅସ୍ଥିଶଲ୍ୟ ବିଭାଗ ଡଃ ଶିବାନନ୍ଦ ରଥ, ସୋରୋ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ର ମେଡ଼ିସିନ୍ ବିଭାଗ ବିଶେଷଜ୍ଞ ଡଃ ଏସ୍ ବି ଚୌଧୁରୀ ଏବଂ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡଃ ମାଣିକ ରତନ ପ୍ରଧାନ ଓ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦନ୍ତ ବିଭାଗ ବିଶେଷଜ୍ଞ ଡଃ କାକୋଲି ଘୋଷ ଏହି ଶିବିରରେ ଯୋଗ ଦେଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ।


ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ସ୍ୱାସ୍ଥ୍ୟ ଶିବିର ପାଇଁ ସମ୍ପୁର୍ଣ୍ଣ ସହାୟତା ଯୋଗାଇ ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ମେ ମାସରେ ଏସ୍‌ପିପିଏଲ୍ ପକ୍ଷରୁ ଆୟୋଜିତ ଏଭଳି ଦୁଇଟି ଶିବିରରେ ୧୩୦୦ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *